Congress President Election: ଜାରି ରହିଛି ମତଦାନ, ପ୍ରତିକ୍ରିୟା ରଖିଲେ ପ୍ରାର୍ଥୀ ଶଶୀ ଥରୁର
Advertisement
Article Detail0/zeeodisha/odisha1399140

Congress President Election: ଜାରି ରହିଛି ମତଦାନ, ପ୍ରତିକ୍ରିୟା ରଖିଲେ ପ୍ରାର୍ଥୀ ଶଶୀ ଥରୁର

Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାୟ ୯୮୦୦ ପ୍ରଦେଶ କଂଗ୍ରେସ କମିଟି ପ୍ରତିନିଧି ମତଦାନ କରିବେ। ମତଦାନ ଶେଷ ହେବା ପରେ ମତଦାନ ବାକ୍ସ ଦିଲ୍ଲୀ ଅଣାଯିବ। ଯେଉଁଠାରେ ୧୯ ଅକ୍ଟୋବରରେ ଦଳୀୟ ମୁଖ୍ୟାଳୟ ଠାରେ ଭୋଟ୍ ଗଣନା କରାଯିବ। ସେହି ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Congress President Election: ଜାରି ରହିଛି ମତଦାନ, ପ୍ରତିକ୍ରିୟା ରଖିଲେ ପ୍ରାର୍ଥୀ ଶଶୀ ଥରୁର

Congress President Election Voting: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଅକ୍ଟୋବର ୧୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି ମତଦାନ। ଏହି ନିର୍ବାଚନ ଲାଗି ଦେଶର ୪୦ କେନ୍ଦ୍ରରେ ୬୮ବୁଥ୍ ସ୍ଥାପନ କରାଯାଇଛି। ଯେଉଁଠାରେ ଭୋଟିଂ ପ୍ରକ୍ରିୟା ସକାଳ ଦଶଟାରୁ ଆରମ୍ଭ ହୋଇ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଚାଲିବ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାୟ ୯୮୦୦ ପ୍ରଦେଶ କଂଗ୍ରେସ କମିଟି ପ୍ରତିନିଧି ମତଦାନ କରିବେ। ଦଳର ଅଧ୍ୟକ୍ଷ ପଦ ଲାଗି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେଉଛି। 

ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂହଙ୍କ ସମେତ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ କଂଗ୍ରେସ ମୁଖ୍ୟାଳୟ ଠାରେ ମତଦାନ କରିଛନ୍ତି। ଭାରତ ଯୋଡ ଯାତ୍ରା ଶିବିର ଠାରେ ଏକ ବୁଥ ନିର୍ମାଣ କରାଯାଇଛି। ଯେଉଁଠାରେ ରାହୁଲ ଗାନ୍ଧୀଙ୍କ ସମେତ ପ୍ରାୟ ୪୦ ଜଣ ମତଦାତା ମତଦାନ କରିବେ। ମଲ୍ଲିକାର୍ଜୁନ ଖାର୍ଗେ ବେଙ୍ଗାଲୁରୁସ୍ଥିତ କର୍ଣ୍ଣାଟକ କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ମତଦାନ କରିବେ। ଅନ୍ୟପଟେ ଶଶୀ ଥରୁର କେରଳ ରାଜଧାନୀ ତିରୁବନନ୍ତପୁରମ ଠାରେ ଭୋଟ୍ ଦେବେ। 

ମତଦାନ ଶେଷ ହେବା ପରେ ମତଦାନ ବାକ୍ସ ଦିଲ୍ଲୀ ଅଣାଯିବ। ଯେଉଁଠାରେ ୧୯ ଅକ୍ଟୋବରରେ ଦଳୀୟ ମୁଖ୍ୟାଳୟ ଠାରେ ଭୋଟ୍ ଗଣନା କରାଯିବ। ସେହି ଦିନ ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବ। ପ୍ରାୟ ୨୨ ବର୍ଷ ପରେ ଅନୁଷ୍ଠିତ ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ପ୍ରାୟ ୨୪ ବର୍ଷ ପରେ ଦଳର ନେତୃତ୍ୱ ଗାନ୍ଧୀ ପରିବାର ହାତରୁ ଯିବା ସ୍ଥିର ହୋଇଯାଇଛି। ପ୍ରାୟ ୧୩୭ ବର୍ଷର ପୁରୁଣା ଦଳ ହେଉଛି କଂଗ୍ରେସ। ଯେଉଁଠି ଷଷ୍ଠ ଥର ଏପରି ନିର୍ବାଚନ ହେଉଛି ଯାହା ପ୍ରମାଣ କରିବ ଯେ ଦଳର ମଙ୍ଗୁଆଳ ପଦ ପାଇଁ କିଏ ହେବ ଉପଯୁକ୍ତ ପ୍ରାର୍ଥୀ? ଶେଷ ଥର ୨୦୦୦ ମସିହାରେ ଅନୁଷ୍ଠିତ ହୋଇଥିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ସୋନିଆ ଗାନ୍ଧୀ ଜିତିନ ପ୍ରସାଦଙ୍କୁ ପରାସ୍ତ କରିଥିଲେ। 

Also Read: Congress Polls Today: ଅଣଗାନ୍ଧୀ ହାତକୁ ଯିବ 'ହାତ', ୨୨ ବର୍ଷ ପରେ ଆଜି ପଡ଼ିବ ଭୋଟ

ସୋମବାର ଅନୁଷ୍ଠିତ ହୋଇଥିବା ମତଦାନ ଶେଷ ପରେ ମତଦାନ ବାକ୍ସ ଦିଲ୍ଲୀ ଅଣାଯିବ। ୧୯ ଅକ୍ଟୋବରରେ ଭୋଟ୍ ଗଣନା ହେବଷ। ସେହି ଦିନ କଂଗ୍ରେସ ଏହାର ନୂତନ ଅଧ୍ୟକ୍ଷ ପାଇବ। ଦିଲ୍ଲୀରେ ଦୁଇଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ମଧ୍ୟରୁ ଗୋଟିଏ ଦିଲ୍ଲୀ ରାଜ୍ୟ ମୁଖ୍ୟାଳୟରେ ଏବଂ ଅନ୍ୟଟି କଂଗ୍ରେସ ରାଷ୍ଟ୍ରୀୟ ମୁଖ୍ୟାଳୟରେ ନିର୍ମାଣ କରାଯାଇଛି। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ପାଇଁ ଦୁଇଟି ମତଦାନ କେନ୍ଦ୍ର ଅଛି। ଯେଉଁଠାରେ ପ୍ରାୟ ୨୮୦ ଭୋଟର ମତଦାନ କରିବେ। ଭୋଟ୍ ଦେବାକୁ  ବାରକୋଡ୍ ରହିଥିବା ପରିଚୟ ପତ୍ର ଏବଂ ଭୋଟର କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ ପାସବୁକ୍ ଭଳି ଯେକୌଣସି ପରିଚୟ ପତ୍ର ଦେଖାଇବାକୁ ହେବ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ରାହୁଲ ଗାନ୍ଧୀ ଏବଂ ଅନ୍ୟ ୪୦ ଜଣ ଭରତ ଯାତ୍ରୀ, ଯେଉଁମାନେ ପିସିସି ପ୍ରତିନିଧୀ, ସେମାନେ ବଲ୍ଲାରୀସ୍ଥିତ ସଙ୍ଗନାକୁଲୁ ଠାରେ ଭାରତ ଯୋଡ ଯାତ୍ରା ଶିବିରରେ ଭୋଟ୍ ଦେବେ।

Also Read: Congress President Election: ଦୌଡରୁ ଓହରି ଯିବେକି ଶଶୀ ଥରୁର?

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ମତଦାନ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ପ୍ରାର୍ଥୀ ଶଶୀ ଥରୁର। ଏନେଇ ସେ କହିଛନ୍ତି, ସେ ଏପରି ଏକ ପିଚ୍ ରେ ବ୍ୟାଟିଂ କରୁଛନ୍ତି ଯାହା ଅସମାନ ରହିଛି। ସେ ପିଚ୍ ଟ୍ୟାମ୍ପରିଂ ଚାହୁଁ ନାହାଁନ୍ତି। ଯେତେବେଳେ ନିର୍ବାଚନରେ ​​ସ୍ୱଚ୍ଛତା ବିଷୟରେ ତାଙ୍କୁ ପଚରାଗଲା, ଏହାର ଜବାବ ରଖି ଥରୁର କହିଛନ୍ତି, ମୁଁ କହିଥିଲି ଯେ ଖେଳ ପଡିଆ ଅସମାନ କିନ୍ତୁ ଏହାର ଅର୍ଥ ନୁହେଁ ଯେ ମଧୁସୂଦନ ମିସ୍ତ୍ରୀ ଭୁଲ। ମୁଁ ଭାବୁଛି ସେ ବହୁତ ନିରପେକ୍ଷ। ହେଲେ ଦଳରେ ଆମେ ଦେଖିଲୁ ଯେ କିଛି ଦଳୀୟ ନେତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଠିକ୍ ନୁହେଁ। ମୁଁ ଏକ ପିଚ ରେ ବ୍ୟାଟିଂ କରୁଛି ଯାହା ଅସମାନ ଅଛି। ହେଲେ ମୋତେ ସେଠାରେ ବ୍ୟାଟିଂ କରିବାକୁ ହେବ। ମୁଁ କେବଳ ଚାହେଁ ଯେ କୌଣସି ପ୍ରକାର ପିଚ୍ ଟ୍ୟାମ୍ପରିଂ ନ ହେଉ।