UP Politics: ୨୦୨୪ ନିର୍ବାଚନରେ ମୁଁ ସରକାରରେ ସାମିଲ ହେବି, ଏପରି କାହିଁକି କହିଲେ ଶିବପାଲ ଯାଦବ?
Advertisement
Article Detail0/zeeodisha/odisha1348715

UP Politics: ୨୦୨୪ ନିର୍ବାଚନରେ ମୁଁ ସରକାରରେ ସାମିଲ ହେବି, ଏପରି କାହିଁକି କହିଲେ ଶିବପାଲ ଯାଦବ?

PSP President: ଯେତେବେଳେ ନିର୍ବାଚନ ପାଖେଇ ଆସିବ ସେତେବେଳେ ସ୍ଥିର କରାଯିବ ଯେ କାହା ସହ ମେଣ୍ଟ କରାଯିବ। ହେଲେ ଏହା ନିଶ୍ଚିତ ଯେ, ପ୍ରଗତିଶୀଳ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିବାର କୌଣସି ସମ୍ଭାବନା ପ୍ରାୟତଃ ନାହିଁ। ବର୍ତ୍ତମାନ ଆମେ ଆମର ଦଳୀୟ ସଙ୍ଗଠନକୁ ମଜବୁତ କରିବା କାର୍ଯ୍ୟରେ ନିୟୋଜିତ ଅଛୁ।

UP  Politics: ୨୦୨୪ ନିର୍ବାଚନରେ ମୁଁ ସରକାରରେ ସାମିଲ ହେବି, ଏପରି କାହିଁକି କହିଲେ ଶିବପାଲ ଯାଦବ?

Shivpal Yadav: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ବିରୋଧୀ ଦଳ ଏକତା ଦେଖାଇବାକୁ ଚେଷ୍ଟା କରୁଥିବାବେଳେ ଅଣ କଂଗ୍ରେସ ସାମ୍ମୁଖ୍ୟ ଗଠନ ନେଇ ଚର୍ଚ୍ଚା ହେଉଛି। ହେଲେ ୨୦୨୪ ଲୋକସଭା ନିର୍ବାଚନକୁ ନେଇ  ଏକ ବଡ଼ ବୟାନ ଦେଇଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ଶିବପାଲ ଯାଦବ। ଯାହାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ସରକାର। ଏନେଇ ଶିବପାଲ ଯାଦବ କହିଛନ୍ତି ଯେ ସେ ୨୦୨୪ ନିର୍ବାଚନରେ ସକ୍ରିୟ ଭାବେ ସରକାରଙ୍କ ଏକ ଅଂଶ ହେବାକୁ ଚାହୁଁଛନ୍ତି। ତାଙ୍କର ଏହି ବିବୃତ୍ତିରୁ ତାଙ୍କ ଦଳ ପ୍ରଗତିଶୀଳ ସମାଜବାଦୀ ପାର୍ଟି ବିଜେପି ସହ ମେଣ୍ଟ କରିବ ନା ନାହିଁ ତାହାକୁ ନେଇ ଜାରି ରହିଛି ଚର୍ଚ୍ଚା।

ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ପିଏସପି ସଭାପତି (PSP President) ଶିବପାଲ ଯାଦବ (Shivpal Yadav) କହିଛନ୍ତି ଯେ, ମୁଁ ୨୦୨୪ ନିର୍ବାଚନରେ ( Lok Sabha Election 2024) ସକ୍ରିୟ ଭାବେ ସରକାରଙ୍କ ଏକ ଅଂଶ ହେବାକୁ ଚାହୁଁଛି। ବିଜେପି ସହ ଆମ ଦଳର ମେଣ୍ଟ ହେବ ନା ନାହିଁ ତାହା ଆଗାମୀ ଦିନରେ ଜଣାପଡିବ। ବର୍ତ୍ତମାନନ ମୁଁ କୌଣସି ପରିସ୍ଥିତିରେ ପଛକୁ ଫେରିବି ନାହିଁ କିମ୍ବା କୌଣସି ପ୍ରକାର ବୁଝାମଣା କରିବି ନାହିଁ। ସମାଜବାଦୀ ପାର୍ଟି ଆମକୁ ଅନେକ ଥର ଠକି ସାରିଛି।   

ଦଳର ପଦାଧିକାରୀ (PSP Workers) ଦଲୀୟ ସଙ୍ଗଠନ (Pragatisheel Samajwadi Party Organization) ଗଠନ କରିବାରେ ବ୍ୟସ୍ତ ଅଛନ୍ତି। ଯେତେବେଳେ ନିର୍ବାଚନ ପାଖେଇ ଆସିବ ସେତେବେଳେ ସ୍ଥିର କରାଯିବ ଯେ କାହା ସହ ମେଣ୍ଟ କରାଯିବ। ହେଲେ ଏହା ନିଶ୍ଚିତ ଯେ, ପ୍ରଗତିଶୀଳ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିବାର କୌଣସି ସମ୍ଭାବନା ପ୍ରାୟତଃ ନାହିଁ। ବର୍ତ୍ତମାନ ଆମେ ଆମର ଦଳୀୟ ସଙ୍ଗଠନକୁ ମଜବୁତ କରିବା କାର୍ଯ୍ୟରେ ନିୟୋଜିତ ଅଛୁ। ଆମର କେବଳ ଗୋଟିଏ ଲକ୍ଷ୍ୟ ଅଛି ଯେ ୨୦୨୪ ନିର୍ବାଚନରେ ଆମକୁ ସରକାରରେ ସକ୍ରିୟ ରୂପରେ ସାମିଲ ହେବାକୁ ପଡିବ। ଏବେ ସେ ବର୍ତ୍ତମାନ କିପରି ବଞ୍ଚିବେ ତାହା ସମୟ କହିବ ବୋଲ କହିଛନ୍ତି ଶିବପାଲ ଯାଦବ।

Also Read: UP Politics: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ହେବ କି ମେଣ୍ଟ? ଜବାବ ଦେଲେ ଶିବପାଲ ଯାଦବ

ମୋର ରାଜନୈତିକ ଜୀବନରେ ମୁଁ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶ ରାଜ୍ୟ ଶାଖା (Samajwadi Party Uttar Pradesh Unit President) ସଭାପତି ଭାବେ କାର୍ଯ୍ୟ କରିଛି। ଅନେକ ଥର ସମାଜବାଦୀ ପାର୍ଟି ସାଧାରଣ ସଚିବ (Samajwadi Party General Secretary) ଭାବେ କାର୍ଯ୍ୟ କରିଛି। ମୁଁ ବିରୋଧୀ ଦଳର ନେତା ହେବା ପରେ ଯାଇ ସମାଜବାଦୀ ପାର୍ଟି ସରକାର ଗଠନ ହୋଇଥିଲା। ମୁଁ ସର୍ବଦା ଜସୱନ୍ତନଗର ଆସନରୁ (Jaswantnagar Assembly constituency) ଜିତିଛି। ସମାଜବାଦୀ ପାର୍ଟି ଭଳି ଦଳରେ ସବୁଠାରୁ ବଡ ବିଜୟ ସର୍ବଦା ମୋର ହୋଇଛି। ମୁଁ ମଧ୍ୟ ସମାଜବାଦୀ ପାର୍ଟିର ୧୧୨ ଜଣ ବିଧାୟକଙ୍କ ମଧ୍ୟରେ ନିର୍ବାଚିତ ହୋଇଛି। ହେଲେ ଏହା ସତ୍ତ୍ୱେ ମୋତେ ସମାଜାବାଦୀ ପାର୍ଟି ବିଧାୟକ ଦଳ ବୈଠକକୁ ଡକାଯାଇ ନାହିଁ। ହେଲେ ବର୍ତ୍ତମାନ ମୁଁ ଆଉ ପଛକୁ ଯିବ ନାହିଁ ବୋଲି କହିଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ। 

ଯେତେବେଳେ ଗଣମାଧ୍ୟମ ତାଙ୍କୁ ପଚାରିଲା ଯେ, ଯଦି ଆପଣଙ୍କ ପୁତୁରା ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party Chief) ପୁତୁରା ଅଖିଲେଶ ଯାଦବ (Akhilesh Yadav) ଆପଣଙ୍କ ପାଦକୁ ସ୍ପର୍ଶ କରନ୍ତି, ତାହେଲେ ଆପଣ ତାଙ୍କ ଦଳକୁ ଫେରିବେ? ଏହାର ଜବାବ ରଖି ଶିବପାଲ ଯାଦବ କହିଛନ୍ତି ଯେ ସେ ବର୍ତ୍ତମାନ ସେ ଆଉ ସମାଜବାଦ ପାର୍ଟି ଭଳି ଦଳକୁ ଫେରିବେ ନାହିଁ। ପୂର୍ବରୁ ମୁଁ ଏକଥା ସ୍ପଷ୍ଟ କରି କହିସାରିଛି।