Maharashtra Political Crisis: ମହା ବିକାଶ ଅଗାଡି ସରକାର ଭାଙ୍ଗିଲେ ବିଜେପି ସହ ମେଣ୍ଟ କରିବ କି ଏନସିପି?
Advertisement
Article Detail0/zeeodisha/odisha1227946

Maharashtra Political Crisis: ମହା ବିକାଶ ଅଗାଡି ସରକାର ଭାଙ୍ଗିଲେ ବିଜେପି ସହ ମେଣ୍ଟ କରିବ କି ଏନସିପି?

Maharashtra Political Crisis: ମହାବିକାଶ ଅଘାଡି ସରକାରକୁ ଗାଦିଚ୍ୟୁତ କରିବା ଲାଗି ପ୍ରଥମ ଥର ପ୍ରୟାସ ହୋଇନାହିଁ। ପୂର୍ବରୁ ମଧ୍ୟ ୨ ଥର ପ୍ରୟାସ କରାଯାଇ ସାରିଛି। 

Maharashtra Political Crisis: ମହା ବିକାଶ ଅଗାଡି ସରକାର ଭାଙ୍ଗିଲେ ବିଜେପି ସହ ମେଣ୍ଟ କରିବ କି ଏନସିପି?

Maharashtra Political Crisis: ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାର ଉପରକୁ ମାଡି ଆସିଛି ବିପଦ। ଏକନାଥ ସିନ୍ଧେଙ୍କ ସମର୍ଥକ ବିଧାୟକ ମହାବିକାଶ ଅଘାଡି ସରକାରକୁ ଗାଦିଚ୍ୟୁତ କରିବା ନେଇ ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବ ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ମହାବିକାଶ ଅଘାଡି ସରକାରକୁ ଗାଦିଚ୍ୟୁତ କରିବା ଲାଗି ପ୍ରଥମ ଥର ପ୍ରୟାସ ହୋଇନାହିଁ। ପୂର୍ବରୁ ମଧ୍ୟ ୨ ଥର ପ୍ରୟାସ କରାଯାଇ ସାରିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବେ ଏବଂ ତାଙ୍କ ସରକାର ଏହାର କାର୍ଯ୍ୟକାଳ ପୂରଣ କରିବ। ଯଦି ମହା ବିକାଶ ଅଘାଡି ସରକାର ଭାଙ୍ଗିଯାଏ ତାହେଲେ ଏନସିପି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଶରଦ ପାୱାର କହିଛନ୍ତି ଯେ ତାଙ୍କ ଦଳ କୌଣସି ପରିସ୍ଥିତିରେ ବିଜେପିକୁ ସମର୍ଥନ କରିବ ନାହିଁ। କୌଣସି ଏନସିପି ବିଧାୟକ ବିଦ୍ରୋହ କରି ନାହାଁନ୍ତି। ଦଳରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବାକୁ ଶିବସେନା ସକ୍ଷମ।

ଶିବସେନାରେ ଯେଉଁ ବିଦ୍ରୋହ ହୋଇଛି ତାହା ଦଳର ଆନ୍ତରିକ ମାମଲା। ଏନସିପି ସର୍ବାଦା ଶିବସେନାକୁ ସମର୍ଥନ ଦେବ। ଦଳ ବିରୋଧରେ ବିଦ୍ରୋହ କରିଥିବା ଶିବସେନା ନେତା ଏକନାଥ ସିନ୍ଦେ କେବେ ନିଜେ ମୁଖ୍ୟମନ୍ତ୍ରୀ ହେବା ନେଇ ନିଜ ମହତ୍ୱକାଂକ୍ଷା ବାବଦରେ କାହାକୁ କିଛି କହିନାହାଁନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମୁଁ ଉଦ୍ଧବ ଠାକରେଙ୍କୁ ଭେଟିବି। ରାଷ୍ଟ୍ରପତି ନିର୍ବାଚନରେ ସହମତି ଭିତ୍ତିରେ ପ୍ରାର୍ଥୀ ଦେବା ନେଇ ବିରୋଧ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ବୈଠକ ଶେଷ ହେବା ପରେ ମୁଁ ମୁମ୍ବାଇ ଗସ୍ତ କରିବି। ମହା ବିକାଶ ଅଘାଡି ମେଣ୍ଚରେ  କୌଣସି ମତପାର୍ଥକ୍ୟ ନାହିଁ। ଉଦ୍ଧବ ଠାକରେଙ୍କ ନେତୃତ୍ୱ ଉପରେ ମୋର ଭରସା ଅଛି। 

ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ  ମହା ବିକାଶ ଅଘାଡି ସରକାରକୁ ଗାଦିଚ୍ୟୁତ କରିବା ପଛରେ ବିଜେପି ଷଡଯନ୍ତ୍ର ରହିଛି। ଆମ ବିଧାୟକଙ୍କୁ ଅପହରଣ କରି ଗୁଜରାଟ ନିଆଯାଇଛି। ଶିବସେନାକୁ କେହି ଭାଙ୍ଗି ପାରିବେ ନାହିଁ। ଏକନାଥ ସିନ୍ଦେଙ୍କୁ ଶିବସେନା ବିଧାୟକ ଦଳ ନେତା ପଦରୁ ହଟାଇବା ପରେ ଅଜୟ ଚୌଧୁରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଏକନାଥ ସିନ୍ଦେ ହେଉଛନ୍ତି ଆମ ବନ୍ଧୁ। ଯଦି ତାଙ୍କ ମନରେ କିଛି ଭୁଲ୍ ଥାଏ ତେହେଲେ ତାହାକୁ ଦୂର କରାଯିବ। ମୁମ୍ବାଇ ଠାରେ ଆମେ ବିଧାୟକଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ପ୍ରାୟ ୯ ଜଣ ବିଧାୟକଙ୍କ ପରିବାର ପୋଲିସ ପାଖରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି। ରାଜସ୍ଥାନ ପରେ ମହାରାଷ୍ଟ୍ରରେ ବିଜେପି ଅପରେସନ୍ ଲୋଟସ୍ ଆରମ୍ଭ କରିଛି ହେଲେ ଏହା ସଫଳ ହେବ ନାହିଁ।

Also Read: Maharashtra Political Crisis: କିଏ ଲେଖିଥିଲା ରାଜନୈତିକ ନାଟକ କାହାଣୀ?

Also Read: Maharashtra Politics: ଭାଙ୍ଗିଯିବ କି ମହାବିକାଶ ଅଘାଡି ସରକାର? ଏକନାଥ ସିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଶିବସେନା

Also Read: Maharashtra Politics: ଶିବସେନା ଆଗରେ ଏହି ବଡ ସର୍ତ୍ତ ରଖିଲେ ଦଳର ବିଦ୍ରୋହୀ ବିଧାୟକ