Banka Chuda Besha: ଚାଲିଛି ଧର୍ମମାସ କାର୍ତ୍ତିକ । ଶ୍ରୀମନ୍ଦିରରେ ଆଜି ପଞ୍ଚକ ନୀତିର ଦ୍ୱିତୀୟ ଦିନ । ଏନେଇ ଆଜି ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଙ୍କଚୁଡ଼ ବେଶ (Banka Chuda Besha) ବା ବାମନ ବେଶ ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ଏ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବ୍ରତଧାରୀଙ୍କ ଭିଡ଼ ଲାଗିଛି।
Trending Photos
Banka Chuda Besha: ଚାଲିଛି ଧର୍ମମାସ କାର୍ତ୍ତିକ । ଶ୍ରୀମନ୍ଦିରରେ ଆଜି ପଞ୍ଚକ ନୀତିର ଦ୍ୱିତୀୟ ଦିନ । ଏନେଇ ଆଜି ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଙ୍କଚୁଡ଼ ବେଶ (Banka Chuda Besha) ବା ବାମନ ବେଶ ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ଏ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବ୍ରତଧାରୀଙ୍କ ଭିଡ଼ ଲାଗିଛି। ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତିମିଳେ ବୋଲି ବିଶ୍ୱାସ ରହିଛି । ଭକ୍ତ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ପୋଲିସ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ପଞ୍ଚକର ୫ ଦିନ ଯାକ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ କରାଯାଉଥିବା ବେଳେ ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ଅବକାଶ ଓ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କୁ ସଜ୍ଜିତ କରାଯାଏ । ଏହା ସହ ଶୀତରୁତୁ ପାଇଁ ମସ୍ତକରେ ପାଟବସ୍ତ୍ରରେ ଟୋପି କରାଯାଇ ସ୍ୱର୍ଣ୍ଣକିଆ ଖଂଜାଯାଇ ତିନି ଠାକୁରଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇଥାଏ । କାର୍ତିକ ବ୍ରତର ଶେଷ ପାଂଚ ଦିନ ତିଥିରେ ଭକ୍ତମାନେ ମହୋଦଧୀରେ ସ୍ନାନ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ଅହେତୁକ ପୁଣ୍ୟ ଲାଭ କରିବାର ପୌରାଣିକ ତଥ୍ୟ ରହିଛି ।
ଆସନ୍ତାକାଲି ମହାପ୍ରଭୁଙ୍କ ତିବିକ୍ରମ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାକୁ ଏବେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି। ସେପଟେ ଗତକାଲି ରାତିରେ ବଡଏକାଦଶୀ ଅବସରରେ ଶ୍ରୀମନ୍ଦିରକୁ ଉଠିଥିଲା ମହାଦିପ। ହରି ଉତ୍ଥାପନ ଏକାଦଶୀ ହେତୁ ପ୍ରଥମ ବଡସିଂହାର ହୋଇଥିଲା। ପହୁଡ ହୋଇନାହାନ୍ତି ମହାପ୍ରଭୁ। ଆଜି ସକାଳ ୫ଟା ୩୦ରେ ମଙ୍ଗଳାଳତୀ ହେବା ସହ ଚାଲିଛି ଅନ୍ଯାନ୍ଯ ନିତି।ହବିଷ୍ଯାଳି ମାନେ ଏକମାସ ଧରି କାର୍ତ୍ତୀକ ବ୍ରତ ପାଳନ କରିଥିବା ବେଳେ ଶେଷ ପାଞ୍ଚଦିନ ପଞ୍ଚୁକ ବ୍ରତ ପାଳନ କରିଥାନ୍ତି । ଧର୍ମମାସ କାର୍ତ୍ତୀକରେ ହବିଷ୍ଯାଳି ମାନେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ସହ ଶେଷ ପାଞ୍ଚଦିନରେ ପାଞ୍ଚୋଟି ବେଶ ଦର୍ଶନ କଲେ ପୁଣ୍ଯ ମିଳିଥାଏ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ।
ସେପଟେ କୋରୋନା ଯୋଗୁଁ ଦୁଇବର୍ଷ ହେବ ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ଦର୍ଶନ ପାଇନଥିଲେ ଭକ୍ତ। ଏମିତିକି ପଞ୍ଚୁକରେ ସୁନାବେଶ ବି ଦର୍ଶନ କରିବାର ସୁଯୋଗ ପାଇନଥିଲେ। ମାତ୍ର ଚଳିତ ବର୍ଷ କାର୍ତ୍ତିକ ମାସ ତମାମ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଥିଲେ ମଧ୍ୟ ଚନ୍ଦ୍ରଗ୍ରହଣ ଯୋଗୁଁ ସୁନାବେଶ ଦର୍ଶନ ପାଇବେନାହିଁ। ସେପଟେ ପଞ୍ଚୁକରେ ଗହଳିକୁ ଦୃଷ୍ଟିରେ ରଖି ମରଚିକୋଟ ଛକ ନିକଟରୁ ଲମ୍ବା ବେରିକେଡ ପ୍ରସ୍ତୁତ କରାଯାଇଛି। ଏଥିସହିତ ସ୍ୱତନ୍ତ୍ର ବେରିକେଡରେ ସରକାରୀ ଶିବିରରେ ରହୁଥିବା ହବିଷ୍ଯାଳିଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି। ପାନୀୟ ଜଳ ଓ ଆନୁଷଙ୍ଗିକ ସୁବିଧା ଯୋଗାଇଦିଆଯିବ। ସେପଟେ ସୁରକ୍ଷା ଦୃଷ୍ଟିରୁ କେବଳ ପଞ୍ଚୁକ ପାଞ୍ଚଦିନ ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।