Asia Cup 2022: ସୁପର-୪ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ
Advertisement
Article Detail0/zeeodisha/odisha1332282

Asia Cup 2022: ସୁପର-୪ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ

Asia Cup 2022: ବିସିସିଆଇ ତାର ଷ୍ଟେଟମେଣ୍ଟରେ କହିଛି, 'ସିନିୟର ସିଲେକ୍ସନ କମିଟି ରବିନ୍ଦ୍ର ଜାଡେଜାଙ୍କ ରିପ୍ଲେସମେଣ୍ଟ ପାଇଁ ଅକ୍ଷର ପଟେଲଙ୍କ ନାମ ସୁପାରିଶ କରିଛି। ଜାଡେଜାଙ୍କ ଡାହାଣ ଆଣ୍ଠୁରେ ସାମାନ୍ୟ ଆଘାତ ଲାଗିଛି। ସେ ବର୍ତ୍ତମାନ ବିସିସିଆଇର ମେଡିକାଲ ଟିମର ତତ୍ତ୍ୱାବଧାନରେ ଅଛନ୍ତି।' ଏହା ପୂର୍ବରୁ ଆଇପିଏଲ ୨୦୨୨ ବେଳେ ଜାଡେଜାଙ୍କ ପଞ୍ଚରାରେ ଆଘାତ ଲାଗିଥିଲା। 

Asia Cup 2022: ସୁପର-୪ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ

Asia Cup 2022, ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ରେ ଟିମ ଇଣ୍ଡିଆର ବିଜୟଧାରା ଜାରି ରହିଛି। ପାକିସ୍ତାନ ଓ ହଂକଂକୁ ପରାସ୍ତ କରି ଭାରତ ସୁପର-୪ରେ ପହଞ୍ଚିଛି। ଆସନ୍ତା ୪ ତାରିଖରେ ରୋହିତ ସେନା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୁପର-୪ର ଦ୍ୱିତୀୟ ମ୍ୟାଚ ଖେଳିବ। କିନ୍ତୁ ଏହାରି ମଧ୍ୟରେ ଟିମ ଇଣ୍ଡିଆରେ ଏକ ବଡ ପରିବର୍ତ୍ତନ ହୋଇଛି। ଆଣ୍ଠୁ ଆହତ ଯୋଗୁଁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବିଶ୍ରାମ ନେଇଛନ୍ତି। ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଟିମରେ ସ୍ଥାନ ଦିଆଯାଇଛି।

ପାକିସ୍ତାନ ବିପକ୍ଷ ମ୍ୟାଚର ଡିଫେଣ୍ଡିଂ ଇନିଂସରେ ରବିନ୍ଦ୍ର ଜାଡେଜା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ସୁପର-୪ରେ ତାଙ୍କର ଦମଦାର ପର୍ଫମାନ୍ସ ଦେଖିବାକୁ ମିଳିବ ନାହିଁ। ଆଣ୍ଠୁରେ ଆଘାତ ଲାଗିବାକୁ ତାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଅକ୍ଷର ପଟେଲ ଖେଳିବେ। ଶୁକ୍ରବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିସିସିଆଇ ଏହି ସୂଚନା ଦେଇଛି। ବୁଧବାର ହଂକଂ ବପକ୍ଷ ମ୍ୟାଚରେ ଜାଡଜା ଆହତ ହୋଇଥିଲେ। ତେବେ ଏସିଆ କପ ୨୦୨୦ର ଶେଷ ପର୍ଯ୍ୟନ୍ତ ପଟେଲ ଟିମର ସମ୍ଭାବ୍ୟ ଏକାଦଶରେ ରହିବେ ବୋଲି ବିସିସିଆଇ କହିଛି।

Also Read: Asia Cup 2022: ଭାରତ ବିପକ୍ଷ ମ୍ୟାଚ ବେଳେ ପ୍ରେମିକା ସହ ଏମିତି କଲେ ହଂକଂ ବ୍ୟାଟର, ଭାଇରାଲ ହେଉଛ

ବିସିସିଆଇ ତାର ଷ୍ଟେଟମେଣ୍ଟରେ କହିଛି, 'ସିନିୟର ସିଲେକ୍ସନ କମିଟି ରବିନ୍ଦ୍ର ଜାଡେଜାଙ୍କ ରିପ୍ଲେସମେଣ୍ଟ ପାଇଁ ଅକ୍ଷର ପଟେଲଙ୍କ ନାମ ସୁପାରିଶ କରିଛି। ଜାଡେଜାଙ୍କ ଡାହାଣ ଆଣ୍ଠୁରେ ସାମାନ୍ୟ ଆଘାତ ଲାଗିଛି। ସେ ବର୍ତ୍ତମାନ ବିସିସିଆଇର ମେଡିକାଲ ଟିମର ତତ୍ତ୍ୱାବଧାନରେ ଅଛନ୍ତି।' ଏହା ପୂର୍ବରୁ ଆଇପିଏଲ ୨୦୨୨ ବେଳେ ଜାଡେଜାଙ୍କ ପଞ୍ଚରାରେ ଆଘାତ ଲାଗିଥିଲା। ଯାହା ପରେ ସେ ଦକ୍ଷିଣ ଆଫ୍ରିକା ଟୁରରୁ ସେ ବାଦ ପଡିଥିଲେ। ଏହା ପରେ ଲିଗାମେଣ୍ଟ ସମସ୍ୟା ପାଇଁ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସରିଜରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା।

 

ଆସନ୍ତା ରବିବାର ଏସିଆ କପ୍ ୨୦୨୨ରେ ଭାରତ ସୁପର ୪ ମ୍ୟାଚ ଖେଳିବ। ତେବେ ବର୍ତ୍ତମାନ ସୁଦ୍ଧା କେଉଁ ଟିମ ସହ ପ୍ରତିଦ୍ୱନ୍ଦିତା କରିବ ତାହା ସ୍ପଷ୍ଟ ହୋଇନାହିଁ। ଶୁକ୍ରବାର ପାକିସ୍ତାନ ଓ ହଂକଂ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଯେଉଁ ଟିମ ବିଜୟ ହେବ ସେ ଭାରତ ବିପକ୍ଷରେ ସୁପର-୪ର ଦ୍ୱିତୀୟ ମ୍ୟାଚ ଖେଳିବାର ସୁଯୋଗ ପାଇବ। 

Also Read: National Sports Day 2022: ମେଜର ଧ୍ୟାନ ଚାନ୍ଦଙ୍କୁ ଭାରତ ରତ୍ନ ଦାବି, କ୍ରୀଡା ପୁରସ୍କାର ଆବେଦନ

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ-

Rohit Sharma (Captain), KL Rahul (vice-captain), Virat Kohli, Suryakumar Yadav, Deepak Hooda, Rishabh Pant (wicket-keeper), Dinesh Karthik (wicket-keeper), Hardik Pandya, Axar Patel, R. Ashwin, Yuzvendra Chahal, Ravi Bishnoi, Bhuvneshwar Kumar, Arshdeep Singh, Avesh Khan