Asia Cup: ଦିନିକିଆ ସିରିଜ ପରେ ଭାରତୀୟ ଦଳ ପାଇଁ ଆସିଲା ବହୁତ ବଡ଼ ଖରାପ ଖବର
Advertisement
Article Detail0/zeeodisha/odisha1807944

Asia Cup: ଦିନିକିଆ ସିରିଜ ପରେ ଭାରତୀୟ ଦଳ ପାଇଁ ଆସିଲା ବହୁତ ବଡ଼ ଖରାପ ଖବର

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ପୂର୍ବରୁ ଭାରତୀୟ ଦଳ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଏସିଆ କପ ପୂର୍ବରୁ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଆହତ ସମସ୍ୟା। ଆଇସିସି ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସେପ୍ଟେମ୍ବର ୩୦ରୁ ଏସିଆ କପ୍ ଆରମ୍ଭ ହେବ ଏବଂ ଆସନ୍ତା ସପ୍ତାହରେ ଭାରତୀୟ ଦଳ

Asia Cup: ଦିନିକିଆ ସିରିଜ ପରେ ଭାରତୀୟ ଦଳ ପାଇଁ ଆସିଲା ବହୁତ ବଡ଼ ଖରାପ ଖବର

Asia Cup: ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ପୂର୍ବରୁ ଭାରତୀୟ ଦଳ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଏସିଆ କପ ପୂର୍ବରୁ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଆହତ ସମସ୍ୟା। ଆଇସିସି ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସେପ୍ଟେମ୍ବର ୩୦ରୁ ଏସିଆ କପ୍ ଆରମ୍ଭ ହେବ ଏବଂ ଆସନ୍ତା ସପ୍ତାହରେ ଭାରତୀୟ ଦଳ ଘୋଷଣା କରାଯିବ। ଟୁର୍ନାମେଣ୍ଟ ପୂର୍ବରୁ ସୂଚନା ମିଳିଛି ଯେ ଆଘାତ ହେତୁ ଦୁଇ ଜଣ ଡ୍ୟାସିଂ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ସ୍ଥଗିତ ହୋଇପାରେ।

ଏସିଆ କପକୁ ଆଉ ଅଳ୍ପ ସମୟ ରହିଯାଇଛି। କିନ୍ତୁ ଭାରତୀୟ ଦଳ ପାଇଁ ଆହତ ସମସ୍ୟା ମୁଣ୍ଡ ବିନ୍ଧାଇ ଦେଉଛି। ଦିନକୁ ଦିନ ଆହତ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏକ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳରେ ସାମିଲ ହୋଇଛନ୍ତି। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଏବଂ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କୁ ନେଇ କିନ୍ତୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଭୟ ଏସିଆ କପରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ଏକ ରିପୋର୍ଟ ଅନୁଯାୟୀ ଉଭୟ ଟୁର୍ନାମେଣ୍ଟରୁ ବାଦ ପଡିପାରନ୍ତି।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟର ଏସିଆ କପ୍ ପର୍ଯ୍ୟନ୍ତ ଫିଟ୍ ହୋଇପାରିବେ ନାହିଁ। ଏହି କାରଣରୁ ଉଭୟ ଖେଳାଳି ଟୁର୍ନାମେଣ୍ଟ ପାଇଁ ଦଳରେ ସାମିନ ହୋଇ ନ ପାରନ୍ତି। ସେପଟେ କେଏଲ ରାହୁଲ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିଦେଇଥିବା ଚିତ୍ର ସାମ୍ନାକୁ ଆସିଛି। କିନ୍ତୁ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନାହାନ୍ତି। ଯେଉଁକାରଣରୁ ସେ ସକ୍ରିୟ କ୍ରିକେଟକୁ ଫେରି ପାରିନାହାନ୍ତି। ତାଙ୍କୁ ସମ୍ପୂର୍ଣ୍ଣ ସକ୍ରିୟ କ୍ରିକେଟ୍ ଫେରିବାକୁ ଅଧିକ ସମୟ ଲାଗିବ। ଏଥି ସହିତ, ଶ୍ରେୟସ୍ ମଧ୍ୟ ଆହତ ହେବା ପରେ ଫିଟନେସ୍ ଫେରି ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ଆସନ୍ତା ଅଗଷ୍ଟ ୩୦ରୁ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏସିଆ କପ୍ ପାଇଁ ଶ୍ରେୟସ୍ ଆୟର ଏବଂ କେ.ଏଲ୍ ରାହୁଲ ସମ୍ପୂର୍ଣ୍ଣ ଫିଟ୍ ହେବେ ନାହିଁ। ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ ପରଠାରୁ ଆୟର୍ ଦଳ ବାହାରେ ରହିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ସମୟରେ କେ.ଏଲ୍ ଆହତ ହୋଇଥିଲେ।

ଏସିଆ କପ୍ ୨୦୨୩ ପାଇଁ କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟର୍ ଚୟନ ହେବାର ସମ୍ଭାବନା ନାହିଁ। ଯେଉଁଥି ପାଇଁ ଏହି ସପ୍ତାହରେ ଦଳ ଘୋଷଣା କରାଯିବ ବୋଲି କ୍ରିକବଜ୍ ରିପୋର୍ଟ କରିଛି। ବିସିସିଆଇର ସୂତ୍ରରୁ ଜଣାପଡିଛି ଯେ ଏହି ବ୍ୟାଟସମ୍ୟାନମାନେ ଚଳିତ ମାସ ୩୦ ତାରିଖରୁ ସେପ୍ଟେମ୍ବର ୧୭ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ ପାଇଁ ପାଇଁ ଶତପ୍ରତିଶତ ଫିଟ ହୋଇପାରି ନାହାଁନ୍ତି। ଏହି ଉଭୟ ଖେଳାଳି ନେଟରେ ବ୍ୟାଟିଂ ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ଶକ୍ତି ଏବଂ ଫିଟନେସ୍ ଡ୍ରିଲ୍ କରୁଛନ୍ତି। ବିସିସିଆଇ ଡାକ୍ତରୀ ଦଳ ସେମାନଙ୍କ ଅଗ୍ରଗତିରେ ସନ୍ତୁଷ୍ଟ ଅଛନ୍ତି ଏବଂ ଆଗାମୀ ଦିନରେ ଉଭୟଙ୍କ ଦକ୍ଷତା ଏବଂ ଶକ୍ତି କଣ୍ଡିସନର ଆହୁରି ବୃଦ୍ଧି ପାଇବ। ଆଶା କରାଯାଇପାରେ ଯେ ଏହି ଦୁଇ ଖେଳାଳି ବିଶ୍ୱକପ ପର୍ଯ୍ୟନ୍ତ ଫିଟ୍ ହୋଇପାରିବେ।

କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟରଙ୍କ କିଛି ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେମାନେ ସମ୍ପୂର୍ଣ୍ଣ ଫିଟ୍ ଥିବା ଦେଖିବାକୁ ମିଳିଥିଲା।  କିନ୍ତୁ ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କ ପାଇଁ ଏସିଆ କପରେ ଖେଳିବା କଷ୍ଟକର। ଏସିଆ କପରେ ଭାରତର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ରହିଛି। ଏଭଳି ପରିସ୍ଥିତିରେ, ଆୟର ଏବଂ ରାହୁଲଙ୍କ ଅନୁପସ୍ଥିତି ଯୋଗୁଁ ଟିମ୍ ଇଣ୍ଡିଆକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ।

Also Read: IND vs WI: ପ୍ରଥମ ଟି-୨୦ ରେ ସମ୍ପୂର୍ଣ୍ଣ ରୂପେ ବଦଳିଯିବ ଟିମ୍ ଇଣ୍ଡିଆ, ଯଶସ୍ୱି ଜୌସୱାଲ, ତିଲକ ଭର୍ମାଙ୍କ ସମେତ ଏହି ଖେଳାଳି କରିବେ ଧମାଲ!

Also Read: Ishan Kishan Performance: ଲଗାତାର ତିନୋଟି ପଚାଶ ମାରି ଟିମ୍ ମ୍ୟାନେଜମେଣ୍ଟ ଆଗରେ ବଡ଼ ପ୍ରଶ୍ନ ଉଠାଇଲେ କିଶାନ, ହରଡ଼ଘଣାରେ ଚୟନକର୍ତ୍ତା

Watch Video: Odisha Flood: ଚାହୁଁ ଚାହୁଁ ବନ୍ୟା ଜଳରେ ଭାସିଗଲା ଘର, ଦେଖନ୍ତୁ ଭିଡ଼ିଓ