Bizarre News: ଏହି ମହିଳାଙ୍କୁ ନିଜ ପୁଅ କଲା ଗର୍ଭବତୀ, ଦେଇସାରିଛି ସନ୍ତାନକୁ ଜନ୍ମ; ବାହାଘର ପାଇଁ ଛାଡ଼ିଥିଲେ ସ୍ୱାମୀଙ୍କ ସାଥ୍!
Advertisement
Article Detail0/zeeodisha/odisha1565917

Bizarre News: ଏହି ମହିଳାଙ୍କୁ ନିଜ ପୁଅ କଲା ଗର୍ଭବତୀ, ଦେଇସାରିଛି ସନ୍ତାନକୁ ଜନ୍ମ; ବାହାଘର ପାଇଁ ଛାଡ଼ିଥିଲେ ସ୍ୱାମୀଙ୍କ ସାଥ୍!

Bizarre News:  ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯେତେବେଳେ ସୋସିଆଲ ମିଡିଆ ଇନଫ୍ଲୁଏନସର ନିଜ ୧୫ ବର୍ଷର ସାବତ ପୁଅର ପ୍ରେମରେ ଏତେ ପାଗଳ ହୋଇଯାଇଥିଲା କି ସେ ନିଜ ସ୍ୱାମୀଙ୍କୁ ମଧ୍ୟ ଛାଡି ଦେଇଛି । ଛାଡପତ୍ର ପୂର୍ବରୁ ମଧ୍ୟ ସେ ଗର୍ଭବତୀ ହୋଇଥିଲେ ଓ ବିବାହ ପରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କୁ ଧୋକା ଦେଇ ଏସବୁ କାଣ୍ଡ ଘଟାଇଛନ୍ତି । 

Bizarre News: ଏହି ମହିଳାଙ୍କୁ ନିଜ ପୁଅ କଲା ଗର୍ଭବତୀ, ଦେଇସାରିଛି ସନ୍ତାନକୁ ଜନ୍ମ; ବାହାଘର ପାଇଁ ଛାଡ଼ିଥିଲେ ସ୍ୱାମୀଙ୍କ ସାଥ୍!

Bizarre News: ମା-ପୁଅ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ବୋଲି ମନେ କରାଯାଏ । କିନ୍ତୁ ପରିବର୍ତ୍ତିତ ପରିବେଶରେ ଏପରି ଅନେକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସେ, ଯାହାକୁ ଜାଣି ଯେକୌଣସି ବ୍ୟକ୍ତି ଚକିତ ହୋଇଯିବେ । ଗତ କିଛି ବର୍ଷ ମଧ୍ୟରେ ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । କେଉଁଠି ଜଣେ ମା' ନିଜ ପୁଅକୁ ବିବାହ କରିଛନ୍ତି ତ ଜେଜେବାପା ଓ ନାତୁଣୀ ମଧ୍ୟରେ ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯେତେବେଳେ ସୋସିଆଲ ମିଡିଆ ଇନଫ୍ଲୁଏନସର ନିଜ ୧୫ ବର୍ଷର ସାବତ ପୁଅର ପ୍ରେମରେ ଏତେ ପାଗଳ ହୋଇଯାଇଥିଲା କି ସେ ନିଜ ସ୍ୱାମୀଙ୍କୁ ମଧ୍ୟ ଛାଡି ଦେଇଛି । ଛାଡପତ୍ର ପୂର୍ବରୁ ମଧ୍ୟ ସେ ଗର୍ଭବତୀ ହୋଇଥିଲେ ଓ ବିବାହ ପରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କୁ ଧୋକା ଦେଇ ଏସବୁ କାଣ୍ଡ ଘଟାଇଛନ୍ତି । 

ଯେତେବେଳେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ମାଗିଥିଲେ ସେତେବେଳେ ସ୍ୱାମୀଙ୍କ ହୋସ୍ ଉଡ଼ିଗଲା । ମାମଲା ଋଷର ଅଟେ । ସେଠାରେ ରହୁଥିବା ସୋସିଆଲ ମିଡିଆ ଷ୍ଟାର୍ ମାରିନା ବାଲମାଶେଭା (Marina Balmasheva) ଙ୍କୁ ଆଲେକ୍ସୀ ଶାଭିରିନ (Alexey Shavyrin) ୨୦୦୭ ମସିହାରେ ଅର୍ଥାତ୍ ୧୬ ବର୍ଷ ପୂର୍ବେ ବିବାହ କରିଥିଲେ । ଅବଶ୍ୟ, ଏହା ଆଲେକ୍ସୀଙ୍କ ଦ୍ୱିତୀୟ ବିବାହ ଥିଲା ଓ ତାଙ୍କର ଏକ ପୁତ୍ର ଭ୍ଲାଦିମିର୍  (Vladimir) ମଧ୍ୟ ଥିଲେ, ଯାହାଙ୍କୁ ସେତେବେଳେ ୭ ବର୍ଷ ହୋଇଥିଲା । ଆଲେକ୍ସୀ କହିଛନ୍ତି ଯେ, ଭ୍ଲାଦିମିର୍ ବଡ଼ ହେବା ପରେ ମାରିନାଙ୍କ ଆଚରଣ ବଦଳିବାକୁ ଲାଗିଲା । ଯେତେବେଳେ ଭ୍ଲାଦିମିର୍ ବିଶ୍ୱବିଦ୍ୟାଳୟ ଛୁଟି ସମୟରେ ଆସୁଥିଲେ, ମାରିନା ତାଙ୍କ ସହ ଫ୍ଲର୍ଟ କରୁଥିଲେ । ତାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ । ଏଭଳି ପରିସ୍ଥିତିରେ ଭ୍ଲାଦିମିର୍ ମଧ୍ୟ ମାରିନାଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଲେ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା ଓ ମାରିନା ଗର୍ଭବତୀ ହୋଇଥିଲେ ।

ଇନଷ୍ଟାଗ୍ରାମ ସେନସେସନ ମାରିନା ତାଙ୍କ ସାବତ ପୁଅକୁ ଭଲପାଇ ସ୍ୱାମୀଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ ମସିହାରେ ଛାଡପତ୍ର ହେବାର କିଛି ଦିନ ପରେ ସେ ପୁଅ ଭ୍ଲାଦିମିରଙ୍କୁ ବିବାହ କରି ତାଙ୍କ ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ । କେବଳ ଏତିକି ନୁହେଁ ମାରିନା ଆହୁରି ମଧ୍ୟ କହିଛନ୍ତି ଯେ ସେ ଭ୍ଲାଦିମିରଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି । ଏହି ସମୟରେ ମାରିନା ଓ ଭ୍ଲାଦିମିରଙ୍କ ଏକ ଝିଅ ଅଛି, ଯାହାର ବୟସ ୨ ବର୍ଷରୁ ଅଧିକ । ଯଦିଓ, ମାରିନା ଅଗଷ୍ଟ ୨୦୨୨ରେ ପୁନର୍ବାର ଗର୍ଭବତୀ ହୋଇଥିଲେ, କିନ୍ତୁ ଇନଷ୍ଟାରେ ପିଲାଙ୍କ ବିଷୟରେ କୌଣସି ଅପଡେଟ୍ ସେୟାର କରିନାହାଁନ୍ତି । 

ଅଧିକ ପଢ଼ନ୍ତୁ:-ରବିନ୍ଦ୍ର ଜାଡେଜାଙ୍କ ଉପରେ ଲାଗିବ ୧୨ ମାସର ବ୍ୟାନ୍!

ଅଧିକ ପଢ଼ନ୍ତୁ:-ଜିଓ ଉପରେ ଭାରୀ ଏୟାରଟେଲର ଏହି ରିଚାର୍ଜ ପ୍ଲାନ! ୧୯୯ରେ ମିଳୁଛି ଅଧିକ ଦିନ ପାଇଁ ମାଗଣା ଡାଟା ଓ କଲିଂ

ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

ଅନ୍ୟପକ୍ଷରେ ମରିନାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ସେ ମୋ ପୁଅକୁ ନିଜ ପ୍ରେମ ଜାଲରେ ଫସାଇ ନେଇଛନ୍ତି । ତେବେ, ମାରିନା ଓ ତାଙ୍କ ସ୍ୱାମୀ ଭ୍ଲାଦିମିର୍ (ସାବତ ପୁଅ) ସେମାନଙ୍କର ନୂତନ ଜୀବନରେ ବହୁତ ଖୁସି ଅଛନ୍ତି  । ସୋସିଆଲ୍ ସାଇଟରେ ସେମାନଙ୍କର ଫଟୋ ସେୟାର କରିଚାଲିଛନ୍ତି । ବର୍ତ୍ତମାନ ମାରିନାଙ୍କୁ ୩୭ ବର୍ଷ ଓ ତାଙ୍କ ସାବତ ପୁଅ ୨୩ ବର୍ଷ । ଅନ୍ୟପଟେ ମାରିନାଙ୍କ ପ୍ରଥମ ସ୍ୱାମୀଙ୍କ ବୟସ ୪୭ ବର୍ଷ ହେବ ।