ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେଲା ୱାର୍ଲଡ଼ କପରେ ଖେଳାଯିବାକୁ ଥିବା ଭାରତ- ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍
Advertisement
Article Detail0/zeeodisha/odisha1856235

ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେଲା ୱାର୍ଲଡ଼ କପରେ ଖେଳାଯିବାକୁ ଥିବା ଭାରତ- ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍

Ind vs Pak​ World Cup 2023: ଆସନ୍ତା ଅକ୍ଟୋବର ୧୪ ତାରିଖରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । 

ସୌ(ସୋସିଆଲ ମିଡିଆ)

Ind vs Pak​ World Cup 2023: ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମ୍ୟାଚ୍ (Ind vs Pak world cup 2023) ଦେଖିବା ଲାଗି କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ । ଆସନ୍ତା ଅକ୍ଟୋବର ୧୪ ତାରିଖରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ମ୍ୟାଚ୍ ପାଇଁ ୧୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକେଟ୍ ବିକ୍ରି ହୋଇଛି । ଅନଲାଇନ୍ ଟିକେଟ୍ ଯୋଗାଉଥିବା ପ୍ଲାଟଫର୍ମ ଭିଆଗୋଗୋରେ (Viagogo) ନରେନ୍ଦ୍ର ମୋଦି ଷ୍ଟାଡିୟମର (Narendra modi stadium) ସାଉଥ୍ ପ୍ରିମିୟର ୱେଷ୍ଟ୍ (ବି) ଷ୍ଟାଣ୍ଡର ଟିକେଟ୍ ୧୯,୫୧ ୫୮୦ ଟଙ୍କାରେ ବିକ୍ରି ହୋଇଛି।

ସୂଚନା ଥାଉ କି, ୧୯ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଏହି ଟିକେଟ୍ ରେ ସିପିଂ କି ହୋମ ଡେଲିଭରି ଚାର୍ଜ ଅନ୍ତର୍ଭୂକ୍ତ ନାହିଁ । ବିଶ୍ୱକପ୍ ର ଅଫିସିଆଲ୍ ଟିକେଟ୍ ପାର୍ଟନର ବୁକ୍ ମାଇ ଶୋରେ (Bookmyshow) ବିଶ୍ବକପ ପାଇଁ ସମସ୍ତ ଟିକେଟ୍ ପ୍ରାୟତଃ ବିକ୍ରି ହୋଇସାରିଛି । ଭିଆଗୋଗୋରେ ସୋମବାର ରାତି ସୁଦ୍ଧା ଏହି ମ୍ୟାଚ୍ ପାଇଁ ୧୦୦ଟି ଟିକେଟ୍ ଉପଲବ୍ଧ ଥିଲା । ତେବେ ଆଶ୍ଚର୍ଯ୍ୟ କଥା, ଭାରତ ଓ ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍ ଚଢା ମୂଲ୍ୟରେ ବିକ୍ରି ହେଉଥିବାବେଳେ ଅକ୍ଟୋବର ୫ ତାରିଖରେ ସମାନ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ଦକ୍ଷିଣ ପ୍ରିମିୟର ୱେଷ୍ଟ୍ (ବି) ଷ୍ଟାଣ୍ଡରେ ଟିକେଟ୍ ମୂଲ୍ୟ ମାତ୍ର ୬,୦୦୦ ଟଙ୍କା ରହିଛି ।

ଭିଆଗୋଗୋରେ ଭାରତ ବନାମ ପାକ୍ ମ୍ୟାଚ୍ ଲାଗି ଟିକେଟ୍ ବିକ୍ରି ୬୬,୦୦୦ ଟଙ୍କାରୁ ଆରମ୍ଭ ହୋଇ ୧୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଁଞ୍ଚଛି । ଭାରତର ଅନ୍ୟ ମ୍ୟାଚ୍‌ର ଟିକେଟ୍ ମୂଲ୍ୟ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ଛି। ଲକ୍ଷ୍ନୌରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ୨,୩୪,୬୩୨ ଟଙ୍କା ରହିଥିବା ବେଳେ ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ (Delhi arun jaitley stadium) ଭାରତ ଓ ଆଫଗାନିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ୩୮୭୭୭ ଟଙ୍କା ଥିବା ଜଣାପଡ଼ିଛି ।

ପ୍ରକାଶ ଥାଉ କି, ସୋମବାର ଦିନ ନେପାଳକୁ ହରାଇ ଏସିଆ କପ୍‌ରେ (Asia cup) ଗ୍ରୁପ୍‌ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି ଟିମ୍ ଇଣ୍ତିଆ । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳକୁ ପରାସ୍ତ କରି ୨ ପଏଣ୍ଟ ସହ ଭାରତ ସୁପର ୪ରେ ପ୍ରବେଶ କରିଛି । ନେପାଳ ପକ୍ଷରୁ ଧାର୍ଯ୍ୟ ୨୩୧ ରନ୍‌କୁ ପିଛା କରି ରୋହିତ ଓ ଗିଲ୍‌ ମଇଦାନକୁ ଓହ୍ଲାଇଥିଲେ। ୨.୧ ଓଭର ବେଳକୁ ଦଳ ୧୭ ରନ୍‌ରେ ପହଞ୍ଚି ଥିବାବେଳେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ମ୍ୟାଚ୍‌ ବନ୍ଦ ରହିବା ପରେ ରାତି ୧୦ଟାରେ ପୁଣି ଥରେ ଖେଳ ଆରମ୍ଭ ହୋଇଥିଲା।  ଡିଏଲ୍‌ଏସ୍‌ ହିସାବ ଅନୁଯାୟୀ, ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍‌ ଧାର୍ଯ୍ୟ କରାଯାଇଥିଲା। ଜବାବରେ ରୋହିତ ୫୯ ବଲ୍‌ରେ ୭୪* ରନ୍‌ ଓ ଶୁଭମନ ଗିଲ୍‌ ୬୨ ବଲ୍‌ରେ ୬୭* ରନ୍‌ କରିଥିଲେ । ଫଳରେ ଭାରତ ୧୦ ୱିକେଟ୍‌ରେ ବିଜୟୀ ହୋଇଥିଲା।

​Also Read-Weather Update: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି