​France vs Morocco Semi Final FIFA World Cup 2022: ମୋରୋକ୍କୋର ସ୍ୱପ୍ନ ଭାଙ୍ଗିଲା ଫ୍ରାନ୍ସ, ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ; ଆର୍ଜେଣ୍ଟିନା ସହ ହେବ ଟକ୍କର
Advertisement
Article Detail0/zeeodisha/odisha1486177

​France vs Morocco Semi Final FIFA World Cup 2022: ମୋରୋକ୍କୋର ସ୍ୱପ୍ନ ଭାଙ୍ଗିଲା ଫ୍ରାନ୍ସ, ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ; ଆର୍ଜେଣ୍ଟିନା ସହ ହେବ ଟକ୍କର

​France vs Morocco Semi Final FIFA World Cup 2022: କାତାରରେ ଖେଳାଯାଉଥିବା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଫ୍ରାନ୍ସ ମୋରୋକ୍କୋକୁ ୨-୦ରେ ପରାସ୍ତ କରିଛି । ଏହା ସହିତ ଆଫ୍ରିକୀୟ ଦଳ ମୋରୋକ୍କୋର ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବାର ସ୍ୱପ୍ନ ମଧ୍ୟ ଭାଙ୍ଗି ଯାଇଛି ।

​France vs Morocco Semi Final FIFA World Cup 2022: ମୋରୋକ୍କୋର ସ୍ୱପ୍ନ ଭାଙ୍ଗିଲା ଫ୍ରାନ୍ସ, ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ; ଆର୍ଜେଣ୍ଟିନା ସହ ହେବ ଟକ୍କର

France vs Morocco Semi Final FIFA World Cup 2022: ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ଦଳ (France Team) ଲଗାତାର ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ ଫାଇନାଲ (FIFA World Cup FInal 2022) ରେ ପହଞ୍ଚିଛି । କାତାରରେ ଖେଳାଯାଉଥିବା ବିଶ୍ୱକପ (Qatar FIFA World Cup 2022) ର ଦ୍ୱିତୀୟ ସେମିଫାଇନାଲରେ ଫ୍ରାନ୍ସ ମୋରୋକ୍କୋ (France vs Morocco Semi Final) କୁ ୨-୦ରେ ପରାସ୍ତ କରିଛି । ଏହା ସହିତ ଆଫ୍ରିକୀୟ ଦଳ ମୋରୋକ୍କୋ (Morocco Team) ର ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବାର ସ୍ୱପ୍ନ ମଧ୍ୟ ଭାଙ୍ଗି ଯାଇଛି ।

ବର୍ତ୍ତମାନ ଫ୍ରାନ୍ସ (France Team) ଲଗାତର ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବ । ଟାଇଟଲ୍ ଜିତିବା ପାଇଁ ଫ୍ରାନ୍ସ ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ । ଏହି ଆର୍ଜେଣ୍ଟିନା ଦଳ (Argentina Team) ର ଅଧିନାୟକ ହେଉଛନ୍ତି ଲିଓନେଲ ମେସି (Lionel Messi) । ବର୍ତ୍ତମାନ ଡିସେମ୍ବର ୧୮ରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା (France vs Argentina Final) ମଧ୍ୟରେ ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ର ଫାଇନାଲ ଖେଳାଯିବ । ଫ୍ରାନ୍ସ ଓ ମୋରୋକ୍କୋ ମଧ୍ୟରେ ଖେଳା ଯାଇଥିବା ସେମିଫାଇନାଲ (France vs Morocco Semi Final) ମ୍ୟାଚରେ ପ୍ରଥମ ଗୋଲ୍ ୫ ମିନିଟରେ ଫ୍ରାନ୍ସର ଡିଫେଣ୍ଡର ଥିଓ ଫର୍ଣ୍ଣାଡିଜ୍ (Theo Hernandez) କରିଥିଲେ । ଦ୍ୱିତୀୟ ଗୋଲ୍ ୭୯ ତମ ମିନିଟରେ ରାଣ୍ଡାଲ୍ କୋଲୋ ମୁଆନି (Randal Kolo Muani) ଏହି ଗୋଲ୍ ସ୍କୋର କରିଥିଲେ ।

ସେମିଫାଇନାଲ ମ୍ୟାଚ୍ ଜିତି ଫ୍ରାନ୍ସ ଦଳ (France Team) ଲଗାତର ଦ୍ୱିତୀୟ ଥର ପାଇଁ ଓ ଚତୁର୍ଥ ଥର ପାଇଁ ସାମଗ୍ରିକ ଭାବେ ଫାଇନାଲରେ ପ୍ରବେଶ କରିଛି । ଏହାପୂର୍ବରୁ ଫ୍ରାନ୍ସ ତିନିଥର ଫାଇନାଲ୍ ଖେଳି ୧୯୯୮ ଓ ୨୦୧୮ ରେ ଦୁଇଥର ଟାଇଟଲ୍ ଜିତିଥିଲାବେଳେ ୨୦୦୬ରେ ରନର୍ ଅପ୍ ହୋଇଥିଲା । ଫ୍ରାନ୍ସ ଦଳ ମଧ୍ୟ ଦୁଇଥର ତୃତୀୟ ଓ ଥରେ ଚତୁର୍ଥ ନମ୍ବରରେ ରହିସାରିଛି । ଏଥର ଫ୍ରାନ୍ସ ଦଳ ମୋଟ ସପ୍ତମ ଥର ପାଇଁ ଟପ୍-୪ରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରନ୍ତି ନାହିଁ, ତଥାପି ସେମାନଙ୍କ ଛାତିରେ କାହିଁକି ଥାଏ ନିପ୍ପେଲ୍ସ? ଜାଣନ୍ତୁ ଏହାର କାରଣ

ଏହା ବି ପଢ଼ନ୍ତୁ:-କିଏ ସେ ୧୫ ବର୍ଷୀୟ ଆଲ୍ଲା ମହମ୍ମଦ, ଯାହାଙ୍କ ନାମ IPL ନିଲାମରେ ଆସିବା ପରେ ସୃଷ୍ଟି ହୋଇଛି ହଇଚଇ

ଏହା ବି ପଢ଼ନ୍ତୁ:-ବାଂଲାଦେଶୀ ସ୍ପିନରଙ୍କ 'ରହସ୍ୟମୟ ବଲ'ର ଶିକାର ହେଲେ ବିରାଟ କୋହଲି, ଆଉଟ ହେବା ପରେ ହୋଇଗଲେ କନ୍ଫୁଜ୍, ଦେଖନ୍ତୁ ଭିଡିଓ

ଅନ୍ୟପକ୍ଷରେ ମୋରୋକ୍କୋ ଦଳ (Morocco Team) ପ୍ରଥମ ଥର ପାଇଁ ସେମିଫାଇନାଲ (FIFA World Cup 2022) ରେ ପ୍ରବେଶ କରିଛି । ସେମିଫାଇନାଲରେ ପ୍ରବେଶ କରିଥିବା ଏହା ମଧ୍ୟ ପ୍ରଥମ ଆଫ୍ରିକୀୟ ଦଳ । ଯଦି ମୋରୋକ୍କୋ ଦଳ ସେମିଫାଇନାଲରେ ଜିତିଥାନ୍ତେ, ତେବେ ସେମାନେ ପ୍ରଥମ ଆଫ୍ରିକୀୟ ଦଳ ହୋଇ ଇତିହାସ ସୃଷ୍ଟି କରିପାରିଥାନ୍ତେ । ତେବେ ତାଙ୍କର ଏହି ସ୍ୱପ୍ନ ପରାଜୟ ସହିତ ଧୂଳିସାତ୍ ହୋଇଯାଇଛି ।