ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ଘଟଣା, କ୍ଷମା ଦାବି କଲେ ସମ୍ବିତ ପାତ୍ର
Advertisement
Article Detail0/zeeodisha/odisha2625484

ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ଘଟଣା, କ୍ଷମା ଦାବି କଲେ ସମ୍ବିତ ପାତ୍ର

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ 'POOR LADY' ବୋଲି କହିଥିଲେ ସୋନିଆ ଗାନ୍ଧୀ । ଭାଷଣ ବୋରିଂ ଏବଂ 'POOR LADY' କହିବା ସହ ତାଚ୍ଛଲ୍ୟ କରିଥିଲେ ସୋନିଆ । ଅଭିଭାଷଣ ପଢ଼ି ରାଷ୍ଟ୍ରପତି ଶେଷରେ ଥକି ଯାଇଥିବା ସୋନିଆ କହିବା ପରେ ସାରା ଦେଶରୁ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୋନିଆଙ୍କ ନିକଟରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ସମ୍ବିତ ପାତ୍ର।

ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ଘଟଣା, କ୍ଷମା ଦାବି କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ:  ପୂର୍ବତନ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ଦେଶର ଅନେକ ବରିଷ୍ଠ ନେତା ଏହାକୁ ଦୃଢ ନିନ୍ଦା କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସମ୍ୱିତ ପାତ୍ର ମଧ୍ୟ ସୋନିଆ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ।

ସମ୍ୱିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ କାରମ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଦେଶର ଭବିଷ୍ୟ ଏବଂ ହିସାବ ନେଇ ଲେଖା ରଖିଛନ୍ତି । ପୁରା ଦେଶବାସୀ ରାଷ୍ଟ୍ରପତିଙ୍କ କଥାକୁ ଧ୍ୟାନର ସହ ଶୁଣିଛନ୍ତି । କିନ୍ତୁ ଦୁଃଖର କଥା ଟିକେ ସମୟ ପୂର୍ବରୁ ପୂର୍ବତନ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଯେଉଁ ପ୍ରକାରର କମେଣ୍ଟ କରିଛନ୍ତି ତାହା ଆଦୌ ଉଚିତ ନୁହେଁ । ସେ କହିଛନ୍ତି ଯେ, ରାଷ୍ଟ୍ରପତି ନିଜ ଭାଷଣରେ ଥକି ଯାଇଛନ୍ତି  ଏବଂ ବିଚାରୀ କହିଛନ୍ତି । ଭାରତବର୍ଷ ବିଶ୍ୱର ସର୍ବୋଚ୍ଚ ଲୋକତନ୍ତ୍ର ଅଟେ । ଏହି ଲୋକତନ୍ତ୍ରର ପ୍ରଥମ ସଦସ୍ୟ ହେଉଛନ୍ତି ଆଦିବାସୀ ପରିବାରରୁ ଆସିଥିବା ଏହି ମହିଳା । କେବେ ବି ଜଣେ ଆଦିବାସୀ ପରିବାରରୁ ଆସିଥିବା ମହିଳା 'POOR Think' ହେଇପାରିବେ ନାହିଁ । ସେ ଖୁବ ଶସକ୍ତ ଏବଂ ସବଳ । ସେ ପୂର୍ବରୁ ମଧ୍ୟ ଅନେକ ବଡ଼ ପଦପଦବୀରେ ଥିଲେ ଆଉ ଆଜି ଦେଶର ସର୍ବୋଚ୍ଚ ପଦବୀରେ ଅଛନ୍ତି । ନା ସେ କେବେ ଥକିଥିଲେ ନା ଥକିବେ । ରାଷ୍ଟ୍ରପତି ନୁହେଁ ବରଂ ରାହୁଲ ଗାନ୍ଧୀ ହେଉଛନ୍ତି 'POOR Think'

ସୂଚନାଯୋଗ୍ୟ, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ 'POOR LADY' ବୋଲି କହିଥିଲେ ସୋନିଆ ଗାନ୍ଧୀ । ଭାଷଣ ବୋରିଂ ଏବଂ 'POOR LADY' କହିବା ସହ ତାଚ୍ଛଲ୍ୟ କରିଥିଲେ ସୋନିଆ । ଅଭିଭାଷଣ ପଢ଼ି ରାଷ୍ଟ୍ରପତି ଶେଷରେ ଥକି ଯାଇଥିବା ସୋନିଆ କହିବା ପରେ ସାରା ଦେଶରୁ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୋନିଆଙ୍କ ନିକଟରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ସମ୍ବିତ ପାତ୍ର।

ଆପଣଙ୍କୁ କହିରଖୁଛୁ ଯେ, ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଯାଇଛି । ୨୦୨୪-୨୫ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୬ରେ ଜିଡିପି ଅଭିବୃଦ୍ଧି ୬.୩%ରୁ ୬.୮% ମଧ୍ୟରେ ରହିବା ଆକଳନ କରାଯାଇଛି । ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି। ଆରମ୍ଭରୁ ସେ ମହାକୁମ୍ଭ ମେଳାରେ ହୋଇଥିବା ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ଏହା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହା ସହିତ ସରକାରଙ୍କ କାର୍ଯ୍ୟ ଉପରେ ନିଜର ଅଭିଭାଷଣ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ। ଆସନ୍ତାକାଲି ବଜେଟ ଉପସ୍ଥାପନ ହେବାକୁ ଥିବାରୁ ଏହି ରିପୋର୍ଟ ଭାରତର ଅର୍ଥନୀତି ଏବଂ ସରକାରଙ୍କ ନୀତି ଆଗାମୀ ବର୍ଷରେ କିପରି ରହିବ ତାହାକୁ ସ୍ପଷ୍ଟ କରିଛି। ଏହି ରିପୋର୍ଟରେ ମୋଦୀଙ୍କ ତୃତୀୟ ଥରର ସରକାର ସମୟରେ ନିର୍ମାଣ ଶିଳ୍ପରେ ନିଯୁକ୍ତାତ୍ମକ ପ୍ରଗତି ସ୍ପଷ୍ଟ କରାଯାଇଛି।

ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା' ଲକ୍ଷ୍ମୀଙ୍କ ବନ୍ଦନା ପଢିବା ପରେ ସମ୍ବୋଧନ ଦେଇ କହିଛନ୍ତି ଯେ,  ସବୁ ଗରିବ ଓ ମଧ୍ୟବିତ୍ତଙ୍କ ପ୍ରତି ମା' ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଉ । ମା' ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ କ୍ଷେତ୍ରରେ ଅଗ୍ରସର ହେଉ । ଏଥର ଦେଶବାସୀ ୩ ଥର ପାଇଁ ମୋତେ ଦାୟିତ୍ବ ଦେଇଛନ୍ତି । ଏହି କାର୍ଯ୍ୟକାଳରେ ଏହା ପୂର୍ଣ୍ଣ ବଜେଟ୍ ହେବ । ସ୍ବାଧିନତାର ଶହେ ବର୍ଷ ପୂର୍ତ୍ତିରେ ବିକଶିତ ଭାରତ ନୂଆ ଉର୍ଜା ଦେଖିବ । ଏ ବର୍ଷର ବଜେଟ ନୂଆ ଉର୍ଜା ସହ ଐତିହାସିକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Also Read- Top 10 News: ମୁଖ୍ୟମନ୍ତ୍ରୀଙ୍କୁ ବୈଦେଶିକ ମନ୍ତ୍ରୀଙ୍କ ପ୍ରଶଂସା ଖବର ସହ ଅନ୍ୟାନ୍ୟ ଅପଡେଟ୍

Also Read- Weekly Lucky Zodiac Sign: ନୂଆ ସପ୍ତାହରେ ଗଜକେଶରୀ ରାଜଯୋଗ ପ୍ରଭାବ, ୫ ରାଶିକୁ ମିଳିବ ଲାଭ