Hardik Pandya Injury: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତକୁ ନେଇ ଆସିଲା ବଡ଼ ଅପଡେଟ୍, ବଢ଼ିଲା ଟିମ୍ ଇଣ୍ଡିଆର ଟେନସନ
Advertisement
Article Detail0/zeeodisha/odisha1931308

Hardik Pandya Injury: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତକୁ ନେଇ ଆସିଲା ବଡ଼ ଅପଡେଟ୍, ବଢ଼ିଲା ଟିମ୍ ଇଣ୍ଡିଆର ଟେନସନ

ODI World Cup 2023: ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆରୁ ଦୂରେଇ ଯାଇଛନ୍ତି । ଏବେ ସେ ଆଗାମୀ ତିନିଟି ମ୍ୟାଚରୁ ମଧ୍ୟ ବାହାରେ ରହିପାରନ୍ତି ।

 

Hardik Pandya Injury Update

Hardik Pandya World Cup 2023: ବିଶ୍ୱକପ୍ ୨୦୨୩ ରେ ଭାରତୀୟ କ୍ରିକେଟ୍ ଦଳ ଚମତ୍କାର ପ୍ରଦର୍ଶନ କରି ଚାଲିଛି । ଟିମ୍ ଇଣ୍ଡିଆ ପାଞ୍ଚଟି ମ୍ୟାଚ୍ ଖେଳି ସବୁଥିରେ ଜିତିଛି । ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି । ପାଣ୍ଡ୍ୟାଙ୍କ ଆଘାତ ଟିମ୍ ଇଣ୍ଡିଆର ଟେନସନକୁ ବଢ଼ାଇପାରେ । ଏକ ରିପୋର୍ଟ ଅନୁଯାୟୀ, ଆହତ କାରଣରୁ ପାଣ୍ଡ୍ୟା ଆସନ୍ତା ତିନୋଟି ମ୍ୟାଚରୁ ବାଦ ପଡିପାରନ୍ତି । ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳି ନାହାଁନ୍ତି ଓ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ମ୍ୟାଚ ପାଇଁ ପଡ଼ିଆରେ ନଜର ଆସିବେ ନାହିଁ ।

ହାର୍ଦ୍ଦିକ ବର୍ତ୍ତମାନ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ଖବର ଅନୁଯାୟୀ ପାଣ୍ଡ୍ୟାଙ୍କ ଗୋଡରେ ଗ୍ରେଡ୍-1 ଲିଗାମେଣ୍ଟ୍ ଟିୟର ରହିଛି । ତାଙ୍କ ଗୋଡରେ ବହୁତ ଫୁଲା ଅଛି । ଏହି କାରଣରୁ ଯନ୍ତ୍ରଣା ମଧ୍ୟ ଅଛି । ଯଦିଓ, ଭଲ କଥା ହେଉଛି କୌଣସି ହାଡ ଭାଙ୍ଗି ନାହିଁ । ଜଣେ ଏନସିଏ ଅଧିକାରୀ କହିଛନ୍ତି ଯେ ପାଣ୍ଡ୍ୟାଙ୍କ ଆଘାତ ଟିକେ ଗୁରୁତର ହୋଇପାରେ । ସେମାନେ ସମ୍ପୂର୍ଣ୍ଣ ଫିଟ୍ ନହେବା ଯାଏଁ ଖେଳିବେ ନାହିଁ ।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପାଣ୍ଡ୍ୟା ଆହତ ହୋଇଥିଲେ । ସେବେଠାରୁ ସେ ଦଳରୁ ବାହାରେ ରହୁଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କୌଣସି ଅଧିକାରିକ ସୂଚନା ଦିଆଯାଇ ନାହିଁ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ ପାଇଁ ଭାରତ ସୂର୍ଯ୍ୟକୁମାର ଯାଦବ ଓ ମହମ୍ମଦ ଶାମିଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରିଥିଲା । ଏବେ ଲକ୍ଷ୍ନୌ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଏକ ସୁଯୋଗ ଦେଇପାରେ ।

କହିରଖୁଛୁ ଯେ ପଏଣ୍ଟ ଟେବୁଲରେ ଭାରତୀୟ ଦଳ ଶୀର୍ଷରେ ଅଛି । ଦଳ ପାଞ୍ଚଟି ମ୍ୟାଚ୍ ଖେଳିଛି ଓ ଚାରିଟି ମ୍ୟାଚ୍ ଖେଳିବାକୁ ବାକି ଅଛି । ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଥିଲା । ଏହା ପରେ ଆଫଗାନିସ୍ତାନ ୮ ୱିକେଟରେ ପରାସ୍ତ ହୋଇଥିଲା । ଏହା ସମେତ ଟିମ୍ ଇଣ୍ଡିଆ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ପରାସ୍ତ କରିଛନ୍ତି । ଇଂଲଣ୍ଡ ପରେ ଭାରତକୁ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପଡିବ ।