India vs Bangladesh 3rd T20I: ବାଂଲାଦେଶ ବିପକ୍ଷରେ ଭାରତ ଐତିହାସିକ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ, ୩-୦ ରେ କବଜା କଲା ଟି-୨୦ ସିରିଜ୍
Advertisement
Article Detail0/zeeodisha/odisha2470389

India vs Bangladesh 3rd T20I: ବାଂଲାଦେଶ ବିପକ୍ଷରେ ଭାରତ ଐତିହାସିକ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ, ୩-୦ ରେ କବଜା କଲା ଟି-୨୦ ସିରିଜ୍

India vs Bangladesh 3rd T20I Highlights: ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦କୁ ଭାରତ ୧୩୫ ରନରେ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶକୁ ୨୯୮ ରନ୍‌ର ଟାର୍ଗେଟ ଦେଇଥିଲା।

 

India won by 133 runs

India vs Bangladesh 3rd T20I: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ୧୩୩ ରନରେ ବିଜୟୀ ହୋଇଛି। ଭାରତର ୨୯୭ ରନ୍ ଜବାବରେ ବାଂଲାଦେଶ ଦଳ ନିର୍ଦ୍ଧାରିତ ୨୦ ଓଭରେ ମାତ୍ର ୭ ୱିକେଟ୍ ହରାଇ ୧୬୪ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା।

ବାଂଲାଦେଶ ଦଳ ତରଫରୁ ତାହିଦ୍ ହ୍ରିଡୋ ୬୭ ରନ୍ କରି ଅପରାଜିତ ରହିଥିଲେ ଏବଂ ତାନଜିମ ହାସନ ସାକିବ ୮ ରନରେ ଅପରାଜିତ ରହିଥିଲେ। ଲିଟନ୍ ଦାସ ୪୨ ରନ୍ କରି ଆଉଟ୍ ହୋଇଥିଲେ। ମହମୁଦୁଲ୍ଲା ୮ ରନ୍ ଏବଂ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ୧୪ ରନ୍ ସ୍କୋର କରିଥିଲେ। ତାଞ୍ଜୀଦ ହାସନ ୧୫ ରନ୍ ଏବଂ ମେହେଡି ହାସନ ମିରାଜ ତିନି ରନ୍ ସ୍କୋର କରି ପାରିଥିଲେ। ରିଶାଦ ହୁସେନ୍ ଏବଂ ପରଭେଜ୍ ହୁସେନ୍ ଇମୋନଙ୍କ ଖାତା ଖୋଲି ପାରି ନଥିଲେ। ଭାରତ ପାଇଁ ଲେଗ ସ୍ପିନର ରବି ବିଷ୍ଣୁ ତିନୋଟି ୱିକେଟ୍ ନେଇଥିଲେ ଏବଂ ଦ୍ରୁତ ବୋଲର ମୟଙ୍କ ଯାଦବ ଦୁଇଟି ୱିକେଟ୍ ନେଇଥିଲେ। ୱାଶିଂଟନ୍ ସୁନ୍ଦର ଏବଂ ନୀତୀଶ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୯୭ ରନ୍ ସଂଗ୍ରହ କରିଥିଲା। ଟି-୨୦ କ୍ରିକେଟରେ ଏହା ହେଉଛି ଭାରତର ସର୍ବ ବୃହତ ସ୍କୋର। ଏଥି ସହିତ ସାମଗ୍ରିକ ଭାବେ ଦ୍ୱିତୀୟ ବୃହତ୍ତମ ସ୍କୋର। ସଞ୍ଜୁ ସାମସନ୍ ଏକ ଜବରଦସ୍ତ ଶତକ ହାସଲ କରିଥିବାବେଳେ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଅର୍ଦ୍ଧଶତକ ମାରିଥିଲେ। ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଆରମ୍ଭ ଭଲ ନଥିଲା। ତୃତୀୟ ଓଭରରେ ଅଭିଷେକ ଶର୍ମା (୨୦) ୱିକେଟ୍ ହରାଇଥିଲେ।

ଏହା ପରେ ସାମସନ୍ ଓ ସୂର୍ଯ୍ୟ ଚମତ୍କାର ଭାବରେ ଦଳର ସ୍କୋରକୁ ଆଗକୁ ନେଇଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଉଭୟ ୧୭୩ ରନ୍ ର ସ୍ମରଣୀୟ ଭାଗିଦାରୀ କରିଥିଲେ। ସାମସନ ୪୦ଟି ବଲରେ ନିଜର ଶତକ ପୂରଣ କରିଥିଲେ। ସେ ୧୪ ତମ ଓଭରରେ ମୁସ୍ତାଫିଜୁର ଶିକାର ହୋଇଥିଲେ। ସେ ୧୧ ଚୌକା ଓ ୮ ଛକା ସହାୟତାରେ ୪୭ ବଲରେ ୧୧୧ ରନ୍ ସଂଗ୍ରହ କରିଥିଲେ।

ମହମୁଦୁଲ୍ଲା ୧୫ତମ ଓଭରରେ ସୁର୍ଯ୍ୟଙ୍କୁ  ଆଉଟ୍ କରିଥିଲେ। ଅଧିନାୟକ ୮ଟି ଚୌକା ଓ ୫ଟି ଛକା ସହାୟତାରେ ୩୫ ବଲରେ ୭୫ ରନ ସ୍କୋର କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରୁ ୪୭ ରନ୍ ସ୍କୋର କରିଥିଲେ ଯେଉଁଥିରେ ୪ଟି ଚୌକା ଓ ଛକା ସାମିଲ ଥିଲା। ରିୟାନ ପରାଗ ୧୩ ବଲରୁ ୩୪ ରନ୍ ସ୍କୋର କରିଥିଲେ। ଏହି ସମୟରେ ଗୋଟିଏ ଚୌକା ଓ ଚାରିଟି ଛକା ମାରିଥିଲେ। ଚତୁର୍ଥ ୱିକେଟ୍ ପାଇଁ ଉଭୟ ୨୬ଟି ବଲରେ ୭୦ ରନ୍ ଯୋଡିଥିଲେ। ନୀତୀଶ କୁମାର ରେଡ୍ଡୀ ଖାତା ଖୋଲି ପାରି ନଥିଲେ। ୮ ରନ୍‌ରେ ରିଙ୍କୁ ସିଂ ଅପରାଜିତ ରହିଥିଲେ ଓ ୱାଶିଂଟନ୍ ସୁନ୍ଦର ୧ ରନରେ ଅପରାଜିତ ରହିଥିଲେ।