IND vs PAK: ହରଭଜନ ସିଂ ବାଛିଲେ ପାକିସ୍ତାନ ବିପକ୍ଷରେ ମହାମୁକାବିଲା ପାଇଁ ଭାରତର ଚୂଡ଼ାନ୍ତ ଏକାଦଶ, ଏହି ୩ ଷ୍ଟାର୍ ଖେଳାଳିଙ୍କୁ ଦେଲେନି ସ୍ଥାନ
Advertisement
Article Detail0/zeeodisha/odisha1403133

IND vs PAK: ହରଭଜନ ସିଂ ବାଛିଲେ ପାକିସ୍ତାନ ବିପକ୍ଷରେ ମହାମୁକାବିଲା ପାଇଁ ଭାରତର ଚୂଡ଼ାନ୍ତ ଏକାଦଶ, ଏହି ୩ ଷ୍ଟାର୍ ଖେଳାଳିଙ୍କୁ ଦେଲେନି ସ୍ଥାନ

IND vs PAK Team India Playing XI: ଭାରତ ଓ ପାକିସ୍ତାନ ମହାମୁକାବିଲା ପୂର୍ବରୁ କ୍ରିକେଟ୍ ବିଶେଷଜ୍ଞ ଓ ପୂର୍ବତନ କ୍ରିକେଟରମାନେ ଭାରତୀୟ ଚୂଡ଼ାନ୍ତ ଏକାଦଶ (Indian Playing XI) ଚୟନ କରୁଛନ୍ତି । ଏହା ସହ ଭବିଷ୍ୟବାଣୀ କରୁଛନ୍ତି କି ଟିମ୍ ଇଣ୍ଡିଆର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା କେତେ ରହିଛି । ଏଭଳି ପରିସ୍ଥିତିରେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ (Harbhajan Singh) ମଧ୍ୟ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ଭାରତୀୟ ଚୂଡ଼ାନ୍ତ ଏକାଦଶ ଚୟନ ଚୟନ କରିଛନ୍ତି । 

IND vs PAK: ହରଭଜନ ସିଂ ବାଛିଲେ ପାକିସ୍ତାନ ବିପକ୍ଷରେ ମହାମୁକାବିଲା ପାଇଁ ଭାରତର ଚୂଡ଼ାନ୍ତ ଏକାଦଶ, ଏହି ୩ ଷ୍ଟାର୍ ଖେଳାଳିଙ୍କୁ ଦେଲେନି ସ୍ଥାନ

ନୂଆଦିଲ୍ଲୀ: T20 World Cup 2022, IND vs PAK Team India Playing XI: ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇସାରିଛି । ବର୍ତ୍ତମାନ ଯୋଗ୍ୟତା ପର୍ଯ୍ୟାୟର ମ୍ୟାଚ୍ ହେବା ସହ ଅଭ୍ୟାସ ମ୍ୟାଚ୍ ଜାରି ରହିଛି । ଭାରତୀୟ ଦଳ (Team India) ଅକ୍ଟୋବର ୨୩ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ (India vs Pakistan Match) ଆରମ୍ଭ କରିବ । ଏହି ମହାମୁକାବିଲା ପୂର୍ବରୁ କ୍ରିକେଟ୍ ବିଶେଷଜ୍ଞ ଓ ପୂର୍ବତନ କ୍ରିକେଟରମାନେ ଭାରତୀୟ ଚୂଡ଼ାନ୍ତ ଏକାଦଶ (Indian Playing XI) ଚୟନ କରୁଛନ୍ତି । ଏହା ସହ ଭବିଷ୍ୟବାଣୀ କରୁଛନ୍ତି କି ଟିମ୍ ଇଣ୍ଡିଆର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା କେତେ ରହିଛି । ଏଭଳି ପରିସ୍ଥିତିରେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ (Harbhajan Singh) ମଧ୍ୟ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ଭାରତୀୟ ଚୂଡ଼ାନ୍ତ ଏକାଦଶ ଚୟନ ଚୟନ କରିଛନ୍ତି । 

ହରଭଜନ ସିଂ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ନା ତ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଙ୍କୁ ସ୍ଥାନ ଦେଇଛନ୍ତି ନା ଆର ଅଶ୍ୱିନ (R Ashwin) ଙ୍କୁ । ଦ୍ରୁତ ବୋଲିଂ ଆକ୍ରମଣରେ ସେ ମହମ୍ମଦ ଶାମି (Mohammed Sham) ଓ ଭୁବନେଶ୍ୱର କୁମାର (Bhuvneshwar Kumar) ଙ୍କ ସହ ଅର୍ଶଦୀପ (Arshdeep) ଙ୍କୁ ବାଛିଛନ୍ତି । ହରଭଜନ ମଧ୍ୟ ହର୍ଷଲ ପଟେଲ (Harshal Patel) ଙ୍କୁ ପାକିସ୍ତାନ ବିପକ୍ଷ ଏକାଦଶରୁ ଦୂରେଇ ରଖିଛନ୍ତି ।

ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତା କରି ହରଭଜନ ସିଂ ନିଜର ଚୂଡ଼ାନ୍ତ ଏକାଦଶ ଚୟନ କରିବାବେଳେ କହିଛନ୍ତି ଯେ, 'ମୁଁ ଭାବୁଛି ଦଳ ସିଧା ଅଛି । ମୋତେ ଲାଗୁଛି ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ ଏବଂ ଅକ୍ଷର ପଟେଲ ଏହି ଦଳରେ ରହିବେ । ସେମାନଙ୍କ ସହ ୟୁଜି ଚହଲ ଖେଳିବେ । ଏହା ପରେ ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର ଏବଂ ମହମ୍ମଦ ଶାମି ଦଳର ଅଂଶ ହେବେ । ଏହି ସମୟରେ ଆର ଅଶ୍ୱିନଙ୍କୁ ଦଳରେ ଚୟନ ନକରିବାର କାରଣ ମଧ୍ୟ ହରଭଜନ ସିଂ କହିଛନ୍ତି । ସେ କହିଛନ୍ତି ଯେ, ଟି-20 କ୍ରିକେଟରେ ତାଙ୍କ ବ୍ୟାଟିଂ ଉପରେ ଭାରତ ଅଧିକ ନିର୍ଭର କରିପାରିବ ନାହିଁ । ଏଥି ସହିତ ଅକ୍ଷର ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ଯୋଗଦାନ କରନ୍ତି ।

ଅଧିକ ପଢ଼ନ୍ତୁ:-'ପାକିସ୍ତାନକୁ ଭାରତ ବିପକ୍ଷରେ ଅକ୍ଟୋବର ୨୩ରେ ଟି-20 ବିଶ୍ୱକପରେ ଖେଳିବା ଉଚିତ ନୁହେଁ'

ଅଧିକ ପଢ଼ନ୍ତୁ:-ସିନ୍ଦେ-ଫଡନାଭିସଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେଲେ ପାୱାର, ମହାରାଷ୍ଟ୍ର CM କହିଲେ- କିଛି ଲୋକଙ୍କ ହଜିଯିବ ନିଦ

ଅଧିକ ପଢ଼ନ୍ତୁ:-ପୁରୁଷମାନେ ମହୁରେ ଏହାକୁ ମିଶାଇ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ, ଅକ୍ଟୋବର ୨୩ରେ ଦ୍ୱିତୀୟ ମ୍ୟାଚ୍ ଗ୍ରୁପ୍ ଏ ରନର୍ ଅପ୍ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।