ସରଫରାଜ ଖାନ ରଚିଲେ ଇତିହାସ, ଏପରି କାରନାମା କରିବାରେ ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ୍
Advertisement
Article Detail0/zeeodisha/odisha2456664

ସରଫରାଜ ଖାନ ରଚିଲେ ଇତିହାସ, ଏପରି କାରନାମା କରିବାରେ ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ୍

Sarfaraz Khan: ୧ ଅକ୍ଟୋବରରୁ ଖେଳାଯାଉଥିବା ଇରାନୀ କପ୍ ମ୍ୟାଚ୍ ରେ ମୁମ୍ବାଇ ଓ ରେଷ୍ଟ ଇଣ୍ଡିଆର ଦଳ ମୁହାଁମୁହିଁ ହୋଇଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ସେ ୨୭୬ ବଲରେ ୨୨୧ ରନ୍ ସ୍କୋର କରିବା ପରେ ବ୍ୟାଟିଂ କରୁଛନ୍ତି। ସେ ନିଜ ଇନିଂସରେ ୨୪ ଚୌକା ଓ ୪ଟି ଛକା ମାରିଛନ୍ତି। 

 

Sarafaraz Khan scores a Double Hundred

Irani Cup 2024: ଭାରତୀୟ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ ଇତିହାସ ସୃଷ୍ଟି କରିଛନ୍ତି। ମୁମ୍ବାଇ ପାଇଁ ଖେଳୁଥିବାବେଳେ ସେ ଏକ ଚମତ୍କାର ଦ୍ୱିଶତକ ହାସଲ କରି ରେଷ୍ଟ ଇଣ୍ଡିଆ ବ୍ୟାକଫୁଟକୁ ଠେଲି ଦେଇଛନ୍ତି। ଇରାନ ଟ୍ରଫିରେ ମୁମ୍ବାଇ ପାଇଁ ଦ୍ୱିଶତକ ହାସଲ କରିଥିବା ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ସରଫରାଜ ଖାନ ଭାରତୀୟ ଦଳ ପାଇଁ ଏକ ସୁଯୋଗ ପାଇଥିଲେ। କିନ୍ତୁ ତାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦିଆଯାଇନଥିଲା। ତେବେ ବର୍ତ୍ତମାନ ସେ ଇରାନୀ କପରେ ନିଜର ବ୍ୟାଟିଂ ଦ୍ୱାରା ହଇଚଇ ସୃଷ୍ଟି କରିଛନ୍ତି।

୧ ଅକ୍ଟୋବରରୁ ଖେଳାଯାଉଥିବା ଇରାନୀ କପ୍ ମ୍ୟାଚ୍ ରେ ମୁମ୍ବାଇ ଓ ରେଷ୍ଟ ଇଣ୍ଡିଆର ଦଳ ମୁହାଁମୁହିଁ ହୋଇଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ସେ ୨୭୬ ବଲରେ ୨୨୧ ରନ୍ ସ୍କୋର କରିବା ପରେ ବ୍ୟାଟିଂ କରୁଛନ୍ତି। ସେ ନିଜ ଇନିଂସରେ ୨୪ ଚୌକା ଓ ୪ଟି ଛକା ମାରିଛନ୍ତି। ଏହି ମ୍ୟାଚରେ ମୁମ୍ବାଇର ଲଗାତାର ୪ ୱିକେଟ୍ ଶୀଘ୍ର ଶୀଘ୍ର ହରାଇଥିଲା। ଏହା ପରେ ସେ ଦଳର ଦାୟିତ୍ୱ ସମ୍ଭାଳିଥିଲେ ଏବଂ ଦ୍ୱିତୀୟ ଦିନରେ ମୁମ୍ବାଇକୁ ୫୦୦ ରନ୍ ଉପରକୁ ନେଇଥିଲେ।

ଏହି ମ୍ୟାଚରେ ମୁମ୍ବାଇର ଆରମ୍ଭ ଖରାପ ଥିଲା। ୭ ବଲରେ ୪ ରନ୍ ସ୍କୋର କରିବା ପରେ ଓପନର୍ ପୃଥ୍ୱୀ ଶ ଆଉଟ୍ ହୋଇଥିଲେ। ଏହା ପରେ ଦଳ ୩୭ ରନରେ ୩ ୱିକେଟ୍ ହରାଇଥିଲା। ତେବେ ପରେ ରାହାଣେ ଓ ସରଫରାଜ ଦଳର ଦାୟିତ୍ୱ ସମ୍ଭାଳିଥିଲେ ଏବଂ ମୁମ୍ବାଇ ପାଇଁ ଏକ ଲମ୍ୱା ପାର୍ଟନରସିପ୍ କରିଥିଲେ। କିନ୍ତୁ ରାହାଣେ ଶତକରୁ ବଞ୍ଚିତ ହୋଇଥିଲେ। ସେ ୨୩୪ ବଲରେ ୯୭ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ସରଫରାଜ ଗୋଟିଏ ପାଶ୍ୱର୍ରେ ରହି ବିରୋଧୀ ବୋଲରଙ୍କ ବିପକ୍ଷରେ ଭଲ ବ୍ୟାଟିଂ ଜାରି ରଖିଥିଲେ।

fallback

ସରଫରାଜ କ୍ରମାଗତ ଭାବେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭଲ ରନ୍ ସ୍କୋର କରି ଆସୁଛନ୍ତି, ୨୦୨୪ ବର୍ଷ ଆରମ୍ଭରେ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ସୁଯୋଗ ଦିଆଯାଇଥିଲା। ସିରିଜରେ ଖେଳାଯାଇଥିବା ୩ ଟି ମ୍ୟାଚରେ ସରଫରାଜ ହାରାହାରି ୫୦ ରନରେ ୨୦୦ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୩ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ଟେଷ୍ଟ ସିରିଜ୍ ପୂର୍ବରୁ ସରଫରାଜ ଦ୍ୱିଶତକ ହାସଲ କରି ଟିମ୍ ଇଣ୍ଡିଆ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ବର୍ତ୍ତମାନ ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ତାଙ୍କୁ ସୁଯୋଗ ଦେଉଛି କି ନାହିଁ ତାହା ଦେଖିବା ମଜାଦାର ହେବ।

Also read: ICC Ranking: ଅଶ୍ୱିନଙ୍କଠାରୁ ମୁକୁଟ ଛଡ଼ାଇ ନେଲେ ଏହି ବୋଲର, ରୋହିତ-ପନ୍ତଙ୍କୁ କ୍ଷତି; ଟପ୍-10 କୁ ଫେରିଲେ କୋହଲି