Javed Miandad: ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଧ୍ୟରେ ଆସିଲା ଖରାପ ଖବର, ଏହି ଖେଳାଳି ହସ୍ପିଟାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha1576262

Javed Miandad: ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଧ୍ୟରେ ଆସିଲା ଖରାପ ଖବର, ଏହି ଖେଳାଳି ହସ୍ପିଟାଲରେ ଭର୍ତ୍ତି

Javed Miandad: ଏହି ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଖେଳାଳିଙ୍କ ଏକ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏସବୁ ମଧ୍ୟରେ କ୍ରିକେଟ୍ ଜଗତ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି । ଜଣେ ଭେଟେରାନ ଖେଳାଳିଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ସାମ୍ନାକୁ ଆସୁଛି ।

Javed Miandad: ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଧ୍ୟରେ ଆସିଲା ଖରାପ ଖବର, ଏହି ଖେଳାଳି ହସ୍ପିଟାଲରେ ଭର୍ତ୍ତି

Javed Miandad Admitted To Hospital: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy 2023) ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ (India vs Australia 2nd Test Match) ଖେଳାଯାଉଛି । ଏହି ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଖେଳାଳି (Indian Cricket Players) ଙ୍କ ଏକ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏସବୁ ମଧ୍ୟରେ କ୍ରିକେଟ୍ ଜଗତ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି । ଜଣେ ଭେଟେରାନ ଖେଳାଳିଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ଏହି ଭେଟେରାନ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅପଡେଟ୍ ଦେଇଛନ୍ତି ।

ସୋସିଆଲ ମିଡିଆରେ ପାକିସ୍ତାନର ଭେଟେରାନ (Pakistan Cricket Legend) ଜାଭେଦ୍ ମିଆନ୍ଦାଦ (Javed Miandad) ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ପ୍ରକାରର ଖବର ଚାଲିଛି । ଖବର ଅନୁଯାୟୀ, ପାକିସ୍ତାନର ପୂର୍ବତନ ଅଧିନାୟକ ତଥା କୋଚ୍ ଜାଭେଦ୍ ମିଆନ୍ଦାଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାରୁ ତାଙ୍କୁ କରାଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିନ୍ତୁ ଏହି ଖବର ପରେ ଜାଭେଦ୍ ମିଆନ୍ଦାଦ୍ ନିଜେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ସେ ଭଲ ଅଛନ୍ତି ଓ ଏଥିରେ ଚିନ୍ତା କରିବାର କିଛି ନାହିଁ ।

ହସ୍ପିଟାଲରୁ ଏକ ଭିଡିଓ ସେୟାର କରି ଜାଭେଦ୍ ମିଆନ୍ଦାଦ୍ (Javed Miandad) କହିଛନ୍ତି ଯେ, "ମୁଁ ଜାଣିଲି ଯେ ମୋର ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ସବୁଆଡେ ଚର୍ଚ୍ଚା ହେଉଛି ଓ ଲୋକମାନେ ଚିନ୍ତିତ ଅଛନ୍ତି । ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଚିନ୍ତା କରିବାର କିଛି ନାହିଁ । ମୁଁ ମୋର ଚେକଅପ୍ ପାଇଁ ଏଠାକୁ ଆସିଥିଲି । ମୋର ସାମାନ୍ୟ ମୁଣ୍ଡବିନ୍ଧା ହେଉଥିଲା, ତେଣୁ ମୁଁ ଚେକଅପ୍ ପାଇଁ ଆସିଥିଲି । ସବୁ ଠିକ ଅଛି । ଏହା କୌଣସି ଅଜବ ବିଷୟ ନୁହେଁ । ସେ ସବୁବେଳେ ଚେକଅପ୍ ପାଇଁ ଆସିଥାନ୍ତି । ମୁଁ ଜାଣିଲି ଯେ କିଛି ଲୋକ ବହୁତ ବିବ୍ରତ ଅଛନ୍ତି । ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ ସମ୍ପୂର୍ଣ୍ଣ ଭଲ ଅଛି । କିଛି ଗମ୍ଭୀର ନୁହେଁ । ମୁଁ ବର୍ତ୍ତମାନ ଅଧ ଘଣ୍ଟା ପରେ ଘରକୁ ଯିବି ।"

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନର କାହିଁକି ଏତେ ଚାହିଦା, ଜାଣନ୍ତୁ ନୂଆ ପେନସନ ଅପେକ୍ଷା ଏହା କିପରି ଅଧିକ ଲାଭଦାୟକ?

ଅଧିକ ପଢ଼ନ୍ତୁ:-ପିଏମ କିସାନର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ପ୍ରତ୍ୟେକ ଚାଷୀଙ୍କୁ ମିଳିବ ଜବରଦସ୍ତ ଲାଭ

ସୂଚନାଯୋଗ୍ୟ, ଜାଭେଦ୍ ମିଆନ୍ଦାଦ୍ (Javed Miandad) ୧୯୭୫ରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ । ଜାଭେଦ୍ ମିଆନ୍ଦାଦ୍ (Javed Miandad) ପାକିସ୍ତାନ ପାଇଁ ମୋଟ ୧୨୪ ଟେଷ୍ଟ ମ୍ୟାଚ ଓ ୨୩୩ଟି ଦିନିକିଆ ଖେଳିଛନ୍ତି । ସେ ୧୯୯୨ ବିଶ୍ୱକପରେ ପାକିସ୍ତାନର ବିଜେତା ଦଳର ଏକ ଅଂଶ ମଧ୍ୟ ଥିଲେ । ସେ ଟେଷ୍ଟରେ ୫୨.୫୭ ଏଭେରେଜରେ ୮,୮୩୨ ରନ ଓ ODI ରେ ୪୧.୪୭ ଏଭେରେଜରେ ୭,୩୮୧ ରନ୍ ସଂଗ୍ରହ କରିଛନ୍ତି ।