Trending Photos
ମୁମ୍ୱାଇ: ବିରାଟ କୋହଲି(Virat Kohli)ଙ୍କ ଖରାପ ଫର୍ମକୁ ନେଇ ସମସ୍ତେ ନିରାଶ । ଫ୍ୟାନ୍ ମାନଙ୍କ ଠାରୁ ଆରମ୍ଭ କରି ଚୟନ କର୍ତ୍ତାଙ୍କ ପର୍ଯ୍ୟନ୍ତ,ସମସ୍ତଙ୍କୁ ନିରାଶ କରୁଛନ୍ତି କୋହଲି । ବିଗତ ଦୁଇ ବର୍ଷରୁ ଅଧିକ ହେବ ସେ ଖରାପ ଫର୍ମ ଭିତରେ ଗତି କରୁଛନ୍ତି । ରନ୍ ମେସିନ ଭାବରେ ଜଣାଶୁଣା କୋହଲି ମ୍ୟାଚ୍ରେ ଶତକ ତ ଦୂରର କଥା ଅଧିକାଂଶ ମ୍ୟାଚ୍ରେରେ ଅର୍ଦ୍ଧଶତକ ବି ହାସଲ କରିବାରେ ସକ୍ଷମ ହୋଇନାହାନ୍ତି । ଯାହାଫଳରେ ତାଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ବିଶେଷଜ୍ଞ ମାନେ ମଧ୍ୟ କୋହଲିଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ଖେଳାଇବାକୁ ପରାମର୍ଶ ଦେଉଛନ୍ତି । ବିରାଟଙ୍କର ଏପରି ଅସମୟରେ କେହି ସହାୟତା କରିନଥିବାବେଳେ ତାଙ୍କୁ ସହଯୋଗର ହାତ ବଢ଼େଇବାକୁ ଆଗେଇ ଆସିଛନ୍ତି କିମ୍ବଦନ୍ତି କ୍ରିକେଟର ସୁନୀଲ ଗାଭାସ୍କର(Sunil Gavaskar) ।
ତେବେ ବିରାଟଙ୍କ ଆଗରେ ଅନେକ ସମସ୍ୟା ଦେଖିବାକୁ ମିଳିଥିଲା ଯେମିତିକି...
ଭାରତର କିମ୍ୱନ୍ଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କର କହିଛନ୍ତି ଯେ,କୋହଲିଙ୍କୁ ତାଙ୍କର ଖରାପ ଫର୍ମରୁ ବାହାର କରିବାପାଇଁ ସେ ପ୍ରସ୍ତୁତ ଅଛନ୍ତି । ଖେଳର ସମସ୍ତ ଫର୍ମାଟ୍ ରେ ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ଫର୍ମରେ କେଉଁଥିପାଇଁ ବାଧା ସୃଷ୍ଟି ହୋଇଥାଏ ସେ ବିଷୟରେ ସେ ଅବଗତ ଥିବା କହିଛନ୍ତି, । ଗାଭାସ୍କର କହିଛନ୍ତି ଯେ ତାଙ୍କ ଇନପୁଟଗୁଡିକ କୋହଲିଙ୍କୁ ଖରାପ ଫର୍ମରୁ ବାହାରକୁ ଆଣିବାରେ ସାହାଯ୍ୟ କରିପାରିବ । ଇଂଲଣ୍ଡ(England)ରେ ଭାରତର ୨-୧ ଦିନିକିଆ ସିରିଜ ଜିତିବାର ଗୋଟିଏ ଦିନ ପରେ ସୁନୀଲ ଗାଭାସ୍କର କହିଛନ୍ତି ଯେ ବିରାଟ କୋହଲିଙ୍କ ସହ ତାଙ୍କୁ ୨୦ ମିନିଟ ସମୟ ଦରକାର, ଯାହା ଫଳରେ ସେ ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ଖରାପ ଫର୍ମରୁ ଫେରାଇ ଆଣିପାରିବେ । ବିଗତ ଦିନରେ ବିରାଟ କୋହଲି କରିଥିବା ସଂଘର୍ଷ ବିଷୟରେ ବଖାଣିବା ସହ ଗାଭାସ୍କର କହିଛନ୍ତି ଯେ, ସ୍କୋର ଫର୍ମକୁ ଫେରିବା ପାଇଁ ଚିନ୍ତା ତାଙ୍କ ଫର୍ମକୁ ଆହୁରି ଖରାପ କରିଦେଇଛି । ଏହି ଷ୍ଟାର କ୍ରିକେଟର ନିକଟରେ ଶେଷ ହୋଇଥିବା ଦିନିକିଆ ସିରିଜରେ ୨ ଟି ମ୍ୟାଚରୁ ମାତ୍ର ୩୩ ରନ୍ ଏବଂ ୨ ଟି -20 ରେ ମାତ୍ର ୧୨ ରନ୍ ସ୍କୋର୍ କରିଥିଲେ । ବିରତିରୁ ଫେରିଲା ପରେ ଆଶାଥିଲା ବହୁ ପ୍ରତୀକ୍ଷିତ ବର୍ମିଂହାମ ଟେଷ୍ଟ(Birmingham Test)ପାଇଁ । ହେଲେ କୋହଲି ୨ ଇନିଂସରେ ମାତ୍ର ୩୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ ।