Womens T20 World Cup 2023: ୧୧ ରନ ବ୍ୟବଧାନରେ ହାରିଲା ଭାରତ, ଟୁର୍ନାମେଣ୍ଟ ଇତିହାସରେ ଷଷ୍ଠ ଥର ପାଇଁ ହରାଇଲା ଇଂଲଣ୍ଡ
Advertisement
Article Detail0/zeeodisha/odisha1577266

Womens T20 World Cup 2023: ୧୧ ରନ ବ୍ୟବଧାନରେ ହାରିଲା ଭାରତ, ଟୁର୍ନାମେଣ୍ଟ ଇତିହାସରେ ଷଷ୍ଠ ଥର ପାଇଁ ହରାଇଲା ଇଂଲଣ୍ଡ

Womens T20 World Cup: ମହିଳା ଟି-୨୦ ବିଶ୍ୱକପ୍‌ର ୨୦୨୩ ଗ୍ରୁପ୍‌-୨ ବର୍ଗରେ ଇଂଲଣ୍ଡ, ଭାରତୀୟ ଦଳକୁ ୧୧ ରନ୍‌ ବ୍ୟବଧାନରେ ପରାସ୍ତ କରିଛି। ଟୁର୍ନାମେଣ୍ଟ ଇତିହାସରେ ଭାରତ ବିରୋଧରେ ଏହା ହେଉଛି ଇଂଲଣ୍ଡ ଦଳର ଷଷ୍ଠ ବିଜୟ | ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଉପରେ ଗୋଟିଏ ହେଲେ ମଧ୍ୟ ମ୍ୟାଚ ଜିତିପାରି ନାହିଁ।

Womens T20 World Cup 2023:  ୧୧ ରନ ବ୍ୟବଧାନରେ ହାରିଲା ଭାରତ, ଟୁର୍ନାମେଣ୍ଟ ଇତିହାସରେ ଷଷ୍ଠ ଥର ପାଇଁ ହରାଇଲା ଇଂଲଣ୍ଡ

England Beat India in 11 Runs: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌-୨ ବର୍ଗରେ ଇଂଲଣ୍ଡ, ଭାରତୀୟ ଦଳକୁ ୧୧ ରନ୍‌ ବ୍ୟବଧାନରେ ପରାସ୍ତ କରିଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଥିଲା। ୧୫୨ ରନ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ୨୦ ଓଭରରେ ୫ ୱିକେଟ୍ ୧୪୦ ରନ୍ ସଂଗ୍ରହ କରିଥିଲା। ଭାରତ ପାଇଁ ସ୍ମୃତି ମନ୍ଧାନା ୫୨ ରନ୍ ଏବଂ ରିଚା ଘୋଷ ୪୭ ରନ୍ ସଂଗ୍ରହ କରିଥିଲେ। ଟୁର୍ନାମେଣ୍ଟ ଇତିହାସରେ ଭାରତ ବିରୋଧରେ ଏହା ହେଉଛି ଇଂଲଣ୍ଡ ଦଳର ଷଷ୍ଠ ବିଜୟ | ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଉପରେ ଗୋଟିଏ ହେଲେ ମଧ୍ୟ ମ୍ୟାଚ ଜିତିପାରି ନାହିଁ।

ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ନୈଟଲୀ ସେଭର୍ ବ୍ରଣ୍ଟ ସର୍ବାଧିକ ୫୦ ରନ୍ ସଂଗ୍ରହ କରିଥିଲେ। ଦ୍ୱିତୀୟ ଇନିଂସରେ ସେ ଏକ କ୍ୟାଚ୍ ଏବଂ ରନ୍ ଆଉଟ୍ ମଧ୍ୟ କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମୀ ଜୋନ୍ସ ଏବଂ କ୍ୟାପ୍ଟେନ ହୀଥର ନାଇଟ ୨୮ ରନର ପାଳି ଖେଳି ଦଳୀୟ ସ୍କୋରକୁ ୧୫୦ ରନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଅନ୍ୟପଟେ ରେଣୁକା ସିଂହ ଭାରତ ପାଇଁ ସର୍ବାଧିକ ୫ ୱିକେଟ୍ ନେଇଥିଲେ।

୧୫୨ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳର ପାଳି  ଆରମ୍ଭରୁ ଖରାପ ରହିଥିଲା। ଚତୁର୍ଥ ଓଭରରେ ଶେଫାଳୀ ବର୍ମା ପାଭିଲିୟନ ଫେରିଥିଲେ। ଏହା ପରେ ସ୍ମୃତି ମନ୍ଧାନା ଜେମିମା ରୋଡ୍ରିଗଜଙ୍କ ସହ ପାଳି ସମ୍ଭାଳିଥିଲେ। ହେଲେ ଜେମିମା ଦଶମ ଓଭରରେ ଏବଂ ୧୧ ତମ ଓଭରରେ ହରମନପ୍ରୀତ କୌର ଆଉଟ ହୋଇଯାଇଥିଲେ। ସ୍ମୃତି ମନ୍ଧାନା ରିଚା ଘୋଷଙ୍କ ସହ ମିଶି ଭାରତୀୟ ଦଳର ପାଳିକୁ ଆଗକୁ ନେଇଥିଲେ।

ସ୍ମୃତି ମନ୍ଧାନା ୫୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲେ। ଦୀପ୍ତି ଶର୍ମା ମଧ୍ୟ କୌଣସି ବିଶେଷ କରିସ୍ମା ଦେଖାଇ ପାରିନଥିଲେ ଏବଂ  ୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲେ। ଶେଷ ୬ ବଲରେ ଦଳ ପାଇଁ ୩୧ ରନ୍ ଆବଶ୍ୟକ ଥିଲା। ହେଲେ ରିଚା ଘୋଷ ୧୯ ରନ୍ ସ୍କୋର କରିଥିଲେ ମଧ୍ୟ ଦଳର ବିଜୟ ପାଇଁ ଏହା ପର୍ଯ୍ୟାପ୍ତ ହୋଇନଥିଲା। ୪୭ ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ ରିଚା। 

ଭାରତୀୟ ଦଳର ଦ୍ରୁତ ବୋଲ ଦ୍ରୁତ ବୋଲର ରେଣୁକା ସିଂହ ଠାକୁର ଆରମ୍ଭରୁ ଦମଦାର ପ୍ରଦର୍ଶନ ଦେଖାଇଥିଲେ। ଡେନି ୱାଟଙ୍କୁ ପ୍ରଥମ ଓଭରରେ କ୍ୟାଚ ଆଉଟ୍ କରିବା ପରେ ତୃତୀୟ ଓଭରରେ ଏଲିସ୍ କ୍ୟାପସିଙ୍କୁ ପାଭିଲିୟନ ପଠାଇ ଦେଇଥିଲେ।  ପଞ୍ଚମ ଓଭରରେ ଓପନର୍ ସୋଫିଆ ଡଙ୍କଲିଙ୍କୁ ମଧ୍ୟ ବୋଲ୍ଡ କରି ଦେଇଥିଲେ। ପାୱାର ପ୍ଲେ ପରେ ରେଣୁକା ୨୦ ତମ ଓଭରରେ ୨ ୱିକେଟ୍ ନେଇଥିଲେ। ଓଭରର ଚତୁର୍ଥ ବଲରେ ଏମୀ ଜୋନ୍ସଙ୍କୁ LBW କରିବା ପରେ ସେ କ୍ୟାଥରିନ୍ ବ୍ରଣ୍ଟଙ୍କୁ ପଞ୍ଚମ ବଲରେ କ୍ୟାଚ ଆଉଟ୍ କରି ଦେଇଥିଲେ।

ଇଂଲଣ୍ଡ ଦଳ ପକ୍ଷରୁ ପାଇଁ ନୌଟାଲୀ ସୀବର୍ ବ୍ରଣ୍ଟ ସର୍ବାଧିକ ୫୦ ରନ୍ ସଂଗ୍ରହ କରିଥିଲେ। ସେ ପ୍ରଥମେ ଅଧିନାୟକ ହୀଥର ନାଇଟଙ୍କ ସହ ୫୧ ରନ୍ ଭାଗିଦାରୀ ବାଣ୍ଟିଥିଲେ। ପରେ ଏମୀ ଜୋନ୍ସଙ୍କ ସହିତ ୪୦ ରନ୍ ଯୋଡିଥିଲେ। ତାଙ୍କ ବ୍ୟତୀତ ସୋଫିଆ ଡଙ୍କଲି ୧୦  ଏବଂ ଆଲିସ୍ କ୍ୟାପସି ୩ ରନ୍ ସଂଗ୍ରହ କରି ଆଉଟ ହୋଇଯାଇଥିଲେ। ଡେନି ୱାଏଟ୍ ଏବଂ କ୍ୟାଥରିନ୍ ସେଭର୍ ସେମାନଙ୍କ ଖାତା ମଧ୍ୟ ଖୋଲି ପାରିନଥିଲେ। ଏହା ସହିତ ସୋଫି ଏକ୍ଲେଷ୍ଟନ୍ ୧୧ ଏବଂ ସାରା ଗ୍ଲେନ୍ ୦ ରନ କରି ଅପରାଜିତ ରହିଥିଲେ।