ଭୂତ ଖାଉଥିଲେ ରାସନ୍; ନୂଆ ରାସନକାର୍ଡ ଅପେକ୍ଷାରେ ୬ ଲକ୍ଷ ହିତାଧିକାରୀ
Advertisement
Article Detail0/zeeodisha/odisha2533397

ଭୂତ ଖାଉଥିଲେ ରାସନ୍; ନୂଆ ରାସନକାର୍ଡ ଅପେକ୍ଷାରେ ୬ ଲକ୍ଷ ହିତାଧିକାରୀ

Ration card: ଗୃହରେ ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ରାସନ ହିତାଧିକାରୀ ରହିଥିବା ବେଳେ ଏଯାବତ୍ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି। ଏଥିସହିତ ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରିଥିବା ବେଳେ ଅପେକ୍ଷାରେ ଅଛନ୍ତି। ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଠାବ ହୋଇଥିବା ବେଳେ ସେମାନଙ୍କୁ କଟାଟାଇ ତାଙ୍କ ସ୍ଥାନରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ। 

ଭୂତ ଖାଉଥିଲେ ରାସନ୍; ନୂଆ ରାସନକାର୍ଡ ଅପେକ୍ଷାରେ ୬ ଲକ୍ଷ ହିତାଧିକାରୀ

ଭୁବନେଶ୍ଵର: ପୂର୍ବ ସରକାରରେ ଭୂତ ପାଉଥିଲେ ରାସନ। ମୃତ୍ୟୁ ପରେ ବି ହିତାଧିକାରୀଙ୍କ ନାଁରେ ଦିଆ ହୋଇଆସୁଛି ରାସନ। ଜଣେ କି ଦୁଇ ଜଣ ମୃତ ହିତାଧିକାରୀ ନୁହେଁ ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ରାସନ ପାଉଛନ୍ତି। ଇ-କେୱାଇସି ପ୍ରକ୍ରିୟାରୁ ମୃତ ହିତାଧିକାରୀଙ୍କ ବାବଦରେ ଜଣା ପଡ଼ିଥିବା ଗୃହରେ ମନ୍ତବ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 

ତେବେ ଭୂତ ହିତାଧିକାରୀଙ୍କ ବାବଦରେ ଜଣାପଡିବା ପରେ ପୁରା ତାଲିକାରେ ସଂଶୋଧନ କରାଯିବ। ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯାଇ ଯେତିକି ସ୍ଥାନ ଖାଲି ହେବ ସେଠାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ଏବଂ ସେମାନଙ୍କୁ ଯଥାଶୀଘ୍ର ରାସନ ଯୋଗାଇଦେବାର ବନ୍ଦୋବସ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ଏନେଇ ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ରାସନ ହିତାଧିକାରୀ ରହିଥିବା ବେଳେ ଏଯାବତ୍ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି। ଏଥିସହିତ ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରିଥିବା ବେଳେ ଅପେକ୍ଷାରେ ଅଛନ୍ତି। ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଠାବ ହୋଇଥିବା ବେଳେ ସେମାନଙ୍କୁ କଟାଟାଇ ତାଙ୍କ ସ୍ଥାନରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ।