ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ୍ ମଝିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍
Advertisement
Article Detail0/zeeodisha/odisha2353810

ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ୍ ମଝିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍

Train derail: ଲାଇନଚ୍ୟୁତ୍ ହେବା ପରେ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ୍ ମଝିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍

ଭୁବନେଶ୍ଵର: ମାଲବାହୀ ଟ୍ରେନ୍ ର ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଛି। ଭୁବନେଶ୍ୱର ରେଳଷ୍ଟସନ୍ ଅତିକ୍ରମ କରି କଟକ ଅଭିମୁଖେ ଯାଉଥିବା ବଳେ ଲାଇନଚ୍ୟୁତ୍ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍ ଲାଇନଚ୍ୟୁତ୍ ହେବା ପରେ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

ଆଜି ସକାଳେ ପ୍ରାୟ ୮ଟା ୪୦ମିନିଟ୍ ସମୟରେ ଏକ ମାଲବାହୀ ଟ୍ରେନ୍ ଟି କଟକ ଅଭିମୁଖେ ଯାଉଥିଲା। ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ମଝିରେ ଟ୍ରେନ୍ ଟି ଲାଇନଚ୍ୟୁତ୍ ହୋଇଥିଲା। ଟ୍ରେନ୍ ର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା। ଫଳରେ ସେହି ରୁଟ୍‌ରେ ଟ୍ରେନ ଚଳାଚଳା ପ୍ରଭାବିତ ହୋଇଛି। ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିବା ଜଣାଯାଇଛି। ଟ୍ରେନ୍ ଟି ଲାଇନଚ୍ୟୁତ୍ ହେବା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।