ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ଗୁଳିରେ ୫ ନକ୍ସଲ ନିପାତ
Advertisement
Article Detail0/zeeodisha/odisha2517097

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ଗୁଳିରେ ୫ ନକ୍ସଲ ନିପାତ

Naxlites dead : ସୁରକ୍ଷା ବାହିନୀ ବର୍ତ୍ତମାନ ଚାରି ଦିଗରୁ ନକ୍ସଲମାନଙ୍କୁ ଘେରି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟରେ ଯବାନ ୫ ଜଣ ନକ୍ସଲଙ୍କୁ ମାରିଥିବା ବେଳେ ଏହି ଏନକାଉଣ୍ଟରରେ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି।

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ଗୁଳିରେ ୫ ନକ୍ସଲ ନିପାତ

ମାଲକାନାଗିରି: ଛତିଶଗଡ଼ରେ ଯବାନଙ୍କୁ ମିଳିଛି ବଡ଼ ସଫଳତା। କୁମ୍ବିଂ ଅପରେସନ୍ ବେଳେ ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି ୫ ମାଓବାଦୀ। ଛତିଶଗଡ଼ର କାଙ୍କେର-ନାରାୟଣପୁର ସୀମାନ୍ତ ଜଙ୍ଗଲରେ ଶନିବାର ଏହି ଗୁଳିବିନିମୟ ଘଟିଛି। ଘଟଣାସ୍ଥଳରେ ଯବାନମାନେ ଏକ ମାଓବାଦୀ ଶିବିର ଠାବ କରିବା ସହିତ ସେଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ପୋଷାକ ଜବତ କରିଛନ୍ତି। ଅପରାହ୍ନ ସୁଦ୍ଧା ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି। ଏହି ଘଟଣାରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏୟାର ଲିଫ୍ଟ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। 

ଛତିଶଗଡ଼ର କଂକେର ଏବଂ ନାରାୟଣପୁର ଜିଲ୍ଲାରେ ଏହି ଏନକାଉଣ୍ଟର ଚାଲିଥିବା ଜଣାପଡିଛି। ଛତିଶଗଡ଼ର ମାଡ ଅଞ୍ଚଳରେ ବହୁ ସଂଖ୍ୟାରେ ନକ୍ସଲ ତଥା ସେମାନଙ୍କ ବରିଷ୍ଠ ନେତାଙ୍କ ସମାବେଶ ହେବାର ଖବର ମିଳିଥିଲା। ଯାହା ପରେ ନକ୍ସଲ ଅପରେସନ୍ ଆରମ୍ଭ କରାଯାଇଥିଲା। 

ଡିଆରଜି, ଏସଟିଏଫ୍ ଓ ବିଏସଏଫ୍ ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ସୁରକ୍ଷା ବାହିନୀ ବର୍ତ୍ତମାନ ଚାରି ଦିଗରୁ ନକ୍ସଲମାନଙ୍କୁ ଘେରି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟରେ ଯବାନ ୫ ଜଣ ନକ୍ସଲଙ୍କୁ ମାରିଥିବା ବେଳେ ଏହି ଏନକାଉଣ୍ଟରରେ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି।