Odisha News: ନେହେରୁବଙ୍ଗଳା ମାଛଧରା ବନ୍ଦର ଠାରୁ ବାଲିପ୍ଲଟ ପର୍ଯ୍ୟନ୍ତ ପାଖାପାଖି ଦୁଇ କିଲୋମିଟର ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୁଜଙ୍ଗ ଅଞ୍ଚଳ ର କଳିଙ୍ଗ କର୍ଣ୍ଣଧାର କୈବର୍ତ୍ତ ଦଳ ପ୍ରଥମ ସ୍ଥାନ ଅଧିକାର କରିଛି। ବାଲିଯାତ୍ରା କମିଟି ପକ୍ଷରୁ ଏହି ପ୍ରତିଯୋଗିତାରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ମାନପତ୍ର ସହିତ ଯଥାକ୍ରମେ ୨୦ ହଜାର , ୧୫ ହଜାର ଓ ୭.୫୦୦ ଟଙ୍କା ର ପୁରସ୍କାର ପ୍ରଦାନ କରାଯିବ।
Trending Photos
Odisha News: (ନାରାୟଣ ବେହେରା) ପାରାଦୀପ ସ୍ଥିତ କଳିଙ୍ଗ ବାଲିଯାତ୍ରା କମିଟି ପକ୍ଷରୁ ପାରମ୍ପରିକ ନୌଚାଳନା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ଏରସମା ଓ ପାରାଦ୍ଵୀପ ଅଞ୍ଚଳର ୨୭ ଟି ଦଳ ପାରମ୍ପରିକ ମତ୍ସ୍ୟଜୀବୀ ଭାଗ ନେଇଥିଲେ। ଏହି ନୌକା ଚାଳନା ପ୍ରତିଯୋଗିତାକୁ ସାଂସଦ ଡଃ ବିଭୂ ପ୍ରସାଦ ତରାଇ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ନିଲାଭ୍ର ଦାସଗୁପ୍ତା, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା,ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଙ୍କ ସମେତ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ନେହେରୁବଙ୍ଗଳା ମାଛଧରା ବନ୍ଦର ଠାରୁ ବାଲିପ୍ଲଟ ପର୍ଯ୍ୟନ୍ତ ପାଖାପାଖି ଦୁଇ କିଲୋମିଟର ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୁଜଙ୍ଗ ଅଞ୍ଚଳ ର କଳିଙ୍ଗ କର୍ଣ୍ଣଧାର କୈବର୍ତ୍ତ ଦଳ ପ୍ରଥମ ସ୍ଥାନ ଅଧିକାର କରିଛି। ବାଲିଯାତ୍ରା କମିଟି ପକ୍ଷରୁ ଏହି ପ୍ରତିଯୋଗିତାରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ମାନପତ୍ର ସହିତ ଯଥାକ୍ରମେ ୨୦ ହଜାର , ୧୫ ହଜାର ଓ ୭.୫୦୦ ଟଙ୍କା ର ପୁରସ୍କାର ପ୍ରଦାନ କରାଯିବ।
ଏହି ନୌକା ପ୍ରତିଯୋଗୀତା ଦୀର୍ଘ ୪ବର୍ଷ ଧରି ବନ୍ଦ ହୋଇ ଯାଇଥିବା ବେଳେ ପୁନର୍ବାର ଏହି ନୌକା ପ୍ରତିଯୋଗୀତାକୁ କଳିଙ୍ଗ ବାଲିଯାତ୍ରା କମିଟି ପକ୍ଷରୁ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଜଗତସିଂହପୁର ସାଂସଦ ଡଃ ବିଭୂ ପ୍ରସାଦ ତରାଇ।