Archana Nag: ଆଜି ଜେଲରୁ ମୁକୁଳିବେ ଅର୍ଚ୍ଚନା! ନିର୍ବାଚନ ଉପରେ ପ୍ରଭାବ ପଡି଼ବା ନେଇ ଚର୍ଚ୍ଚା
Advertisement
Article Detail0/zeeodisha/odisha1995255

Archana Nag: ଆଜି ଜେଲରୁ ମୁକୁଳିବେ ଅର୍ଚ୍ଚନା! ନିର୍ବାଚନ ଉପରେ ପ୍ରଭାବ ପଡି଼ବା ନେଇ ଚର୍ଚ୍ଚା

Archana Nag:ଲେଡି଼ ବ୍ଲାକ୍ ମେଲର ଅର୍ଚ୍ଚନା ନାଗକୁ (Lady blackmailer Archana Nag) ହାଇକୋର୍ଟରୁ ମିଳି ସାରିଛି ବେଲ (bail by Orissa HC) । ଆଉ ଏବେ ଜେଲରୁ ବାହାରିବେ ନାଗୁଣୀ। ଝାରପଡ଼ା ଜେଲ୍ ରୁ ଆଜି ମୁକୁଳିପାରନ୍ତି ଅର୍ଚ୍ଚନା । 

Archana Nag: ଆଜି ଜେଲରୁ ମୁକୁଳିବେ ଅର୍ଚ୍ଚନା! ନିର୍ବାଚନ ଉପରେ ପ୍ରଭାବ ପଡି଼ବା ନେଇ ଚର୍ଚ୍ଚା

Archana Nag:ଲେଡି଼ ବ୍ଲାକ୍ ମେଲର ଅର୍ଚ୍ଚନା ନାଗକୁ (Lady blackmailer Archana Nag) ହାଇକୋର୍ଟରୁ ମିଳି ସାରିଛି ବେଲ (bail by Orissa HC) । ଆଉ ଏବେ ଜେଲରୁ ବାହାରିବେ ନାଗୁଣୀ। ଝାରପଡ଼ା ଜେଲ୍ ରୁ ଆଜି ମୁକୁଳିପାରନ୍ତି ଅର୍ଚ୍ଚନା । ଇଡି (ED) ପକ୍ଷରୁ ହୋଇଥିବା ମାମଲାରେ ତାଙ୍କୁ ହାଇକୋର୍ଟଙ୍କ (High court)ପକ୍ଷରୁ ଗତକାଲି ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ୍ ମିଳିସାରଛି । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଲେଡ଼ି ବ୍ଲାକମେଲର ଜେଲରୁ ମୁକୁଳିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

Also Read : Gold Price Today: ଖସିଲା ସୁନା ରେଟ୍, ୧୦ ଗ୍ରାମକୁ ମାତ୍ର ରହିଛି ଏତିକି ଟଙ୍କା

ସୂଚନା ଅନୁସାରେ, ୨୦୨୨ ମସିହା ଡିସେମ୍ବର ୧୩ ତାରିଖରେ  ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ (Prevention of Money Laundering Act)ଅର୍ଚ୍ଚନାଙ୍କୁ ଇଡି (Enforcement Directorate) ଗିରଫ କରିଥିଲା । ତେବେ, ଆମେ ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଇଡି ଏହି  ମନି ଲଣ୍ଡରିଂ ମାମାଲାର  ଖୋଳତାଡ଼ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ନେଇ ଇଡିକୁ ଯଥେଷ୍ଟ ପ୍ରମାଣ ମିଳିଥିଲା। ପୂର୍ଵରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ(husband Jagabandhu Chand) ମଧ୍ୟ ଜାମିନ ପ୍ରଦାନ କରି ଥିଲେ ହାଇକୋର୍ଟ । ତେବେ ଆଜି କିମ୍ବା ଆସନ୍ତାକାଲି ଅର୍ଚ୍ଚନା ଜେଲରୁ ମୁକୁଳିବେ ବୋଲି ସୂଚନା ଦେଇଛନ୍ତି ଅର୍ଚ୍ଚନାଙ୍କ ଓକିଲ ।

ବହୁ ଚର୍ଚ୍ଚିତ ଲେଡି଼ ବ୍ଲାକ୍ ମେଲର ଅର୍ଚ୍ଚନା ନାଗ୍ ।  ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ଆଲିସାନ୍ ବଙ୍ଗଳାରେ ରହୁଥିଲେ ବଡ଼ ଗାଡି଼ ଚଢୁଥିଲେ। ଆଉ ରାତି ହେଲେ ତାଙ୍କ ରଙ୍ଗ ମହଲରେ ଜମୁଥିଲା ବଡ଼ ବଡି଼ଆ ନେତା ଓ ଅଫିସରଙ୍କ ଭିଡ। ଯେତେବେଳେ ଲେଡି ବ୍ଲାକମେଲର ଗିରଫ ହୋଇଥିଲେ ସେତେବେଳ ସାମ୍ନାକୁ ଆସିଥିଲା ଅର୍ଚ୍ଚନାଙ୍କ ସହ ବଡ ବଡିଆ ନେତାଙ୍କ ଲିଙ୍କ୍ । ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା।  ଏପରିକି ବିଜେଡି ଓ ବିଜେପିର କେତେକ ବରିଷ୍ଠ ନେତାଙ୍କ ଫଟୋ ଭାଇରାଲ୍‌ ହୋଇଥିଲା।  ବଡ଼ ବଡ଼ ନେତାଙ୍କ ସହିତ ଅର୍ଚ୍ଚନା ନାଗଙ୍କ ଫଟୋ ଭାଇରାଲ୍‌ ହେବା ପରେ ରାଜ୍ୟ ରାଜନୀତିରେ ଝଡ଼ସୃଷ୍ଟି ହୋଇଥିଲା। ଯେତେବେଳେ ଅର୍ଚ୍ଚନା କୋର୍ଟରେ ହାଜର ହୋଇଥିଲେ ସେତେବେଳେ ବଡ଼ବଡ଼ ରାଜନେତାଙ୍କ ମୁଖା ଖୋଲିବେ ବୋଲି କହୁଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ କୌଣସି ରାଜନେତାଙ୍କ ନାଁ ପ୍ରକାଶ କଲେ ନାହିଁ। ତେବେ, ନିର୍ବାଚନ ପୂର୍ବରୁ ଜେଲରୁ ମୁକୁଳୁଥିବାରୁ ଚର୍ଚ୍ଚା ଜୋର ଧରୁଛି।