Odisha News: ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କେବଳ ସଚିବାଳୟରେ ସରକାରଙ୍କ ନୀତି ନିର୍ଦ୍ଧାରଣ, କାର୍ଯ୍ୟକାରୀତା କଥା ବୁଝିବେ ନାହିଁ ବରଂ ଜିଲ୍ଲାର ବିକାଶ ପ୍ରତି ଉତ୍ତରଦାୟୀ ରହିବେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ଦାୟିତ୍ୱ ବାଣ୍ଟିଛନ୍ତି। ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ପ୍ରକାଶ କରାଯାଇଛି।
Trending Photos
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କେବଳ ସଚିବାଳୟରେ ସରକାରଙ୍କ ନୀତି ନିର୍ଦ୍ଧାରଣ, କାର୍ଯ୍ୟକାରୀତା କଥା ବୁଝିବେ ନାହିଁ ବରଂ ଜିଲ୍ଲାର ବିକାଶ ପ୍ରତି ଉତ୍ତରଦାୟୀ ରହିବେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ଦାୟିତ୍ୱ ବାଣ୍ଟିଛନ୍ତି। ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ପ୍ରକାଶ କରାଯାଇଛି।
ଏହି ନିର୍ଦ୍ଦେଶାନାମାରେ ଜଣେ ମନ୍ତ୍ରୀଙ୍କୁ ଦୁଇଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ତେବେ ଏହି ମନ୍ତ୍ରୀମାନେ ଜିଲ୍ଲାଗୁଡ଼ିକର କେଉଁ କାର୍ଯ୍ୟ ପ୍ରତି ଧ୍ୟାନ ଦେବେ, କେଉଁ ଭଳି ଭାବେ ସମୀକ୍ଷା କରିବେ ସେ ବାବଦରେ କିଛି ଉଲ୍ଲେଖ କରାଯାଇ ନାହିଁ।
ପ୍ରକାଶିତ ତାଲିକାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି। ସେହିପରି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସୁନ୍ଦରଗଡ଼ ଓ ଦେବଗଡ଼ ଦାୟିତ୍ୱରେ କୃଷିମନ୍ତ୍ରୀ ସୁରେଶ ପୂଜାରୀ ରହିଥିବା ବେଳେ କ୍ରାମଉନ୍ନ୍ରୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ସୋନପୁର ଓ ବଲାଘଙ୍ଗୀର ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ନିତ୍ୟାନନ୍ଦ ଗଣ୍ଡ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱରେ ରହିବେ। କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଅନୁଗୁଳ ଓ ସମ୍ବଲପୁର ଦାୟିତ୍ୱ ଦିଆଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଗଞ୍ଜାମ ଓ ଗଜପତି; ଡ. ମୁକେଶ ମହାଲିଙ୍ଗଙ୍କୁ ଝାରସୁଗୁଡ଼ା ଓ ବରଗଡ଼; ବିଭୁତି ଭୂଷଣ ଜେନତାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା; ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ କନ୍ଧମାଳ ଓ ବୌଦ୍ଧ; ଗଣେଶରାମ ସିଂହ ଖୁଣ୍ଟିଆଙ୍କୁ କଳାହାଣ୍ଡି ଓ ନୂଆପଡ଼ା, ସୂର୍ଯ୍ୟବଂଶୀ ସୂରଜଙ୍କୁ ଯାଜପୁର ଓ କେନ୍ଦ୍ରାପାଡ଼ା; ପ୍ରଦୀପ ବଳ ସାମନ୍ତଙ୍କୁ ଖୋର୍ଦ୍ଧା ଓ ନୟାଗଡ଼, ଗୋକୁଳାନନ୍ଦ ମଲ୍ଲିକଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ୱ ଦିଆଯାଇଥିବା ବେଳେ ପୁରୀ ଓ ଢେଙଘ୍କାନାଳ ଦାୟିତ୍ୱରେ ରହିବେ ସମ୍ପଦ ଚରଣ ସ୍ୱାଇଁ।