Pension scheme: ପ୍ରଥମେ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ଜୟ ମା’ ତାରିଣୀ ଜୟ ବଳଦେବଜୀଉ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ପବିତ୍ର ମାଟି କେନ୍ଦୁଝରରେ ରାଜ୍ୟର ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଆରମ୍ଭ ହେଉଥିବା ବେଳେ ଏହା ସାରା ରାଜ୍ୟରେ ମଧ୍ୟ ମନ୍ତ୍ରୀ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ଆରମ୍ଭ କରାଯାଇଛି। ଆଗରୁ ୧୨୦୦ ଟଙ୍କା ପାଉଥିଲେ ଓ ବୁଧବାର ଠାରୁ ୩୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ। ୪ ଲକ୍ଷ ୭୭ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହାର ଲାଭ ପାଇବେ ଓ କେନ୍ଦୁଝର ଜିଲ୍ଲାର ୯୯୧୩ ଜଣ ଏହାର ଲାଭ ପାଇବେ।
Trending Photos
ଭୁବନେଶ୍ଵର: କେନ୍ଦୁଝରରେ ବର୍ଦ୍ଧିତ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ଯୋଜନାର ଶୁଭାରମ୍ଭ କରିଛନ୍ତି। ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା। ଜିଲ୍ଲାର ୧୩ ବ୍ଲକର ୯ ହଜାର ୯୧୩ ହିତାଧିକାରୀ ବର୍ଦ୍ଧିତ ପେନସନ ପାଇବେ।
୮୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ। ପ୍ରଥମେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଲକ୍ଷାଧିକ ଟଙ୍କାର ସହାୟକ ରାଶି ପ୍ରଦାନ କରିଥିଲେ। ଏହାପରେ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅନେକ ବିରିଷ୍ଠ ନାଗରିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ୩୫୦୦ ଟଙ୍କାର ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଥିଲେ।
ଏହା ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ଜୟ ମା’ ତାରିଣୀ ଜୟ ବଳଦେବଜୀଉ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ପବିତ୍ର ମାଟି କେନ୍ଦୁଝରରେ ରାଜ୍ୟର ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଆରମ୍ଭ ହେଉଥିବା ବେଳେ ଏହା ସାରା ରାଜ୍ୟରେ ମଧ୍ୟ ମନ୍ତ୍ରୀ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ଆରମ୍ଭ କରାଯାଇଛି। ଆଗରୁ ୧୨୦୦ ଟଙ୍କା ପାଉଥିଲେ ଓ ବୁଧବାର ଠାରୁ ୩୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ। ୪ ଲକ୍ଷ ୭୭ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହାର ଲାଭ ପାଇବେ ଓ କେନ୍ଦୁଝର ଜିଲ୍ଲାର ୯୯୧୩ ଜଣ ଏହାର ଲାଭ ପାଇବେ। ନୂଆ ସରକାରକୁ ୭ ମାସ ହେଲା ଓ ଆମ ସରକାର ଏକାଧିକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି। ହେଲେ ବିଗତ ସରକାର ଲୋକଙ୍କ ଦୁଃଖ ସୁଖ ବୁଝିବାରେ ବିଫଳ ହୋଇଥିଲେ। ତେଣୁ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରି ଆମ ସରକାରକୁ କ୍ଷମତାକୁ ଆଣିଛନ୍ତି।
ଉପସ୍ଥିତ ମା ମାନେ ମୋ ପାଇଁ ମକର ପିଠା ଆଣିଛ କି ନାହିଁ ବୋଲି ପଚାରିଥିଲେ ଓ ଜଣେ ମହିଳା ଆଣିଥିଲେ ଓ ସେ ପିଠା ତାଙ୍କ ପାଖକୁ ଆଣିବାକୁ କହିଥିଲେ। କେତେବେଳେ ମୁଁ କାହା ଘରେ ପହଞ୍ଚିପାରେ ପିଠା ଖାଇବି ବୋଲି କହିଥିଲେ। ଗତକାଲି ମୁଁ ଆସିବା ବେଳେ ରାସ୍ତାରେ ମା’ ମାନେ ମୋତେ ଅଟକାଇ ଟୁସୁଙ୍କୁ ଦର୍ଶନ କରାଇଥିଲେ ଓ ଗୀତ ଗାଇଥିଲେ। ପୂର୍ବ ସରକାରରେ ଅଭିଯୋଗ ପ୍ରକୋଷ୍ଠ ଚାଲୁ ନଥିଲା ଲୋକେ ବର୍ଷ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠକୁ ଆସି ଫେରୁଥିଲେ। ଏବେ ମୋତେ ଆସି ଅଭିଯୋଗ ପତ୍ର ଦେଉଛନ୍ତି ଓ ଖୁସିରେ କାନ୍ଦୁଛନ୍ତି। ଏବେ ୮୦ ପ୍ରତିଶତ ଲୋକଙ୍କର ଅଭିଯୋଗର ସମାଧାନ ହୋଇଛି। ଗାଁ ଲୋକଙ୍କର ଦୁଃଖ କ’ଣ ମୁଁ ଜାଣିଛି ନିଜେ ଅଙ୍ଗେ ନିଭାଇଛି। ମହିଳାଙ୍କ ସଶସ୍ତିକରଣ ପାଇଁ ମା’ ମାନଙ୍କୁ ୫୦ ହଜାର ପ୍ରଦାନ କରାଯାଉଛି।