ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘଷିରେ ହେବ ଶବଦାହ, ମନ୍ତ୍ରୀ କଲେ ବଡ଼ ଘୋଷଣା
Advertisement
Article Detail0/zeeodisha/odisha2493588

ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘଷିରେ ହେବ ଶବଦାହ, ମନ୍ତ୍ରୀ କଲେ ବଡ଼ ଘୋଷଣା

Puri Sworga dwara: ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ୫ଜଣ ମନ୍ତ୍ରୀ ଓ ୫ଜଣ ସଚିବ କମିଟିର ସଦସ୍ୟ ରହିବେ। ଗୋମାତା ସୁରକ୍ଷା,ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ କାମଧେନୁ ଯୋଜନା ଆରମ୍ଭ ହୋଇଛି ବୋଲି କହିଛନ୍ତି ଗୋକୁଳାନନ୍ଦ ମଲ୍ଲିକ। 

ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘଷିରେ ହେବ ଶବଦାହ, ମନ୍ତ୍ରୀ କଲେ ବଡ଼ ଘୋଷଣା

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା ପ୍ରସ୍ତୁତି କରୁଥିବା କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ। ତେବେ ସ୍ୱର୍ଗ ଦ୍ୱାର କମିଟି ସହ ଏନେଇ ଆଲୋଚନା କରାଯିବ। ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୋଶାଳା କରିଥିବା ବ୍ୟକ୍ତି ସହ ଆଲୋଚନା କରାଯିବ। ଖୁବଶୀଘ୍ର ବିଚାର ବିମର୍ଶ କରି ପଦକ୍ଷେପ ନେବେ ସରକାର। ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ଵ ଦେଉଛନ୍ତି ।

ଗୋ ସୁରକ୍ଷା ଓ ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାର ବିମର୍ଶ ପାଇଁ ଗଠିତ ହେବ କମିଟି। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ୫ଜଣ ମନ୍ତ୍ରୀ ଓ ୫ଜଣ ସଚିବ କମିଟିର ସଦସ୍ୟ ରହିବେ। ଗୋମାତା ସୁରକ୍ଷା,ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ କାମଧେନୁ ଯୋଜନା ଆରମ୍ଭ ହୋଇଛି ବୋଲି କହିଛନ୍ତି ଗୋକୁଳାନନ୍ଦ ମଲ୍ଲିକ।