ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ହତ୍ୟା ନୁହେଁ ଏହି କାରଣରୁ ହୋଇଛି ମୃତ୍ୟୁ !
Advertisement
Article Detail0/zeeodisha/odisha1817087

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ହତ୍ୟା ନୁହେଁ ଏହି କାରଣରୁ ହୋଇଛି ମୃତ୍ୟୁ !

Bhubaneswar Crime News: ଗତ ମଙ୍ଗଳବାର ଦିନ ଆସିଥିବା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଶୁଭଲକ୍ଷ୍ମୀ ମୃତଦେହରୁ ନିଶାଦ୍ରବ୍ୟର ନମୂନା ମିଳିଥିବା ଦର୍ଶାଯାଇଥିଲା । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ନିଶା ସେବନ କରିଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ତେବେ ବର୍ତ୍ତମାନ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । 

ସୌ(ସୋସିଆଲ ମିଡିଆ)

Bhubaneswar News: ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଏଥିରେ ଶ୍ବାସରୁଦ୍ଧ ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ଘଟଣାର ଅଧିକ ତଦନ୍ତ ନେଇ SFSLକୁ ଭିସେରା ପଠାଇଛି ପୋଲିସ । ସେପଟେ ତାଙ୍କ ମୋବାଇଲ ଫୋନରେ ଥିବା ୪ଟି ସିମର ସିଡ଼ିଆର ମଗାଇଛି ପୋଲିସ । ତେବେ ଶୁଭଲକ୍ଷ୍ମୀ ମୃତ୍ୟୁ କେଉଁ ଦିନ ହୋଇଛି ତାହାକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି । ସୂଚନା ଅନୁଯାୟୀ,  ଲକ୍ଷ୍ମୀସାଗର ଥାନା ପୋଲିସ ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁଙ୍କୁ ଥାନାକୁ ଡ଼କାଇ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରିବା ସହ ଜେରା କରିଛି । ତେବେ ଗତ ମଙ୍ଗଳବାର ଦିନ ଆସିଥିବା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଶୁଭଲକ୍ଷ୍ମୀ ମୃତଦେହରୁ ନିଶାଦ୍ରବ୍ୟର ନମୂନା ମିଳିଥିବା ଦର୍ଶାଯାଇଥିଲା । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ନିଶା ସେବନ କରିଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ତେବେ ବର୍ତ୍ତମାନ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଯାହା ପରେ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଟୁଷ୍ଟି ସାମ୍ନାକୁ ଆସିଛି । ତେବେ କିଏ ତାଙ୍କୁ ହତ୍ୟା କରିଛି?  ହତ୍ୟା ପଛର କାରଣ କ’ଣ ହୋଇପାରେ ? ଏଥିରେ କେଉଁ ମାନେ ସାମିଲ ଅଛନ୍ତି ? ଏପରି ଅନେକ ପ୍ରଶ୍ନର କାରଣ ଖୋଜିବା ସହ ପୋଲିସ ତଦନ୍ତ ଜାରି ରଖିଛି । ଏହି ମାମଲାରେ ବାର କର୍ମଚାରୀ, ପରିବାର ସଦସ୍ୟ ଓ ପୁରୁଷ ବନ୍ଧୁଙ୍କୁ ମିଶାଇ ମୋଟ ୧୨ ଜଣଙ୍କୁ ଜେରା କରୁଛି ପୋଲିସ ।

ସୂଚନା ଥାଉ କି, ଶନିବାର ଦିନ ଭୁବନେଶ୍ବର କଟକ ରୋଡ଼ସ୍ଥିତ ଦିପାଳୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ଏକ ଯୁବତୀ ମୃତହେହ ଉଦ୍ଧାର ହୋଇଥିଲା । ପରେ ସେହି ମୃତଦେହ ରମାଦେବୀ ମହାବିଦ୍ୟାଳୟର (Ramadevi university Bhubaneswar) ଯୁକ୍ତ ୨ କଳା ବିଭାଗରେ ପାଠ ପଢୁଥିବା ଶୁଭଲକ୍ଷ୍ମୀ ସାହୁଙ୍କର ବୋଲି ଜଣାପଡ଼ିଥିଲା । ନିଜ ଭଦ୍ରକ ସ୍ଥିତ ଘରୁ ଆସି ୪ ତାରିଖ ଅପରାହ୍ନରେ ସେ ହୋଟଲରେ ରହିଥିଲେ । ହେଲେ ପରଦିନ ଅର୍ଥାତ୍ ଶନିବାର ସକାଳରୁ ସଂଧ୍ୟା ଯାଏଁ ସେ ନିଜ ରୁମରୁ ବାହାରକୁ ବାହାରି ନଥିବାରୁ ହୋଟେଲ ମ୍ୟାନେଜରଙ୍କ ସନ୍ଦେହ ହୋଇଥିଲା । ବାରମ୍ବାର ଡାକିବା ପରେ ମଧ୍ୟ ସେ ରୁମ୍ କବାଟ ଖୋଲିନଥିବାରୁ ହୋଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗି ରୁମ୍ ଭିତରକୁ ପଶିଥିଲେ । ସେଠାରେ ହୋଟେଲ କର୍ମଚାରୀ ଝୁଲନ୍ତା ଅବସ୍ଥାରେ ଶୁଭଲକ୍ଷ୍ମୀଙ୍କୁ ଦେଖିବାକୁ ପାଇଥିଲେ ।

ଏହା ବି ପଢନ୍ତୁ-Puri Jagannath Temple: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଏହି ସମୟରୁ ସାଧାରଣ ଦର୍ଶନ ବନ୍ଦ

ସେପଟେ ଝିଅର ମୃତ୍ୟୁ ପରେ ତାକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ସେମାନେ ଆର୍ଥିକ୍ ରୂପେ ସ୍ବଚ୍ଛଳ ନୁହଁନ୍ତି, ତେଣୁ ଶୁଭଲକ୍ଷ୍ମୀ ଏତେ ଟଙ୍କା ଖର୍ଚ୍ଚ କରି କିପରି ହୋଟେଲରେ ରହୁଥିଲେ? ଶୁଭଲକ୍ଷ୍ମୀଙ୍କ ବାପା କହିଥିଲେ ଯେ, ତାଙ୍କ ଝିଅ କାହିଁକି ଏହି ହୋଟେଲ୍‌କୁ ଆସିଥିଲା ସେ ଜାଣିନାହାନ୍ତି । କେହି ତାଙ୍କ ଝିଅକୁ ହୋଟକୁ ଡାକି ହତ୍ୟା କରିଥିବା ସେ ସନ୍ଦେହ କରୁଛନ୍ତି । ପରିବାର ଲୋକଙ୍କ ସୂଚନା ଅନୁସାରେ, ଶୁଭଲଷ୍ମୀ ଗତ ୩ ତାରିଖରେ ଘରୁ ଭୁବନେଶ୍ୱର ଆସିଥିଲେ । ଏଠି ସେ କିଛି ସାଙ୍ଗଙ୍କ ସହ ମେସ୍ କରି ରହୁଥିଲେ। ଶୁଭଲକ୍ଷ୍ମୀଙ୍କ ମୋବାଇଲ ଫୋନ୍‌କୁ ଯାଂଚ କରାଗଲେ ସତ ସାମ୍ନାକୁ ଆସିବ ବୋଲି ପରିବାର ଲୋକେ ଦାବି କରିଥିଲେ ।  ସେପଟେ ଶୁଭଲକ୍ଷ୍ମୀ ହଷ୍ଟେଲରେ ନ ରହି ଭଡ଼ାଘରେ ରହୁଥିବା ତଦନ୍ତ ପରେ ସାମ୍ନାକୁ ଆସିଥିଲା । କିନ୍ତୁ ଝିଅ ଭଡ଼ାଘରେ ରହୁଥିବା କଥା ପରିବାର ଲୋକେ ଜାଣି ନଥିବା କହିଥିଲେ । ଛାତ୍ରୀଙ୍କ ମୃତ୍ୟୁ ପରେ ଥାନାରେ ବୟଫ୍ରେଣ୍ଡକୁ ହାଜର କରି ପୋଲିସ ଜେରା କରିଥିଲା । ୧୬୧ ଧାରାରେ ବୟଫ୍ରେଣ୍ଡର ବୟାନ ରେକର୍ଡ ହୋଇଛି । ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଜେରା କରିଛି । ସେପଟେ ପୋଲିସର ସନ୍ଦେହ ଘେରରେ କିଛି ବାର କର୍ମଚାରୀ ଥିବା ଜଣାପଡ଼ିଛି।