Bhubaneswar: ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
Advertisement
Article Detail0/zeeodisha/odisha1813300

Bhubaneswar: ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Bhubaneswar Crime News: ଶୁଭଲକ୍ଷ୍ମୀ କେଉଁ କାରଣରୁ ଆତ୍ମହତ୍ୟା କଲେ? ଏଥିପାଇଁ ଦାୟୀ କିଏ?  କେଉଁ କାରଣ ପାଇଁ ଶୁଭଲକ୍ଷ୍ମୀ ହୋଟେଲ ରୁମକୁ ଯାଇଥିଲେ ଏପରି ଅନେକ ପ୍ରଶ୍ନ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କମିଶନରେଟ୍ ପୋଲିସ ମୃତ ଛାତ୍ରୀଙ୍କ ମୋବାଇଲ ଫୋନ ଜବତ କରି ତଦନ୍ତ କରୁଥିବା ବେଳେ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ସୌ(ସୋସିଆଲ ମିଡିଆ)

Bhubaneswar News: କଟକ ରୋଡ଼ସ୍ଥିତ ଦୀପାଳି ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଛାତ୍ରୀଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ବି ଏହା ପଛର କାରଣ ଖୋଜି ପାଇନି ପୋଲିସ । ସେପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣି ଘଟଣାର ନିରପେକ୍ଷ ତଦନ୍ତ ଦାବି କରୁଥିବା ବେଳେ ପୋଲିସର ପ୍ରାରମ୍ଭିକ ତଦନ୍ତରୁ ସେ ଆତ୍ମହତ୍ୟା ବୋଲି ଜଣାପଡ଼ିଛି । ତେବେ ଶୁଭଲକ୍ଷ୍ମୀ କେଉଁ କାରଣରୁ ଆତ୍ମହତ୍ୟା କଲେ? ଏଥିପାଇଁ ଦାୟୀ କିଏ?  କେଉଁ କାରଣ ପାଇଁ ଶୁଭଲକ୍ଷ୍ମୀ ହୋଟେଲ ରୁମକୁ ଯାଇଥିଲେ ଏପରି ଅନେକ ପ୍ରଶ୍ନ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କମିଶନରେଟ୍ ପୋଲିସ (Commissionerate Police) ମୃତ ଛାତ୍ରୀଙ୍କ ମୋବାଇଲ ଫୋନ ଜବତ କରି ତଦନ୍ତ କରୁଥିବା ବେଳେ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ସୂଚନାଯୋଗ୍ୟ, ଶନିବାର ଦିନ ଭୁବନେଶ୍ବର କଟକ ରୋଡ଼ସ୍ଥିତ ଦିପାଳୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ଏକ ଯୁବତୀ ମୃତହେହ ଉଦ୍ଧାର ହୋଇଥିଲା । ପରେ ସେହି ମୃତଦେହ ରମାଦେବୀ ମହାବିଦ୍ୟାଳୟର (Ramadevi university Bhubaneswar) ଯୁକ୍ତ ୨ କଳା ବିଭାଗରେ ପାଠ ପଢୁଥିବା ଶୁଭଲକ୍ଷ୍ମୀ ସାହୁଙ୍କର ବୋଲି ଜଣାପଡ଼ିଥିଲା । ନିଜ ଭଦ୍ରକ ସ୍ଥିତ ଘରୁ ଆସି ୪ ତାରିଖ ଅପରାହ୍ନରେ ସେ ହୋଟଲରେ ରହିଥିଲେ । ହେଲେ ପରଦିନ ଅର୍ଥାତ୍ ଶନିବାର ସକାଳରୁ ସଂଧ୍ୟା ଯାଏଁ ସେ ନିଜ ରୁମରୁ ବାହାରକୁ ବାହାରି ନଥିବାରୁ ହୋଟେଲ ମ୍ୟାନେଜରଙ୍କ ସନ୍ଦେହ ହୋଇଥିଲା । ବାରମ୍ବାର ଡାକିବା ପରେ ମଧ୍ୟ ସେ ରୁମ୍ କବାଟ ଖୋଲିନଥିବାରୁ ହୋଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗି ରୁମ୍ ଭିତରକୁ ପଶିଥିଲେ । ସେଠାରେ ହୋଟେଲ କର୍ମଚାରୀ ଝୁଲନ୍ତା ଅବସ୍ଥାରେ ଶୁଭଲକ୍ଷ୍ମୀଙ୍କୁ ଦେଖିବାକୁ ପାଇଥିଲେ । ସେପଟେ ଝିଅର ମୃତ୍ୟୁ ପରେ ତାକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ, ସେମାନେ ଆର୍ଥିକ୍ ରୂପେ ସ୍ବଚ୍ଛଳ ନୁହଁନ୍ତି, ତେଣୁ ଶୁଭଲକ୍ଷ୍ମୀ ଏତେ ଟଙ୍କା ଖର୍ଚ୍ଚ କରି କିପରି ହୋଟେଲରେ ରହୁଥିଲେ? ଶୁଭଲକ୍ଷ୍ମୀଙ୍କ ବାପା କହିଛନ୍ତି, ତାଙ୍କ ଝିଅ କାହିଁକି ଏହି ହୋଟେଲ୍‌କୁ ଆସିଥିଲା ସେ ଜାଣିନାହାନ୍ତି । କେହି ତାଙ୍କ ଝିଅକୁ ହୋଟକୁ ଡାକି ହତ୍ୟା କରିଥିବା ସେ ସନ୍ଦେହ କରୁଛନ୍ତି । ପରିବାର ଲୋକଙ୍କ ସୂଚନା ଅନୁସାରେ, ଶୁଭଲଷ୍ମୀ ଗତ ୩ ତାରିଖରେ ଘରୁ ଭୁବନେଶ୍ୱର ଆସିଥିଲେ । ଏଠି ସେ କିଛି ସାଙ୍ଗଙ୍କ ସହ ମେସ୍ କରି ରହୁଥିଲେ। ଶୁଭଲକ୍ଷ୍ମୀଙ୍କ ମୋବାଇଲ ଫୋନ୍‌କୁ ଯାଂଚ କରାଗଲେ ସତ ସାମ୍ନାକୁ ଆସିବ ବୋଲି ପରିବାର ଲୋକେ ଦାବି କରିଛନ୍ତି । ପରିବାର ଲୋକଙ୍କ ଏହି ବୟାନ ପରେ ଯୁବତୀଙ୍କୁ କେହି ହୋଟେଲକୁ ଡାକିଥିବା ଅନୁମାନ କରାଯାଉଛି। ତେବେ ଏହି ସମସ୍ତ ଦିଗକୁ ଆଖି ଆଗରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।

Also Read-Balasore Crime News: ପୁଣି ଯୌତୁକ ଜୁଇରେ ବଧୂ, ଛାତ ଉପରୁ ଉଦ୍ଧାର ହେଲା ଅର୍ଦ୍ଧଦଗ୍ଧ ମୃତଦେହ

ସିଟିଟିଭି ଫୁଟେଜ ଯାଞ୍ଚ କରିବା ସହ ଲକ୍ଷ୍ମୀସାଗର ପୋଲିସ (Laxmisagar Police) ଏହି ମାମଲାର ତଦନ୍ତ କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ଅଧିକ ତଦନ୍ତ ପାଇଁ ଶୁଭଲକ୍ଷ୍ମୀଙ୍କ ଫୋନକୁ ଜବତ କରି ଷ୍ଟେଟ ଫରେନ୍ସିକ ସାଇନ୍ସ ଲାବୋରୋଟୋରିକୁ ପଠାଯାଇ କଲ ଡିଟେଲ ରେକର୍ଡ ବାହାର କରୁଛି ପୋଲିସ । ସେପଟେ ହୋଟେଲ କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ପୋଲିସ । ତେବେ ଏନେଇ ପୋଲିସ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ ।