Dengue: ଆଉ ତିନି ଜିଲ୍ଲାକୁ ଡେଇଁଲା ଡେଙ୍ଗୁ, ସିଲଭର ସିଟିର ଏହି ଅଞ୍ଚଳ ପାଲଟିଲା ହଟସ୍ପଟ୍
Advertisement
Article Detail0/zeeodisha/odisha1840501

Dengue: ଆଉ ତିନି ଜିଲ୍ଲାକୁ ଡେଇଁଲା ଡେଙ୍ଗୁ, ସିଲଭର ସିଟିର ଏହି ଅଞ୍ଚଳ ପାଲଟିଲା ହଟସ୍ପଟ୍

Dengue: କେବଳ ଭୁବନେଶ୍ବରରେ ନୁହେଁ, କଟକ, ବାଲେଶ୍ୱର, ରାଉରକେଲା ଆଦି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମେଡିକାଲରେ ରୋଗୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ସେପଟେ ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ଡାକ୍ତରଖାନାରେ ବେଡ୍ କମ୍ ପଡ଼ୁଥିବା ଦେଖିବାକୁ ମିଳିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ(Capital Hospital) ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ଦେଖା ଦେଇଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Dengue: ରାଜଧାନୀରେ ଡେଙ୍ଗୁ ଭୟ (Dengue Fear) ।  ହଜାରେ ପାର୍ କଲାଣୀ ଆକ୍ରାନ୍ତ ସଂଖ୍ୟା । ହୁ ହୁ ହୋଇ ବଢି ଚାଲିଛି ରୋଗୀଙ୍କ ସଂଖ୍ୟା (Dengue Patient) । ଯାହାକୁ ନେଇ ଆତଙ୍କିତ ହୋଇପଡି଼ଛନ୍ତି ଭୁବନେଶ୍ବରବାସୀ(Bhubaneswar) । ଗତ ବର୍ଷ ଅପେକ୍ଷା ଏବର୍ଷ ଅଧିକ ଲୋକେ ଡେଙ୍ଗୁ ରୋଗରେ ଶିକାର ହେଉଛନ୍ତି । ରାଜଧାନୀର କ୍ୟାପିଟାଲ ହସପିଟାଲର ଡେଙ୍ଗୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ରୋଗୀ ନାହିଁ ନ ଥିବା  ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଡେଙ୍ଗୁ ପରୀକ୍ଷା କରିବାକୁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା  କରିବାକୁ ପଡିଛି। କେବଳ ଭୁବନେଶ୍ବରରେ ନୁହେଁ,  କଟକ, ବାଲେଶ୍ୱର, ରାଉରକେଲା ଆଦି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମେଡିକାଲରେ ରୋଗୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ସେପଟେ ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ଡାକ୍ତରଖାନାରେ ବେଡ୍ କମ୍ ପଡ଼ୁଥିବା ଦେଖିବାକୁ ମିଳିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ(Capital Hospital) ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ଦେଖା ଦେଇଛି। ଡେଙ୍ଗୁ ୱାର୍ଡରେ ବେଡ୍ କମ୍ ପଡ଼ିବାରୁ ଡାକ୍ତରଖାନା ବାରଣ୍ଡାରେ ଶୋଇ ରହିଛନ୍ତି ରୋଗୀ।  

Also Read: Pratikshya: ଜାତୀୟ ପୁରସ୍କାର ଜିତିଲା 'ପ୍ରତୀକ୍ଷା', ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

Also Read: Horoscope Today Aug 25 2023: ଏହି ରାଶିଙ୍କୁ କର୍ମ କ୍ଷେତ୍ରରେ ସଫଳତା ମିଳିବା ସହ ହୋଇପାରେ ପଦୋନ୍ନତି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Also Read: Weather Update: ଆଜି ୭ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ଆଶଙ୍କା, ସତର୍କ କରାଇଲା ପାଣିପାଗ ବିଭାଗ

ସେପଟେ ଡେଙ୍ଗୁ ରୋକିବାକୁ ବିଏମସି ପ୍ରସ୍ତୁତ କରିଥିବା ମାଷ୍ଟର ପ୍ଲାନ୍ ଫେଲ ମାରିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବଢିବାରେ ଲାଗିଛି। କାହିଁକିନା ରାଜଧାନୀର କେତେକ ଅଞ୍ଚଳରେ ଏବେବି ପାଣି ଜମି ରହୁଛି । ଯାହା ଫଳରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ ବଢୁଛି। ଭୁବନେଶ୍ୱରରେ ବଢ଼଼ୁଥିବା ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ଲୋକେ ସିଧାସଳଖ ବିଏମ୍‌‌ସିକୁ ଦାୟୀ କରୁଥିବା ଦେଖିବାକୁ ମିଳିଛି। କାରଣ ଅଧିକାଂଶ ଅଞ୍ଚଳରେ ପରିମଳ ବ୍ୟବସ୍ଥା ଖରାପ ହେବା ସହିତ ବହୁ ଅଞ୍ଚଳରେ ନାଳ ନର୍ଦ୍ଦମାକୁ ସଫା କରା ନଯିବା ବା ମଶା ତେଲ ପଡ଼ୁ ନଥିବା ଅଭିଯୋଗ ହୋଇଛି। ସେହିପରି ମଶା ଧୂଆଁ ମଧ୍ୟ ସବୁ ଆଡ଼େ ଦିଆଯାଉ ନ ଥିବାରୁ ମଶାଙ୍କ ପ୍ରାଦୁର୍ଭାବ କମିବା ବଦଳରେ ବଢ଼଼ି ବଢ଼ି ଚାଲିଛି।

ଡେଙ୍ଗୁ ମୁକାବିଲା ପାଇଁ ଅଣ୍ଟା ଭିଡିଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । (BMC) ବିଏମସି ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଡାକ୍ତରଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ପ୍ରତିଦିନ ଘରକୁ ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଇବା ସହିତ ପ୍ରତିକାର ପଦକ୍ଷେପ ନେଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଏହା ସହ ସେ ଆହୁରି କହିଛନ୍ତି ଯେ, ଡେଙ୍ଗୁ ପାଇଁ ସମସ୍ତେ ସଚେତନ ଓ ସତର୍କ ରହିବା ନିହାତି ଆବଶ୍ୟକ । ସେପଟେ ସିଲଭଲ ସିଟି କଥା ତ ନ କହିବା ଭଲ । ସିଡିଏ ଅଞ୍ଚଳ ପାଲଟିଛି ଡେଙ୍ଗୁର ହଟସ୍ପଟ । କଟକରୁ ଏ ଯାଏଁ ୧୭୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ସେହିପରି ବାଲେଶ୍ବରରେ ବି ଡେଙ୍ଗୁ ସ୍ଥିତି ଜଟିଳ ରହିଛି । ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୨୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଉରକେଲାରୁ ୨୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।