Dengue: ବଢିଲା ମୃତ୍ୟୁ ସଂଖ୍ୟା, ରାଜଧାନୀରେ ପ୍ରସୂତିଙ୍କ ଜୀବନ ନେଲା ଡେଙ୍ଗୁ
Advertisement
Article Detail0/zeeodisha/odisha1803239

Dengue: ବଢିଲା ମୃତ୍ୟୁ ସଂଖ୍ୟା, ରାଜଧାନୀରେ ପ୍ରସୂତିଙ୍କ ଜୀବନ ନେଲା ଡେଙ୍ଗୁ

Dengue: ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଁଞ୍ଚାଇବା ଲାଗି ‘ଆଗ୍ରେସିଭ ଆୱାରନେସ’ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ତେବେ ଏତେ ସବୁ ପରେ ବି କାବୁ ହୋଇପାରୁନି ଡ଼େଙ୍ଗୁ । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ଛୁଇଁଥିବା ବେଳେ ଡେଙ୍ଗୁ ଆଉ ଏକ ଜୀବନ ନେଇଛି ।

ସୌ(ସୋସିଆଲ ମିଡିଆ)

Dengue: ରାଜଧାନୀରେ ଡ଼େଙ୍ଗୁ (Dengue) ପ୍ରତିହତ ନେଇ ଜୋରଦାର ଉଦ୍ୟମ ଜାରି ରଖିଛି ବିମମସି (BMC) । ଏନେଇ ସପ୍ତାହରେ ଦୁଇ ଦିନ ‘ଡ୍ରାଏ ଡ଼େ’ ଚାଲିଥିବା ବେଳେ ଘର ଘର ଅଭିଯାନକୁ ମଧ୍ଯ ଗୁରୁତ୍ବ ଦିଆଯାଉଛି । ଖାଲି ଏତିକି ନୁହେଁ, ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଁଞ୍ଚାଇବା ଲାଗି ‘ଆଗ୍ରେସିଭ ଆୱାରନେସ’ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ତେବେ ଏତେ ସବୁ ପରେ ବି କାବୁ ହୋଇପାରୁନି ଡ଼େଙ୍ଗୁ । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ଛୁଇଁଥିବା ବେଳେ ଡେଙ୍ଗୁ ଆଉ ଏକ ଜୀବନ ନେଇଛି ।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ଥିବା ଜଣେ ପ୍ରସୂତି ମହିଳାଙ୍କ ଜୀବନ ନେଇଛି ଡ଼େଙ୍ଗୁ । ମୃତ ମହିଳା ଜଣଙ୍କ ଭିଏସଏସ୍ ନଗରର ଶର୍ମିଷ୍ଠା ସେନାପତି ବୋଲି ଜଣାପଡିଛି । ଶିଶୁକନ୍ୟାଙ୍କୁ ଜନ୍ମ ହେବାର ୭ ଦିନ ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ୨୧ ତାରିଖ ଦିନ ଗର୍ଭ ଯନ୍ତ୍ରଣା ଯୋଗୁଁ ଶର୍ମିଷ୍ଠାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୩ ତାରିଖ ଦିନ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସେ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍ ଥିଲା । ପରେ ୨୫ ତାରିଖ ବେଳକୁ ସେ ଅସୁସ୍ଥ ଅନୁଭବ କରିଥିଲେ । ଜ୍ବର ଓ ବାନ୍ତି ହେବା ପରେ ଡାକ୍ତର ତାଙ୍କର ଡ଼େଙ୍ଗୁ ପରୀକ୍ଷା କରିଥିଲେ । ରିପୋର୍ଟରେ ଡ଼େଙ୍ଗୁ ପଜିଟିଭ ଆସିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା, ପରେ ରବିବାର ଦିନ ଅପରାହ୍ନରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ଜାଗମରା ଧର୍ମ ବିହାର ଅଞ୍ଚଳ ୬୩ ନମ୍ବର ୱାର୍ଡ଼ରେ ରହୁଥିବା ୭ ବର୍ଷିୟା ସାଇସ୍ମିତା ସାହୁଙ୍କର ମଧ୍ଯ ଡ଼େଙ୍ଗୁ ଯୋଗୁଁ ମୃତ୍ୟୁ ହୋଇଥିଲା । ଏହା ଚଳିତ ବର୍ଷ ରାଜଧାନୀର ପ୍ରଥମ ଡ଼େଙ୍ଗୁ ଜନିତ ମୃତ୍ୟୁ ଥିଲା ।

Also Read-Bomb Blast in Pakistan: ପାକିସ୍ତାନରେ ପୁଣି ଥରେ ଆତଙ୍କୀ ଆକ୍ରମଣ! ବୋମା ବିସ୍ଫୋରଣରେ ୪୪ ଜଣଙ୍କ ମୃତ୍ୟୁ

Also Read-Sawan Purnima 2023: ଦୀର୍ଘ ଦଶନ୍ଧି ପରେ ଶ୍ରାବଣ ପୂର୍ଣ୍ଣିମାରେ ପଡୁଛି ଦୁର୍ଲଭ ସଂଯୋଗ, ଏହି ଛୋଟ ଭୁଲ୍ କରିଦେବ ଜୀବନ ନର୍କ !

ତେବେ ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ବର, ଜାଗମରା, ନୟାପଲ୍ଲୀ, ଜୟଦେବ ବିହାର ପ୍ରଭୃତି ଅଞ୍ଚଳକୁ ହଟସ୍ପଟ୍ ଭାବେ ଚିହ୍ନଟ କରି ଏଠାରେ ଡ଼େଙ୍ଗୁ ନିବାରଣ ନେଇ କାର୍ଯ୍ୟକ୍ରମ ଜାରି ରହିଛି । ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାକୁ ଲାଗିଥିବା ବେଳେ ଗତ ୨୪ ଘଣ୍ଟାରେ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି । କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଏବେ ୪୧ ଜଣ ଆକ୍ରାନ୍ତ ରହିଥିବା ବେଳେ ରବିବାର ଦିନ ୪ ଜଣ ନୂଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ଡ଼େଙ୍ଗୁ ଏକ ଭୂତାଣୁଜନିତ ଜୂର ହୋଇଥିବାରୁ ପ୍ରାୟ ୯୦ ପ୍ରତିଶତ ଲୋକେ ଆପେ ସୁସ୍ଥ ହୋଇଯାଆନ୍ତି । ପାଣି ଜମୁଥିବା ସ୍ଥାନ ସଫା କରିବା, ଡ଼ଷ୍ଟବିନକୁ ପ୍ରତିଦିନ ସଫା କରିବା, ଖାଲୁଆ ଜାଗାରେ ଯେଭଳି ପାଣି ନ ଜମି ନରୁହେ ସେଥିପ୍ରତି ସତର୍କ ରହିଲେ ଡ଼େଙ୍ଗୁର ମୁକାବିଲା କରିହେବ ।

​Also Read- Horoscope Today 31 July 2023: ଏହି ରାଶିର ଲୋକେ ରୁହନ୍ତୁ ସାବଧାନ୍! ରହିଛି ଧନ ହାନୀ ପ୍ରାଣପୀଡା ଦୁର୍ଯୋଗ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?