ପୁରୀ ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ; ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମୀକ୍ଷା
Advertisement
Article Detail0/zeeodisha/odisha2528956

ପୁରୀ ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ; ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମୀକ୍ଷା

Dgp yb khurania: ଡିଜିପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ତେବେ ପୁରୀରେ ପହଞ୍ଚିବା ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ୱାଗତ କରିଥିଲେ। ଏହାପରେ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଡିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଥିବାରୁ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ ବା ସମୀକ୍ଷା କରିଛନ୍ତି ଡିଜିପି। 

ପୁରୀ ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ; ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମୀକ୍ଷା

ପୁରୀ: ପୁରୀରେ ପୁଲିସ ମହାନିର୍ଦ୍ଦେଶକ ଓ୍ୱାଇ ବି ଖୁରାନିଆ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଡିଜିପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ତେବେ ପୁରୀରେ ପହଞ୍ଚିବା ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ୱାଗତ କରିଥିଲେ। ଏହାପରେ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଡିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଥିବାରୁ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ ବା ସମୀକ୍ଷା କରିଛନ୍ତି ଡିଜିପି। 

ଅନ୍ୟପଟେ ଆସନ୍ତା ମାସ (ଡିସେମ୍ବର) ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ପ୍ରସ୍ତୁତି କାର୍ଯ୍ୟର ଶୁକ୍ରବାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ଓ୍ୱାଇ.ବି.ଖୁରାନିଆ, ଅଗ୍ନିଶମ ଡିଜି ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ଅଧିକାରୀ ଏବଂ ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ନୌସେନାର ଅଧିକାରୀ ସାମିଲ ହୋଇଛନ୍ତି। ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ରାଧା କିଶନ ଶର୍ମା ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଶଦ ଉପସ୍ଥାପନା କରିଛନ୍ତି।