Flight Service: (ଭୁବନେଶ୍ବର) ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିଭାନବନ୍ଦରରର ( Biju Patnaik International Airport, Bhubaneswar) ହେବ ନବୀକରଣ। ରନ୍ଓ୍ୱେର ମରାମତି (Runway Repairing) ସହିତ ଏଠାରେ ଅତ୍ୟାଧୁନିକ କ୍ୟାଟ-୨ ଲାଇଟ୍ ଲଗାଯିବ। ଏହା ଏକ ସ୍ୱତନ୍ତ୍ର ସୁରକ୍ଷା ଲାଇଟ୍ ବ୍ୟବସ୍ଥା ଯାହା ବିମାନ ଚାଳକଙ୍କ ପାଇଁ ଟେକ୍ଅଫ୍ ଏବଂ ଲଣ୍ଡିଂ ସମୟରେ ଦୃଶ୍ୟମାନତା ବଢ଼ାଇଥାଏ।
Trending Photos
Flight Service: (ଭୁବନେଶ୍ବର) ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିଭାନବନ୍ଦରରର ( Biju Patnaik International Airport, Bhubaneswar) ହେବ ନବୀକରଣ। ରନ୍ଓ୍ୱେର ମରାମତି (Runway Repairing) ସହିତ ଏଠାରେ ଅତ୍ୟାଧୁନିକ କ୍ୟାଟ-୨ ଲାଇଟ୍ ଲଗାଯିବ। ଏହା ଏକ ସ୍ୱତନ୍ତ୍ର ସୁରକ୍ଷା ଲାଇଟ୍ ବ୍ୟବସ୍ଥା ଯାହା ବିମାନ ଚାଳକଙ୍କ ପାଇଁ ଟେକ୍ଅଫ୍ ଏବଂ ଲଣ୍ଡିଂ ସମୟରେ ଦୃଶ୍ୟମାନତା ବଢ଼ାଇଥାଏ। ଅର୍ଥାତ୍ କୁହୁଡ଼ି, ବା ଅତ୍ୟଧିକ ଖରା ସମୟରେ ଏହି ଆଲୁଅ ବିମାନକୁ ରନ୍ଓ୍ୱେ ସମ୍ପର୍କରେ ଠିକଣା ସୂଚନା ଦେଇଥାଏ। ଏହି ପ୍ରକାର ବ୍ୟବସ୍ଥାକୁ ରନ୍ଓ୍ୱେରେ ରୋପଣ ଲାଗି ବର୍ଷା ନହେବା ଦରକାର। ଯେହେତୁ ରାଜ୍ୟରେ ଅକ୍ଟୋବରରୁ ବର୍ଷା ଶେଷ ହେବାର ସମ୍ଭାବନା ରହିଥାଏ, ବିମାନବନ୍ଦର କର୍ତ୍ତୃପକ୍ଷ ( Airports Authority of India) ସେଥିଲାଗି ଏହି ନିଷ୍ପତ୍ତି ନେଇଛନ୍ତି।
Also Read: Kendrapara News: ବାହାଘର ଦିନ ଶୁଦ୍ଧିକ୍ରିୟା, ବଞ୍ଚି ଥାଉ ଥାଉ ଝିଅକୁ ପିଣ୍ତଦାନ କଲେ ପରିବାର
Also Read: ଆଜି CRUT ପକ୍ଷରୁ ମାଗଣା ଇ-ବସ ଯାତ୍ରା, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା
ସବୁ ଠିକ୍ ଚାଲିଲେ ଆସନ୍ତା ଅକ୍ଟୋବର (oct) ପହିଲାରୁ ଭୁବନେଶ୍ବର ବିମାନବନ୍ଦର ( Biju Patnaik International Airport, Bhubaneswar) ରନୱେ ରି-କାର୍ପେଣ୍ଟିଂ ବା ମରାମତି କାମ ଆରମ୍ଭ ହେବ। ଏହି ସମୟରେ ରାତିରେ ୮ଘଣ୍ଟା ବିମାନସେବା ବନ୍ଦ କରାଯିବ। ଏହା ରାତି ୧୦ଟାରୁ ଆରମ୍ଭ ହୋଇପାରେ। ସାଧାରଣତଃ କିଛି ଆନ୍ତର୍ଜାତିକ ବିମାନ ଏହି ସମୟରେ ଭୁବନେଶ୍ୱରରେ ଲ୍ୟାଣ୍ଡିଂ କରିଥାଆନ୍ତା। ସେସବୁର ଦିଗକୁ ଏହି ସମୟ ମଧ୍ୟରେ ପରିବର୍ତ୍ତନ କରାଯାଇପାରେ ବୋଲି ଆଶା କରାଯାଉଛି। ପୁଣି ଯେଉଁ ପ୍ରାତଃ ବିମାନ ରହିଛି ତାହାକୁ ମଧ୍ୟ ଏହି ସମୟ ଅନୁସାରେ ବଦଳାଯିବ।
ନିକଟରେ, କଳାହାଣ୍ତି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ (Bhubaneswar to Utkela airport flight service) ପ୍ରଥମ ଥର ଲାଗି ବିମାନ ସେବା ଆରମ୍ଭ ହୋଇଛି (First flight service from Utkela Airport to Bhubaneswar) । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏବଂ ଉତ୍କେଲା ବିମାନବନ୍ଦରରୁ ସାଂସଦ ବସନ୍ତ ପଣ୍ଡା ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନ ଏୟାରର ଏକ ୯ ସିଟର ଯାତ୍ରୀବାହୀ ବିମାନ ଉତ୍କେଲା ଏୟାର ପୋର୍ଟରୁ(Utkela Airport) ଯାତ୍ରୀମାନେ ପ୍ରଥମେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ବିମାନ ପ୍ରାୟତଃ ୧୦ଟା ୩୦ ରେ ଭୁବନେଶ୍ବରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ (Naveen Patnaik,Chief minister of Odisha) ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅଫ୍ କରିଥିଲେ। ତେବେ, ପ୍ରଥମ ଯାତ୍ରୀ ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉତକେଲା ଯାଇଛନ୍ତି।
ପ୍ରତ୍ୟକ ଦିନ ସକାଳ ୭ଟା ୧୫ ରେ ଭୁବନେଶ୍ବରୁ କଳାହାଣ୍ତି ଅଭିମୁଖେ ଉଡି଼ବ ବିମାନ । ଏବଂ ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ ବିମାନ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ଭୁବନେଶ୍ବରରେ ସକାଳ ୧୦ଟାରେ ପହଞ୍ଚିବ ବୋଲି ଜଣାପଡି଼ଛି । ତେବେ, ମାତ୍ର ୯୯୯ ଟଙ୍କାରେ ଯାତ୍ରୀଙ୍କୁ ଏହି ବିମାନ ଯାତ୍ରାର ସୁଯୋଗ ମିଳିବ ବୋଲି ଜଣାପଡି଼ଛି। ଭୁବନେଶ୍ବରରୁ କଳହାଣ୍ତିକୁ ବିମାନ ସେବା ଆରମ୍ଭ ହେବା ଦ୍ବାରା ଘଣ୍ଟା ଘଣ୍ଟାର ରାସ୍ତାକୁ ଏବେ ମାତ୍ର ଘଣ୍ଟେ ୧୦ ମିନିଟ୍ ରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ଯାତ୍ରୀ।