Archana Nag: କାହା ଚାପରେ ବେଲ୍ ପରେ ବି ଜେଲରୁ ମୁକୁଳି ପାରୁ ନାହାଁନ୍ତି ଅର୍ଚ୍ଚନା?
Advertisement
Article Detail0/zeeodisha/odisha2004655

Archana Nag: କାହା ଚାପରେ ବେଲ୍ ପରେ ବି ଜେଲରୁ ମୁକୁଳି ପାରୁ ନାହାଁନ୍ତି ଅର୍ଚ୍ଚନା?

Archana Nag: ଲେଡି଼ ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ।  ହାଇକୋର୍ଟରୁ ବେଲ୍ ମିଳିବାର ସପ୍ତାହେ ବିତିଲାଣୀ । ହେଲେ କାହିଁକି ଏବେବି ଜେଲରୁ ମୁକୁଳିପାରୁ ନାହାଁନ୍ତି ଅର୍ଚ୍ଚାନା । ଆଜିବି ଝାରପଡା ଜେଲର ଅନ୍ଧାର ସେଲ୍ ଭିତରେ ରାତି କାଟୁଛନ୍ତି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା (Honey Trap Queen Archana Nag) । ବେଲ ମିଳିଲେ ମଧ୍ୟ କାହିଁକି ଜେଲରୁ ବାହାରିବାରେ ବିଳମ୍ବ ହେଉଛି। ଏହାରି ପଛରେ ରହିଛି କି କୌଣସି ରାଜନେତାଙ୍କ ଷଡଯନ୍ତ୍ର। 

Archana Nag: କାହା ଚାପରେ ବେଲ୍ ପରେ ବି ଜେଲରୁ ମୁକୁଳି ପାରୁ ନାହାଁନ୍ତି ଅର୍ଚ୍ଚନା?

Archana Nag: ଲେଡି଼ ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ।  ହାଇକୋର୍ଟରୁ ବେଲ୍ ମିଳିବାର ସପ୍ତାହେ ବିତିଲାଣୀ । ହେଲେ କାହିଁକି ଏବେବି ଜେଲରୁ ମୁକୁଳିପାରୁ ନାହାଁନ୍ତି ଅର୍ଚ୍ଚାନା । ଆଜିବି ଝାରପଡା ଜେଲର ଅନ୍ଧାର ସେଲ୍ ଭିତରେ ରାତି କାଟୁଛନ୍ତି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା (Honey Trap Queen Archana Nag) । ବେଲ ମିଳିଲେ ମଧ୍ୟ କାହିଁକି ଜେଲରୁ ବାହାରିବାରେ ବିଳମ୍ବ ହେଉଛି। ଏହାରି ପଛରେ ରହିଛି କି କୌଣସି ରାଜନେତାଙ୍କ ଷଡଯନ୍ତ୍ର। ନା ବଡ଼ ବଡିଆଙ୍କ ହାତ? କାଳେ ଅର୍ଚ୍ଚନା ଜେଲରୁ ମୁକୁଳିଲେ ସେମାନଙ୍କ ମୁଖା ଖୋଲିଦେବ। ଆଗକୁ ଆସୁଥିବା ନିର୍ବାଚନରେ ଅର୍ଚ୍ଚନା କୌଣସି ଖେଳ ବିଗାଡି ଦେବେ ଭୟରେ ତାଙ୍କୁ ଜେଲରୁ ବାହାରକୁ ଆସିବାକୁ ଦିଆଯାଉ ନଥିବା ଚର୍ଚ୍ଚା ହେଉଛି । ଗତ ସୋମବାର ଦିନ(ଡିସେମ୍ବର ୪)  ଇଡି (ED) ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ (High court) ପକ୍ଷରୁ ଜାମିନ ପ୍ରଦାନ କରାଯାଇଥିଲା। ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ୍ ମିଳିସାରିଛି । 

Also Read : Dev Deepawali 2023: ଆଜିଠୁ ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି, ପିତୃପୁରୁଷଙ୍କୁ ପିଣ୍ଡ ଅର୍ପଣ କରିବେ ମହାପ୍ରଭୁ

ତେବେ, ସବୁଠୁ ବଡ଼ କଥା ହେଉଛି ଯେ, ହାଇକୋର୍ଟରୁ ସାର୍ଟିପାଏ କପି ଆଣି ହାଇକୋର୍ଟରେ ଇଡି଼ କୋର୍ଟରେ ଅର୍ଚ୍ଚନାଙ୍କ ଓକିଲ ଦାଖଲ କରିବେ। ଏବଂ ପରେ ଜାମିନରେ ଥିବା ସର୍ତ୍ତ ଗୁଡିକ ପୂରଣ କରିବେ। ଏହା ସହିତ ଦୁଇ ଲକ୍ଷ ଟଙ୍କାର ଦୁଇଟି ଜାମିନଦାର୍ ଦେବେ। ଏହସହ ଅର୍ଚ୍ଚନା ନିଜ ପାସପୋର୍ଟ ମଧ୍ୟ ଦାଖଲ କରିବେ। ଏହି ସମସ୍ତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଦାଖଲ କରିବା ପରେ ଇଡ଼ି କୋର୍ଟ (ed court) ରିଲିଜ୍ ଅର୍ଡର ଦେବ।  ଆଉ ଏହି ରିଲିଜ୍ ଅର୍ଡରକୁ ଜେଲରେ ଦାଖଲ କରିବା ପରେ ମୁକୁଳିବେ ଅର୍ଚ୍ଚନା। ହାଇକୋର୍ଟଙ୍କ ନିର୍ଦ୍ଦେଶ ବା ସର୍ତ୍ତ ଅନୁସାରେ, ଏ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଇଡି଼ କୋର୍ଟରେ ଦାଖଲ ହୋଇ ନଥିବାରୁ ରିଲିଜ୍ ଅର୍ଡର ଆସିବାରେ ବିଳମ୍ବ ହେଉଛି ବୋଲି ଜଣାପଡିଛି। 

ସୂଚନା ଅନୁସାରେ, ୨୦୨୨ ମସିହା ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ (Prevention of Money Laundering Act)ଅର୍ଚ୍ଚନାଙ୍କୁ ଇଡି (Enforcement Directorate) ଗିରଫ କରିଥିଲା । ତେବେ, ଆମେ ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଇଡି ଏହି  ମନି ଲଣ୍ଡରିଂ ମାମାଲାର  ଖୋଳତାଡ଼ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ନେଇ ଇଡିକୁ ଯଥେଷ୍ଟ ପ୍ରମାଣ ମିଳିଥିଲା। ପୂର୍ଵରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ(husband Jagabandhu Chand) ମଧ୍ୟ ଜାମିନ ପ୍ରଦାନ କରି ଥିଲେ ହାଇକୋର୍ଟ ।  ବହୁ ଚର୍ଚ୍ଚିତ ଲେଡି଼ ବ୍ଲାକ୍ ମେଲର ଅର୍ଚ୍ଚନା ନାଗ୍ ।  ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ଆଲିସାନ୍ ବଙ୍ଗଳାରେ ରହୁଥିଲେ ବଡ଼ ଗାଡି଼ ଚଢୁଥିଲେ। 

ଆଉ ରାତି ହେଲେ ତାଙ୍କ ରଙ୍ଗ ମହଲରେ ଜମୁଥିଲା ବଡ଼ ବଡି଼ଆ ନେତା ଓ ଅଫିସରଙ୍କ ଭିଡ। ଯେତେବେଳେ ଲେଡି ବ୍ଲାକମେଲର ଗିରଫ ହୋଇଥିଲେ ସେତେବେଳ ସାମ୍ନାକୁ ଆସିଥିଲା ଅର୍ଚ୍ଚନାଙ୍କ ସହ ବଡ ବଡିଆ ନେତାଙ୍କ ଲିଙ୍କ୍ । ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା।  ଏପରିକି ବିଜେଡି ଓ ବିଜେପିର କେତେକ ବରିଷ୍ଠ ନେତାଙ୍କ ଫଟୋ ଭାଇରାଲ୍‌ ହୋଇଥିଲା।  ବଡ଼ ବଡ଼ ନେତାଙ୍କ ସହିତ ଅର୍ଚ୍ଚନା ନାଗଙ୍କ ଫଟୋ ଭାଇରାଲ୍‌ ହେବା ପରେ ରାଜ୍ୟ ରାଜନୀତିରେ ଝଡ଼ସୃଷ୍ଟି ହୋଇଥିଲା। ଯେତେବେଳେ ଅର୍ଚ୍ଚନା କୋର୍ଟରେ ହାଜର ହୋଇଥିଲେ ସେତେବେଳେ ବଡ଼ବଡ଼ ରାଜନେତାଙ୍କ ମୁଖା ଖୋଲିବେ ବୋଲି କହୁଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ କୌଣସି ରାଜନେତାଙ୍କ ନାଁ ପ୍ରକାଶ କଲେ ନାହିଁ।