ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାମାଜିକ ସୁରକ୍ଷା ବିଭାଗ ସଚିବ ଦାୟିତ୍ୱ
Advertisement
Article Detail0/zeeodisha/odisha2573098

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାମାଜିକ ସୁରକ୍ଷା ବିଭାଗ ସଚିବ ଦାୟିତ୍ୱ

ପୂର୍ବରୁ ଏହି ବିଭାଗର ସଚିବ ତଥା କମିଶନର ଭାବେ ସଞ୍ଜୀବ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଶ୍ରୀ ମିଶ୍ରଙ୍କୁ ଏହି ଦାୟିତ୍ୱରୁ ମୁକ୍ତ କରାଯିବ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାମାଜିକ ସୁରକ୍ଷା ବିଭାଗ ସଚିବ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ୨୦୦୧ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଆର୍‍ ସନ୍ଥଗୋପାଳନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଶ୍ରୀ ସନ୍ଥଗୋପାଳନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ  ବିଭାଗର ସଚିବ ଦାୟିତ୍ୱ ତୁଲାଇବେ। 

ପୂର୍ବରୁ ଏହି ବିଭାଗର ସଚିବ ତଥା କମିଶନର ଭାବେ ସଞ୍ଜୀବ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଶ୍ରୀ ମିଶ୍ରଙ୍କୁ ଏହି ଦାୟିତ୍ୱରୁ ମୁକ୍ତ କରାଯିବ। ଯେଉଁଦିନ ଶ୍ରୀ ସନ୍ଥ ଗୋପାଳନ ଦାୟିତ୍‍ୱ ଗ୍ରହଣ କରିବେ ସେଦିନ ଶ୍ରୀ ମିଶ୍ର  ଏ ବିଭାଗର ଦାୟିତ୍ୱମୁକ୍ତ ହେବେ। ହେଲେ ଶ୍ରୀ ସନ୍ଥ ଗୋପାଳନଙ୍କ ଏହା ଅତିରିକ୍ତ ଦାୟିତ୍ୱ ହେବ। ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ବି ତୁଲାଇବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

Also Read- ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ବିଜୟକୁ ଚ୍ୟାଲେଞ୍ଜ କଲା ବିଜେଡି; ନିର୍ବାଚନ କମିଶନଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ

Also Read- ICC Champions Trophy 2025: ମାର୍ଚ୍ଚ ୨୩ରେ ଭାରତ VS ପାକିସ୍ତାନ, ଜାଣନ୍ତୁ ସମସ୍ତ କାର୍ଯ୍ୟସୂଚୀ