IAS ସୁଜାତା ପାଣ୍ଡିଆନଙ୍କ ଛୁଟି ଆବେଦନ ଖାରଜ କଲେ ସରକାର
Advertisement
Article Detail0/zeeodisha/odisha2532533

IAS ସୁଜାତା ପାଣ୍ଡିଆନଙ୍କ ଛୁଟି ଆବେଦନ ଖାରଜ କଲେ ସରକାର

ନଭେମ୍ବର ୨୭ ତାରିଖ ବୁଧବାର ଦିନରୁ ଚାକିରିରେ ଯୋଗଦେବାକୁ ସରକାରୀ ସ୍ତରରୁ ପରାମର୍ଶ ଦିଆଯାଇଛି । ଆପଣଙ୍କୁ କହିରଖୁଛୁ ଯେ, ମେ ୩୧ ତାରିଖରୁ ୬ ମାସ ପର୍ଯ୍ୟନ୍ତ ଛୁଟିରେ ଯାଇଥିଲେ ସୁଜାତା ।

IAS ସୁଜାତା ପାଣ୍ଡିଆନଙ୍କ ଛୁଟି ଆବେଦନ ଖାରଜ କଲେ ସରକାର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଇଏଏସ ଅଫିସର ତଥା ପରେ ବିଜେଡିରେ ଯୋଗ ଦେଇ ଦଳ ପାଇଁ ନୂଆ ଚ୍ୟାଲେଞ୍ଜ ହାତକୁ ନେଇଥିବା ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଛୁଟି ଆବେଦନକୁ ଖାରଜ କରିଛନ୍ତି ରାଜ୍ୟ ସରକାର ।

ସୂଚନା ମୁତାବକ, ବିଜେଡିର ପରାଜୟ ପରଠୁ ଛୁଟିରେ ଥିଲେ ଆଇଏଏସ ଅଫିସର ସୁଜାତା । ତେବେ ଏହି ଛୁଟି ଅବଧିକୁ ଆଉ ୬ ମାସ ପର୍ଯ୍ୟନ୍ତ ବଢାଇବା ପାଇଁ ଆବେଦନ କରିଥିଲେ । କିନ୍ତୁ ତାହାକୁ ରାଜ୍ୟ ସରକାର ଖାରଜ କରିଦେଇଛନ୍ତି । କେବଳ ସେତିକି ନୁହେଁ, ନଭେମ୍ବର ୨୭ ତାରିଖ ବୁଧବାର ଦିନରୁ ଚାକିରିରେ ଯୋଗଦେବାକୁ ସରକାରୀ ସ୍ତରରୁ ପରାମର୍ଶ ଦିଆଯାଇଛି । ଆପଣଙ୍କୁ କହିରଖୁଛୁ ଯେ, ମେ ୩୧ ତାରିଖରୁ ୬ ମାସ ପର୍ଯ୍ୟନ୍ତ ଛୁଟିରେ ଯାଇଥିଲେ ସୁଜାତା ।

Also Read- Family rashifal 2025: ୧୨ ରାଶି ପାଇଁ କେମିତି ବିତିବ ଆସନ୍ତା ବର୍ଷ, ଜାଣନ୍ତୁ ରାଶିଫଳ

Also Read- Gold price: ବାହାଘର ସିଜିନରେ ୪୨୩୦ ଟଙ୍କା ଶସ୍ତା ହେଲା ସୁନା