ଶ୍ରୀନଅରରେ ରଥଯାତ୍ରା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ
Advertisement
Article Detail0/zeeodisha/odisha2541037

ଶ୍ରୀନଅରରେ ରଥଯାତ୍ରା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଇସ୍କନ ପକ୍ଷରୁ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଗୁରୁ ପ୍ରସାଦ ସ୍ବାମୀ ମହାରାଜ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଶ୍ରୀନଅରରେ ରଥଯାତ୍ରା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀନଅର ଠାରେ ଅନୁଷ୍ଠିତ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଉପସ୍ଥିତ ଥିଲେ । ଇସ୍କନ ପକ୍ଷରୁ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଗୁରୁ ପ୍ରସାଦ ସ୍ବାମୀ ମହାରାଜ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ବୈଠକରେ, ଶ୍ରୀମନ୍ଦିର ତରଫରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ, ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ହିଁ ମହାପ୍ରଭୁଙ୍କ ରଥଯାତ୍ରାର ଶାସ୍ତ୍ର ସମ୍ମତ ବିଧି ରହିଛି, ତେଣୁ ଏହି ସମୟରେ ହିଁ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ କରାଯାଇପାରିବ । ଏଥିରେ ବ୍ୟତିକ୍ରମ ହେବା କଥା ନୁହେଁ । ଏନେଇ ଉଭୟ ପକ୍ଷର ଗବେଷକ ମାନେ ଶୀଘ୍ର ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ହେଲା । ଇସ୍କନ କର୍ତ୍ତୃପକ୍ଷ ଆଗାମୀ ଫେବ୍ରୁଆରି ମାସରେ ହେବାକୁ ଥିବା ତାଙ୍କ ଗଭର୍ଣ୍ଣିଂ ବଡି ବୈଠକରେ ଏ ସମ୍ବନ୍ଧରେ ପ୍ରସ୍ତାବ ଆଗତ କରିବେ ବୋଲି କହିଥିଲେ ।

Also Read- Top 10 News Today: ରାତି ପାହିଲେ ଆସୁଛନ୍ତି ରାଷ୍ଟ୍ରପତି ଖବର ସହ ଅନ୍ୟାନ୍ୟ ଅପଡେଟ୍

Also Read- ଗଢ଼ାହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ, କେମିତି ହେବ ନିର୍ଦ୍ଧାରଣ କରିବ ଟାସ୍କଫୋର୍ସ