Trending Photos
Justice Chakradhari Sharan Singh: ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ବିଦାୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଜି ହାଇକୋର୍ଟରେ ଏକ ପୂର୍ଣ୍ଣ କୋର୍ଟ ଆୟୋଜନ କରାଯାଇଛି। କୋର୍ଟ ରୁମରେ ବସିବାକୁ ଥିବା ଏହି ପୂର୍ଣ୍ଣ କୋର୍ଟକୁ ଭର୍ଚ୍ଚୁଆଲ୍ ଭିତ୍ତିରେ ମଧ୍ୟ ପ୍ରସାରଣ କରାଯିବ। ଆଜି ଅପରାହ୍ଣ ୨ଟା ୩୦ ମିନିଟରେ ଏହି କୋର୍ଟ ଆୟୋଜନ କରାଯାଇଥିବା ସୂଚନା ମିଳିଛି। ଆସନ୍ତା ୧୯ ତାରିଖରେ ଜଷ୍ଟିସ୍ ସିଂହ ଅବସର ଗ୍ରହଣ କରିବେ।
ଫେବୃୟାରୀ ୭, ୨-୨୪ ମସିହାରେ ଜଷ୍ଟିସ ସିଂହ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଜଷ୍ଟିସ ସିଂହ ପାଟଣା ହାଇକୋର୍ଟର କାର୍ଯ୍ୟ ନିର୍ବାହୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ତୁଲାଉଥିଲେ।
ଜଷ୍ଟିସ ସିଂହଙ୍କ ଉଦ୍ଦେଶ୍ୟରେ ଗୁରୁବାରଦିନ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଭବ୍ୟ ବିଦାୟକାଳୀନ ସମ୍ବରଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା। ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଏଠାରେ ୁପସ୍ଥିତ ଥିଲେ।
ବିଦାୟ ପୂର୍ବରୁ ଜଷ୍ଟିସ ସିଂହ ୧୩ ଜଣ ଆଇନଜୀବୀଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ସ୍ୱୀକୃତୀ ପ୍ରଦାନ କରିଛନ୍ତି। ସେମାନେ ହେଲେ, ସଞ୍ଜୟ କୁମାର ଆଚାର୍ଯ୍ୟ, ଅନୁପ କୁମାର ବୋଷ, ବଂଶୀଧର ବାଗ, ବିବେକାନନ୍ଦ ଭୂୟାଁ, ଭବାନୀଶଙ୍କର ତ୍ରିପାଠୀ, ସୁଶାନ୍ତ କୁମାର ଦାଶ, କମଲ ବିହାରୀ ପଣ୍ଡା, ଅମିତାଭ ଦାଶ, ଦୟାନନ୍ଦ ମହାପାତ୍ର, ଗୋପାଳ କୁମାର ଅଗ୍ରଓ୍ୱାଲ, ବିଜ୍ଞାନ କୁମାର ଶର୍ମା, ବିଭୁପ୍ରସାଦ ତ୍ରିପାଠୀ ଓ ଆଦିତ୍ୟ ନାରାୟଣ ଦାସ।