Chandrabhaga Buda: ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଚନ୍ଦ୍ରଭାଗା, ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ
Advertisement
Article Detail0/zeeodisha/odisha2630682

Chandrabhaga Buda: ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଚନ୍ଦ୍ରଭାଗା, ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

ନୀତି ଅନୁଯାୟୀ ମାଘମେଳାର ତିନି ଆରାଧ୍ୟଠାକୁର ମାଧିପୁରର ବାବା ଶ୍ରୀଶ୍ରୀଶ୍ରୀ ତ୍ରିବେଣୀଶ୍ବର , ସନ୍ଥପୁରର ବାବା ଐଶାନେଶ୍ବର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଥମେ ତୀର୍ଥପୁଷ୍କରିଣୀରେ ନୀତି ନିର୍ଘଣ୍ଟ ଅନୁଯାୟୀ ୪.୩୭ ମିନିଟରେ ସ୍ନାନ କରିବା ପରେ ସାଧୁସନ୍ଥମାନେ ସ୍ନାନ କରିବେ ତାପରେ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି।

Chandrabhaga Buda: ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଚନ୍ଦ୍ରଭାଗା, ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

Chandrabhaga Buda:ପୁରୀ: ମାଘ ସପ୍ତମୀରେ ପବିତ୍ର ଚନ୍ଦ୍ରଭାଗାରେ ବୁଡ ପକାଇ ସ୍ନାନ କଲେ ପାପରୁ ମୋକ୍ଷପ୍ରାପ୍ତି ହୋଇଥାଏ। ଏଭଳି ବିଶ୍ୱାସକୁ ଆଧାର କରି ଆଜି ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ପକାଇଛନ୍ତି। ଆଜି ପବିତ୍ର ମାଘ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ଲାଗି ଭୋର ସମୟରୁ ଭିଡ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲାଯ। 

ସୋମବାର ଷଷ୍ଠୀ ତିଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଦିନ ଓ ରାତିତମାମ ଚନ୍ଦ୍ରଭାଗା ମେଳାପଡ଼ିଆରେ ଆସି ପାରମ୍ପରିକ ରୀତି ଅନୁଯାୟୀ ଶ୍ରଦ୍ଧାଳୁମାନେ ବାଉଁଶ କଣି ଓ ବରଡ଼ାପତ୍ର କୁଡ଼ିଆ ତିଆରି କରି ସେଥିରେ ରହି ମାଟି ହାଣ୍ଡିରେ ଶୁଖୁଆ ଡାଲମା ରୋଷେଇ କରି ଖାଇଥିବା ନେଇ ଦେଖିବାକୁ ମିଳିଥିଲା। ତେବେ ଅନେକ ସୋମବାର ହେତୁ ନିରାମିଷ ରାନ୍ଧି ଖାଇ ମାଟି ହାଣ୍ଡିକୁ ନିକଟସ୍ଥ ହାଣ୍ଡିଭଙ୍ଗା ଗାଡ଼ିଆରେ ଭାଙ୍ଗି କୁଡ଼ିଆରେ ଶ୍ରଦ୍ଧାଳୁମାନେ ଵିଶ୍ରାମ ନେଇ ବୁଡ଼ ପକାଇବା ପାଇଁ ମାଘସପ୍ତମୀର ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ।