Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆଜି ମାଘ ବୁଡ
ଆଜି ପବିତ୍ର ମାଘ ସପ୍ତମୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ପକାଇଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସପି ବିନୀତ ଅଗ୍ରୱାଲ ଏଥିନେଇ ଗଣମାଧ୍ୟମ ଜରିଆରେ ବୁଡରେ ସୁରକ୍ଷା ଓ ଟ୍ରାଫିକ କଟକଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମେଳା
ଆଜିଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ମେଳା ପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି। ଠାକୁର ଅନନ୍ତ କେଶରୀ ଦେବ ଆଜି ଜାଗମରା ନାଗା ମଠରୁ ସୁସଜ୍ଜିତ ବିମାନରେ ବାହାରିବେ। ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଉଦୟଗିରିରସ୍ଥିତି ରାଣୀହଂସପୁରରେ ବିଜେ କରି ମାଘସ୍ନାନ କରିବେ। ସେପଟେ ଖଣ୍ଡିଗିରି ଅଧିଷ୍ଠାତ୍ରୀ ଦେବୀ ମା ବାରଭୂଜାଙ୍କ ନିକଟରେ ଅଖଣ୍ଡ ଦୀପ ଲାଗିବା ସହିତ କୁମ୍ଫା ସଲଗ୍ନ ଶ୍ରୀଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ ଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଆରମ୍ଭ ହେବ।
ବସନ୍ତପଞ୍ଚମୀରେ ବୁଡ ପକାଇଲେ ୨ କୋଟିରୁ ଅଧିକ
ଫେବୃଆରୀ ୩ ତାରିଖ ସୋମବାର ମହାକୁମ୍ଭ ମେଳାରେ ବସନ୍ତ ପଞ୍ଚମୀ ଅବସରରେ ତୃତୀୟ ଅମୃତ ସ୍ନାନ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି। ସୋମବାର ସକାଳ ୮ଟା ସୁଦ୍ଧା ୬୨ ଲକ୍ଷ ଶ୍ରଦ୍ଧାଳୁ ସ୍ନା କରି ଏକ ଐତିହାସିକ ମାଇଲ ଖୁଣ୍ଟ ଛୁଇଁଛନ୍ତି। ଏହି ଅବସରରେ ସେମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା। ମନ୍ତ୍ରୀ ଏକେ ଶର୍ମା କହିଛନ୍ତି ଯେ ରାଜ୍ୟ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। ମୌନୀ ଅମାବାସ୍ୟାରେ ପରଠାରୁ ସେ ନିଜେ ଏହି ଅଞ୍ଚଳରେ ଉପସ୍ଥିତ ରହି ବ୍ୟବସ୍ଥା କରାଯାଇଛି।
ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ବ୍ୟୟବରାଦ
କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦୫୯୯କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ୨୦୨୪ ବଜେଟରେ ଏହି ପରିମାଣ ୧୦୫୮୬କୋଟି ଟଙ୍କା ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଦ୍ୱିତୀୟ ବର୍ଷର ବଜେଟରେ ପୁଣିଥରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦ହଜାର କୋଟି ଟଙ୍କାରୁ ଅଧିକ ବଜେଟ୍ ବ୍ୟୟବରାଦ ହୋଇଛି ।
ରାତି ପାହିଲେ ଭୋଟ ଦେବ ଦିଲ୍ଲୀ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୪୮ ଘଣ୍ଟା ଆଗରୁ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ୫ ତାରିଖରେ ଭୋଟ ଦେବ ଦିଲ୍ଲୀ। ଆଉ ଏହାରି ଭିତରେ କଡାକଡି ହୋଇଛି ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ବିଧାନସଭାକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଯାଇଛି । ଭିନ୍ନ ଭିନ୍ନ ସମ୍ୱେଦନଶୀଳ ବୁଥରେ ଅଧିକ ପୋଲିସଙ୍କୁ ମୁତୟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଆଇଏଏସ ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା
ଓଡ଼ିଶା କ୍ୟାଡ଼ରର ୨୦୧୨ ବ୍ୟାଚ୍ ଆଇଏଏସ୍ ଅଫିସର ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ୨୦୧୯ ମସିହାରେ ନିଜର ବ୍ୟକ୍ତିଗତ ସହାୟକଙ୍କ ରହସ୍ୟଜନକ ହତ୍ୟା ମାମଲାରେ ମାଲକାନଗିରିର ଏସଡିଜେଏମ୍ କୋର୍ଟ ଶ୍ରୀ ଅଗ୍ରୱାଲଙ୍କ ସମେତ ଅନ୍ୟ ୩ଜଣଙ୍କ ବିରୁଦ୍ଧରେ ଗିରଫ ପରୱାନା କରିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଆଇଏଏସ୍ ଶ୍ରୀ ଅଗ୍ରୱାଲ ଗିରଫ ହେବାର ଆଶଙ୍କା ବଢ଼ିଛି । ଶ୍ରୀ ଅଗ୍ରୱାଲ ଏବେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।
ଆଉ ଜଣେ ଏମବିବିଏସ ଛାତ୍ରୀଙ୍କ ଆତ୍ମହତ୍ୟା
କୋଲକାତା ଆରଜି କର ହସ୍ପିଟାଲରୁ ପୁଣି ଚାଞ୍ଚଲ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ MBBS ଛାତ୍ରୀ ଝୁଲି ପଡ଼ିଛନ୍ତି । ଅର୍ ଜି କର ମେଡିକାଲର ଜୁନିଅର ଡାକ୍ତର ଅଭୟାଙ୍କ ମୃତ୍ୟୁ ଖବର ସାରା ଦେଶକୁ ଦୋହଲାଇ ଦେଇଥିବା ସମୟରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା। ହସ୍ପିଟାଲ କ୍ୱାର୍ଟର୍ସରୁ ସନ୍ଦେହ ଜନକ ଅବସ୍ଥାରେ ମିଳିଛି ଜଣେ ଏମ୍ବିବିଏସ୍ ଛାତ୍ରୀଙ୍କ ମୃତଦେହ ମିଳିଛି ।
ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଷ୍ଟମ ଥର ପାଇଁ ଶୁଣାଣି ହୋଇଛି। ଆଜି ପର୍ଯ୍ୟନ୍ତ ୮୦୩୧ଟି ଦରଖାସ୍ତ ଆସିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦରଖାସ୍ତ ମଧ୍ୟରୁ ୮୧ ପ୍ରତିଶତ ଅଭିଯୋଗର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅର୍ଥାତ୍ ୬୫୪୫ ଅଭିଯୋଗର ଶୁଣାଣି ଶେଷ ହୋଇଛି। ଆଜି ୧ ହଜାର ଦରଖାସ୍ତ ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ ୭୦୦ ଅଭିଯୋଗର ଶୁଣାଣି କରାଯାଇ ବିଭିନ୍ନ ବିଭାଗକୁ ପଠା ଯାଇଛି। ଯାହା ଅଭିଯୋଗ ଆସୁଛି ବିଭିନ୍ନ ବିଭାଗ ସହ ଆଲୋଚନା କରି ସମାଧନ କରାଯାଉଛି।
ଓଡ଼ିଶା ଆପାର୍ଟମେଣ୍ଟ ଆଇନ-୨୦୨୩ ଲାଗୁ ପାଇଁ ନିର୍ଦ୍ଦେଶ
ଓଡ଼ିଶା ଆପାର୍ଟମେଣ୍ଟ ଆଇନ-୨୦୨୩ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ ବିଭାଗ ପକ୍ଷରୁ IGR ଓଡ଼ିଶାକୁ ଚିଠି କରାଯାଇଛି । RERA ପୂର୍ବରୁ ନିର୍ମିତ ଘରଗୁଡ଼ିକ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଏବଂ ପଞ୍ଜୀକରଣ କରୁଥିବା ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ପାଇଁ ଚିଠିରେ ଲେଖାଯାଇଛି ।
୧୮ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା
ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ଫେବୃଆରୀ ୧୮ ତାରିଖରୁ ବାର୍ଷିକ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ପରୀକ୍ଷା କିଭଳି ସୁରୁଖୁରୁରେ ହେବ ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ମଙ୍ଗଳବାର ସକାଳ ୧୦ଟାରେ ଭିଡିଓ କନଫରେନ୍ସ ଯୋଗେ ଏହି ବୈଠକ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।