ଓଡ଼ିଶା ପାଇଁ ହୋଇଥିବା ରେଳ ବଜେଟର ଆସିଲା ସଂପୂର୍ଣ୍ଣ ତଥ୍ୟ । ରେଲବଜେଟରେ ଓଡ଼ିଶାକୁ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଛି। ଓଡ଼ିଶା ପାଇଁ ରେଳ ବଜେଟରେ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
Trending Photos
ଭୁବନେଶ୍ୱର: ଓଡ଼ିଶା ପାଇଁ ରେଳ ବଜେଟରେ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ୧୦ ବର୍ଷ ଭିତରେ ଓଡିଶାରେ ୨ ହଜାର୪୬ କିଲୋମିଟର ରେଲୱେ ଟ୍ରାକ୍ ତିଆରି ହୋଇଛି। ଏହା ସହ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି ଏବଂ ୭୮ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଛି: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ !
ଓଡ଼ିଶା ପାଇଁ ହୋଇଥିବା ରେଳ ବଜେଟର ଆସିଲା ସଂପୂର୍ଣ୍ଣ ତଥ୍ୟ । ରେଲବଜେଟରେ ଓଡ଼ିଶାକୁ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଛି। ଓଡ଼ିଶା ପାଇଁ ରେଳ ବଜେଟରେ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ୧୦ ବର୍ଷ ଭିତରେ ଓଡିଶାରେ ୨ ହଜାର ୪୬ କିଲୋମିଟର ରେଲୱେ ଟ୍ରାକ୍ ତିଆରି ହୋଇଛି। ଏହା ମ୍ୟାଲେସିଆ ଦେଶର ରେଳ ନେଟୱାର୍କଠାରୁ ଅଧିକ ଏବଂ ଆଗରୁ ଏତେ ରେଳ ନେଟୱାର୍କ ନ ଥିଲା ବୋଲି ରେଳମନ୍ତ୍ରୀ କହିଛନ୍ତି । ସୋମବାର ରେଳ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।
ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୯ଟି ରେଳ ଷ୍ଟେସନର ନବୀକରଣ ହେଉଛି । ଆଗକୁ ଅଧିକ ଟ୍ରେନ ଓଡ଼ିଶାରେ ଗଡିବାର ଯୋଜନା ରହିଛି । ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି । ତେବେ ଏଥିପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟରେ ୧୯୦୦ କିଲୋମିଟରର କବଚ କାର୍ଯ୍ୟ ଜାରି ରହିଛି । କବଚ କାର୍ଯ୍ୟ ଆସନ୍ତା ୬ ବର୍ଷ ମଧ୍ୟରେ ଶେଷ ହେବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ଆପଣଙ୍କୁ କହି ରଖୁଛୁ ଯେ, ଚଳିତବର୍ଷ ବଜେଟରେ ରେଳ ବିଭାଗ ପାଇଁ ମୋଟ ୨.୨୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ୍ କରାଯାଇଛି। ବଜେଟରେ ୪.୬ ଲକ୍ଷ କୋଟି ଟଙ୍କାର ନୂତନ ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଛି। ଯାହା ୪ ରୁ ୫ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି। ଏଥି ମଧ୍ୟରେ ନୂତନ ରେଳ ଲାଇନ ସ୍ଥାପନ, ରେଳ ଲାଇନର ଦୋହରିକରଣ, ନୂତନ ନିର୍ମାଣ, ବିଭିନ୍ନ ଷ୍ଟେସନର ବିକାଶ ଆଦି ରହିଛି। ଏହା ସହ ରେଳ ଯାତ୍ରା ପାଇଁ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ୧୦୦ ଅମୃତ ଭାରତ, ୫୦ ନାମୋ ଭାରତ ଓ ୨୦୦ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କରାଯିବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ସାଧାରଣ କୋଚ୍ ନିର୍ମାଣ କାର୍ଯ୍ୟ ବହୁ ପୂର୍ବରୁ ଚାଲିଛି ଏବଂ ମାର୍ଚ୍ଚ ୩୧ ଶେଷ ସୁଦ୍ଧା ୧୪୦୦ ଟି କୋଚ୍ ପ୍ରସ୍ତୁତ ହୋଇଯିବ। ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୨,୦୦୦ ରୁ ଅଧିକ ସାଧାରଣ କୋଚ୍ ନିର୍ମାଣ କରିବା ଲକ୍ଷ୍ୟ ରହିଛି। ଏହା ସହିତ ଅତି ଶୀଘ୍ର ୧୦୦୦ଟି ନୂତନ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଅନୁମୋଦନ ଦିଆଯିବ । ରେଳବାଇ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ମାଲ ପରିବହନ କ୍ଷମତା ସହ ଜଡିତ ଏକ ପ୍ରମୁଖ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି। ମାର୍ଚ୍ଚ ୩୧ ସୁଦ୍ଧା ଆମେ ୧.୬ ବିଲିୟନ ଟନ୍ ମାଲ ପରିବହନ ଲକ୍ଷ୍ୟ ହାସଲ କରିବୁ । ଯାହା ଚୀନର ରେଳ ବିଭାଗ ପରେ ମାଲ ପରିବହନ କ୍ଷେତ୍ରରେ ଭାରତୀୟ ରେଳ ବିଭାଗ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିବ ବୋଲି ସେ କହିଛନ୍ତି।
ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତୀୟ ରେଳ ବିଭାଗ ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିବାକୁ ଯାଉଛି। ରେଳ କାର୍ଯ୍ୟର ନିରାପତ୍ତା ଉପରେ ଗୁରୁତ୍ୱ ଦେଇ ଭାରତ ସରକାର ଏଥିପାଇଁ ସହାୟତା ରାଶିକୁ ୧.୮ ଲକ୍ଷ କୋଟିରୁ ବଢାଇ ୧.୧୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଯାହାକୁ ଆସନ୍ତା ଆର୍ଥିକ ବର୍ଷରେ ୧.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ ବୋଳି ରେଳ ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୫-୨୬ ବଜେଟ୍ର ଉପସ୍ଥାପନ କରିଥିଲେ । ଆଉ ଏହାର କିଛି ସମୟ ପରେ ରେଳ ବଜେଟ୍ ମଧ୍ୟ ଘୋଷଣା କରାଯାଇଥିଲା ।
Also Read- ଭୁବନେଶ୍ୱର ଆସି ଖର୍ଚ୍ଚାନ୍ତ ହୁଅନ୍ତୁନି, ପ୍ରଥମେ ଜିଲ୍ଲାପାଳଙ୍କୁ ଅଭିଯୋଗ କରନ୍ତୁ
Also Read- ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା, BMC କମିସନର ଦେଲେ ଚେତାବନୀ