8th pay Commission New Update: ଜାନୁଆରୀ ୨୦୨୬ ରୁ ଲାଗୁ ହେବନି ୮ମ ବେତନ କମିଶନ !
Advertisement
Article Detail0/zeeodisha/odisha2630158

8th pay Commission New Update: ଜାନୁଆରୀ ୨୦୨୬ ରୁ ଲାଗୁ ହେବନି ୮ମ ବେତନ କମିଶନ !

8th pay Commission New Update: ବେତନ କମିଶନଙ୍କ ରିପୋର୍ଟକୁ ଚୂଡ଼ାନ୍ତ ରୂପ ଦେବା ଏବଂ ଅନୁମୋଦନ କରିବାକୁ ଅତି କମରେ ଏକ ବର୍ଷ ସମୟ ଲାଗିବ ବୋଲି ଆଶା କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ପ୍ରଶିକ୍ଷଣ ବିଭାଗଠାରୁ ପରାମର୍ଶ ମାଗିଛି। ଏହି ବିଭାଗ ଗୁଡ଼ିକଠାରୁ ସୂଚନା ମିଳିବା ପରେ କମିଶନଙ୍କ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ।

8th pay Commission New Update: ଜାନୁଆରୀ ୨୦୨୬ ରୁ ଲାଗୁ ହେବନି ୮ମ ବେତନ କମିଶନ !

8th pay Commission New Update: ଯଦି ଆପଣ ମଧ୍ୟ ଅଷ୍ଟମ ବେତନ କମିଶନକୁ ଅପେକ୍ଷା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ସରକାର ଗତ ମାସରେ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ଘୋଷଣା କରିଥିଲେ ଏବଂ ଖୁବଶୀଘ୍ର ଦୁଇ ଜଣିଆ ପ୍ୟାନେଲ ଏବଂ ଜଣେ ଅଧ୍ୟକ୍ଷ ନିଯୁକ୍ତ କରାଯିବ ବୋଲି ଉଲ୍ଲେଖ କରିଥିଲେ। ତେବେ ୨୦୨୬ ଜାନୁଆରୀ ପହିଲାରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ ନାହିଁ ବୋଲି ଶନିବାର ଉପସ୍ଥାପିତ କେନ୍ଦ୍ରୀୟ ବଜେଟରେ ସ୍ପଷ୍ଟ କରାଯାଇଛି।

ବାସ୍ତବରେ ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ ଭୋଗୀଙ୍କ ବହୁତ ଆଶା ଥିଲା । ସେମାନେ ଆଶା କରୁଥିଲେ ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କେନ୍ଦ୍ରୀୟ ବଜେଟ ୨୦୨୫ରେ ଦରମା ଏବଂ ପେନସନ ସଂଶୋଧନ ପାଇଁ ଏକ ରୋଡମ୍ୟାପ୍ ଏବଂ ବଜେଟ୍ ଆବଣ୍ଟନ ଘୋଷଣା କରିବେ। କିନ୍ତୁ ତାହା ହୋଇନଥିଲା।

ବର୍ତ୍ତମାନ ସପ୍ତମ ବେତନ ଆୟୋଗର କାର୍ଯ୍ୟକାଳ ୨୦୨୫ ଡିସେମ୍ବର ୩୧ରେ ଶେଷ ହେବାକୁ ଥିବାରୁ ୨୦୨୬ ଜାନୁଆରୀ ପହିଲାରୁ ଅଷ୍ଟମ ବେତନ କମିଶନ ଲାଗୁ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ସରକାର ଚଳିତ ବଜେଟରେ ଏଥିପାଇଁ କୌଣସି ବ୍ୟୟବରାଦ କରିନଥିବାରୁ ୨୦୨୬-୨୭ ବଜେଟରେ ଏଥିପାଇଁ ବ୍ୟବସ୍ଥା କରାଯିବ ବୋଲି ସଙ୍କେତ ମିଳିଛି।

Also Read: Guru Margi 2025: ଫେବୃଆରୀ ୪ ରୁ ବୃହସ୍ପତିଙ୍କ ସିଧାଚଳନ, ୫ଟି ରାଶି ହେବେ ଧନବାନ

କେଉଁଠି ତ୍ରୁଟି ରହିଛି? 
ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟମ ବେତନ କମିଶନଙ୍କ ସୁପାରିସ ପ୍ରସ୍ତୁତ କରି ଚୂଡ଼ାନ୍ତ ରୂପ ଦେବା ପାଇଁ ଅତି କମ୍ ରେ ବର୍ଷେ ସମୟ ଲାଗିପାରେ। ବ୍ୟୟ ସଚିବ ମନୋଜ ଗୋଭିଲ କହିଛନ୍ତି ଯେ ୨୦୨୫-୨୬ କେନ୍ଦ୍ରୀୟ ବଜେଟରେ ଅଷ୍ଟମ ବେତନ ଆୟୋଗ ସମ୍ବନ୍ଧୀୟ କୌଣସି ଖର୍ଚ୍ଚର ହିସାବ ଦିଆଯାଇନାହିଁ, କାରଣ ବେତନ କମିଶନଙ୍କ ରିପୋର୍ଟକୁ ଚୂଡ଼ାନ୍ତ ରୂପ ଦେବା ଏବଂ ଅନୁମୋଦନ କରିବାକୁ ଅତି କମରେ ଏକ ବର୍ଷ ସମୟ ଲାଗିବ ବୋଲି ଆଶା କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ପ୍ରଶିକ୍ଷଣ ବିଭାଗଠାରୁ ପରାମର୍ଶ ମାଗିଛି। ଏହି ବିଭାଗ ଗୁଡ଼ିକଠାରୁ ସୂଚନା ମିଳିବା ପରେ କମିଶନଙ୍କ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ।

ଅତୀତର ରେକର୍ଡ କ'ଣ? 
ପୂର୍ବ ବେତନ କମିଶନକୁ ଦେଖିଲେ ସୁପାରିସ କରିବାକୁ ସେମାନଙ୍କୁ ବର୍ଷେରୁ ଅଧିକ ସମୟ ଲାଗିଥିଲା। ଉଦାହରଣ ସ୍ୱରୂପ ସପ୍ତମ ବେତନ କମିଶନ ଏହାର ରିପୋର୍ଟ ପ୍ରସ୍ତୁତ କରିବାକୁ ୧୮ ମାସରୁ ଅଧିକ ସମୟ ନେଇଥିଲେ । ତେଣୁ ୨୦୨୫-୨୬ ଆର୍ଥିକ ବର୍ଷରେ ଅଷ୍ଟମ ବେତନ କମିଶନଙ୍କ ସୁପାରିସ ଅସମ୍ଭବ ବୋଲି ଅନୁମାନ କରାଯାଇପାରେ।

Also Read: OUAT Recruitment 2025: ଓୟୁଏଟିରେ ବାହାରିଲା ବମ୍ପର ନିଯୁକ୍ତି, ୧୦ମ ପାସ୍ କରିପାରିବେ ଆବେଦନ

Also Read: Ex MLA Sushant Singh Critical: ବିଜେଡିର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଗୁରୁତର ଅସୁସ୍ଥ