Mo Bus Service: ମୋ’ ବସ୍‍ ଆରମ୍ଭ କଲା ନୂଆ ରାସ୍ତାରେ ବସ୍‍ ସେବା, ଓ୍ୱଣ୍ଡରଲା ଓ ପଥରଗାଡ଼ିଆକୁ ବସ୍‍
Advertisement
Article Detail0/zeeodisha/odisha2496616

Mo Bus Service: ମୋ’ ବସ୍‍ ଆରମ୍ଭ କଲା ନୂଆ ରାସ୍ତାରେ ବସ୍‍ ସେବା, ଓ୍ୱଣ୍ଡରଲା ଓ ପଥରଗାଡ଼ିଆକୁ ବସ୍‍

୬୬ ନମ୍ବର ବସ୍‍ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ ହେବ। ଏହା କିଟ୍‍ ଛକ, ଡମଣା, କେଳୁଚରଣ ପାର୍କ ଦେଇ ପଥର ଗାଡ଼ିଆାରେ ପହଞ୍ଚିବ ବୋଲି  କ୍ରୁଟ୍‍ ପକ୍ଷରୁ ସୂଚନା ଦିଆଯାଇଛି।

Mo Bus Service: ମୋ’ ବସ୍‍ ଆରମ୍ଭ କଲା ନୂଆ ରାସ୍ତାରେ ବସ୍‍ ସେବା,  ଓ୍ୱଣ୍ଡରଲା ଓ ପଥରଗାଡ଼ିଆକୁ ବସ୍‍

Mo Bus Service: ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ ଦୁଇ ନୂଆ ବସ୍‍ ରୁଟ୍‍ ଘୋଷଣା କରିଛନ୍ତି କ୍ୟାପିଟାଲ୍‍ ରିଜନ୍‍ ଅର୍ବାନ ଟ୍ରାନ୍ସପୋର୍ଟ  ବା କ୍ରୁଟ। ଏହି ବସ୍‍ ସେବା ଦ୍ୱାରା ଖୋର୍ଦ୍ଧା ନୂଆ ବସ୍‍ଷ୍ଟାଣ୍ଡ ଏବଂ ପଥର ଗାଡ଼ିଆ ବସ୍‍ ଷ୍ଟପ୍‍କୁ ନୂଆ ବସ୍‍ ଚାଲିବ। ଏହି ଦୁଇ ରୁଟ୍‍କୁ ୬୫ ଏବଂ ୬୬ ନମ୍ବର ରୁଟ୍‍ ଭାବେ ଘୋଷଣା କରାଯାଇଛି। 
ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ରଖି କ୍ରୁଟ କର୍ତ୍ତଅପକ୍ଷ କହିଛନ୍ତି, ଲୋକଙ୍କ ବହୁଦିନର ଦାବି ତଥା ଚାହିଦାକୁ ନଜରରେ ରଖି ଏହି ଦୁଇ ନୂଆ ରୁଟ୍‍ରେ ବସ୍‍ ସେବା ଆରମ୍ଭ କରାଯାଇଛି। ୬୫ ନମ୍ବର ନୂଆ ରୁଟ୍‍ରେ ବସ୍‍ ଭୁବନେଶ୍ୱର ରେଳଷ୍ଟେସନ୍‍ଠାରୁ ଆରମ୍ଭ ହେବ। ବାଣୀବିହାର ଦେଇ ଏହି ବସ୍‍ ଚଳାଚଳ କରିବ। ଏଥିରେ ଓ୍ୱଣ୍ଡରଲା ଓ୍ୱାଟର ପାର୍କ ବି ସାମିଲ ହେବ। ପୁରୁଣା ଜିଲ୍ଲାପାଳ ଅଫିସ ପାଲ୍ଲା ହାଟ ଦେଇ ଏହା ଖୋର୍ଦ୍ଧା ନୂଆ ବସ୍‍ଷ୍ଟାଣ୍ଡରେ ପହଞ୍ଚିବ। ପୁଣି ସେହି ରାସ୍ତା ଦେଇ ଫେରିବ। 

 

ସେହିପରି ୬୬ ନମ୍ବର ବସ୍‍ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ ହେବ। ଏହା କିଟ୍‍ ଛକ, ଡମଣା, କେଳୁଚରଣ ପାର୍କ ଦେଇ ପଥର ଗାଡ଼ିଆାରେ ପହଞ୍ଚିବ ବୋଲି  କ୍ରୁଟ୍‍ ପକ୍ଷରୁ ସୂଚନା ଦିଆଯାଇଛି।

 

ସେହିପରି ୪ ରୁଟର ସମୟରେ ପରିବର୍ତ୍ତନ କରିଛି କ୍ରୁଟ। ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ନନ୍ଦନକାନନକୁ ଯୋଡ଼ୁଥିବା ରୁଟ ନମ୍ବର ୧୨ରେ ପରିବର୍ତ୍ତନ ସମୟ ଅନୁଯାୟୀ ସକାଳ ୫ଟାରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ବସ ସେବା ଆରମ୍ଭ ହେବ। ସେହିପରି ନନ୍ଦନକାନନ ପଟରୁ ସକାଳ ସାଢେ ୫ଟାର ବସ ସେବା ଆରମ୍ଭ ହେବ। ସେହିପରି ରୁଟ ନମ୍ବର ୨୨ଏରେ ଭୁବନେଶ୍ୱର ରେଳ ଷ୍ଟେସନ ପଟରୁ ସକାଳ ୬ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଖୋର୍ଦ୍ଧା ରୋଡ ଷ୍ଟେସନ ଦିଗରୁ ସାଢେ ୭ଟାରୁ ଆରମ୍ଭ ହେବା ନେଇ ସୂଚନା ଦିଆଯାଇଛି। 

ସେହିପରି ୩୧ ନମ୍ବର ରୁଟ ଭୁବନେଶ୍ୱର ରେଳ ଷ୍ଟେସନ ଦିଗରୁ ସକାଳ ସାଢେ ୬ଟାରୁ ଆରମ୍ଭ ହେବାକୁ ଥିବା ବେଳେ ହାଇଟେକ ହସ୍ପିଟାଲ ପଟରୁ ସାଢେ ୭ଟାରେ ବସ ସେବା ଆରମ୍ଭ ହେବ। ଭୁବନେଶ୍ୱର ରେଳ ଷ୍ଟେସନ ଓ ଜଟଣୀ ଗେଟ ମଧ୍ୟରେ ରୁଟ ନମ୍ବର ୬୪ରେ ମଧ୍ୟ ବସ ସେବାର ସମୟରେ ପରିବର୍ତ୍ତନ କରାଯାଇଛି। ଏହି ରୁଟରେ ଭୁବନେଶ୍ୱର ରେଳ ଷ୍ଟେସନ ପଟରୁ ସକାଳ ୭ଟା ୧୦ ପ୍ରଥମ ବସ ଚାଲିବାକୁ ଥିବା ବେଳେ ଜଟଣୀ ଗେଟ ଦିଗରୁ ସକାଳ ସାଢେ ୮ଟାରେ ପ୍ରଥମ ବସ ଭୁବନେଶ୍ୱର ରେଳ ଷ୍ଟେସନ ଦିଗରେ ଚଳାଚଳ କରିବ।