ରାଜ୍ୟରେ ନିରନ୍ତର ବିକାଶ ହାର ରହିଛି। ଆମେ ୫ମ ବୃହତ ଅର୍ଥନୀତିରେ ପରିଣତ ହୋଇଛୁ। ଆସନ୍ତା କିଛି ବର୍ଷରେ ଆମେ ତୃତୀୟ ବବଡ ଅର୍ଥନୀତିରେ ପରିଣଣତ ହେବାକୁ ଯାଉଛୁ ବୋଲି ଶ୍ରୀ ମାଝି କହିଛନ୍ତି।
Trending Photos
Prabasi Bhartiya Diwas: ଭୁବନେଶ୍ୱର: ଆରମ୍ଭ ହୋଇଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ବିଦେଶରେ ଥିବା ଭାରତୀୟଙ୍କୁ ଓଡ଼ିଶାରେ ନିବେଶ ଲାଗି ନିମନ୍ତ୍ରଣ କରିଛନ୍ତି। ପ୍ରାକୃତିକ ସମ୍ପତ୍ତିଠାରୁ ଆରମ୍ଭ କରି ଦକ୍ଷ ମାନବ ସମ୍ବଳ, ଡବଲ ଇଞ୍ଜିନ୍ ସରକାର, ଶୃଙ୍ଖଳିତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ରାଜନୀତିକ ସ୍ଥିରତା ସବୁ କିଛି ଓଡ଼ିଶାରେ ରହିଛି। ଏଣୁ ଏହା ନିବେଶ ଲାଗି ସର୍ବୋତ୍କୃଷ୍ଟ ସ୍ଥାନ ବୋଲି କହିବା ସହ ଓଡ଼ିଶା ପକ୍ଷରୁ ଗୋଟିଲ ସର୍ତ୍ତକୁ ଉଲ୍ଲେଖ କରିଛନ୍ତି। ତାହା ହେଲା ଯେତେ ଯାହା ପ୍ରକଳ୍ପ ହେବ ସେଥିରେ ଗୋଟିଏ ସର୍ତ୍ତକୁ ସର୍ବାଗ୍ର୍ରେ ଗ୍ରହଣ କରାଯିବ ତାହା ହେଲା‘ ଓଡ଼ିଆ ଲୋକଙ୍କ’ ବିକାଶ।
ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ଏହା ହେଉଛି ପ୍ରଥମ ଦିନ। ଯାହାକୁ ଯୁବ ପ୍ରବାସୀ ଭାରତୀୟ ଦିବସ ଭାବେ ଗ୍ରହଣ କରାଯାଇଛି। ନିର୍ଦ୍ଧାରିତ ସମୟରେ ଏହି ଉତ୍ସବକୁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା। ଏହା ପରେ ଓଡ଼ିଶାରେ ଥିବା ନିବେଶ ସୁଯୋଗକୁ ରାଜ୍ୟ ପକ୍ଷରୁ ପ୍ରବାସୀ ଭାରତୀୟଙ୍କ ଆଗରେ ଉପସ୍ଥାପନ କରାଯାଇ ନିବେଶ ପାଇଁ ଦ୍ୱାର ଉନ୍ମୁକ୍ତ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଅତିଥିମାନଙ୍କ ସ୍ୱାଗତ କରି କହିଛନ୍ତି, ଓଡ଼ିଶାକୁ ଶ୍ରୀ ଜଗନ୍ନାଥଙ୍କ ଭୂଇଁ ଭାବେ ଜଣାଯାଏ। ଏହା କଳା, ସଂସ୍କୃତି ଓ ସ୍ଥାପତ୍ୟର ପ୍ରଦେଶ। ବିଗତ ଦଶନ୍ଧିରେ ଆମେ ଭାରତର ବିକାଶ କେନ୍ଦ୍ର ଭାବେ ଗଣାଯାଉଛୁ। ଆମର ଲକ୍ଷ୍ୟ ରହିଛି ୨୦୨୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ। ଆପଣ ଏହି ଯାତ୍ରାରେ ସାମିଲ ହୁଅନ୍ତୁ। ଏଠାରେ ନିବେଶ କରନ୍ତୁ ବୋଲି ଶ୍ରୀ ମାଝି କହିଥିଲେ।
ଓଡ଼ିଶା ବିଷୟରେ ସାମ୍ୟକ ସୂଚନା ଦେଇ ଶ୍ରୀ ମାଝି କହିଥିଲେ, ଓଡ଼ିଶା ହେଉଛଇ ଦ୍ୱିତୀୟ ବୃହତ୍ ଖଣିଜ ସମ୍ପଦ ଭରାଥିବା ରାଜ୍ୟ। ଏହା ଏକ ସ୍ଥିର ଆଇନ ଶୃଙ୍ଖଳା ରାଜ୍ୟ। ସ୍ଥିର ରାଜନୀତିକ ଅବସ୍ଥା ରହିଛି। ଏହି ରାଜ୍ୟର ସୁ ବିସ୍ତାରିତ ଜାତୀୟ ରାଜପଥ, ରାଜ୍ୟ ରାଜପଥ ସହ ୨ଟି ବିମାନ ବନ୍ଦର, ୪ କ୍ଷୁଦ୍ର ବିମାନ ବନ୍ଦର। ଆହୁରି ଦୁଇଟି ବିମାନବନ୍ଦର ନିର୍ମାଣ ଅପେକ୍ଷାରେ ଥିବା ସେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏ ଯେଉଁ ଦୁଇଟି ବିମାନବନ୍ଦର ନିର୍ମାଣ ହେବାକୁ ଯାଉଛି ସେଥିରୁ ଗୋଟିଏ ପୁରୀରେ ହେବାକୁ ଥିବା ବେଳେ ଆଉ ଗୋଟିଏ ଚାରବାଟିଆରେ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି ‘ଶିଳ୍ପ ଯାହା ଚାହୁଁଛି ତାହା ଏଠାରେ ରହିଛି। ମୁଁ ନିଶ୍ଚିତ କରୁଛି ଏ ସମସ୍ତ ଶିଳ୍ପ ପ୍ରତିଠାରେ ସହାୟକ ହେବ। ଓଡ଼ିଶାର ଲୋକ ଏଥିରୁ ଉପକୃତ ହେବା ଦରକାର। ରେଳ ଓ ରାସ୍ତା ପ୍ରକଳ୍ପ ର ବିକାଶ ଲାଗି କେନ୍ଦ୍ର ସରକାର ନିକଟରେ ୪୦ ହଜାର କୋଟି ଟଙ୍କା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ରାଜ୍ୟରେ ନିରନ୍ତର ବିକାଶ ହାର ରହିଛି। ଆମେ ୫ମ ବୃହତ ଅର୍ଥନୀତିରେ ପରିଣତ ହୋଇଛୁ। ଆସନ୍ତା କିଛି ବର୍ଷରେ ଆମେ ତୃତୀୟ ବବଡ ଅର୍ଥନୀତିରେ ପରିଣଣତ ହେବାକୁ ଯାଉଛୁ ବୋଲି ଶ୍ରୀ ମାଝି କହିଛନ୍ତି।