Odisha News: ଅସ୍ଥାୟୀ ପୋଖରୀ ଖୋଳି ପୋତିବାକୁ ଭୁଲିଗଲା ବିଏମସି, ଏବେ ମଶାଙ୍କ ନୂଆ ଠିକଣା ପାଲଟିଛି ବ୍ରହ୍ମପୁର ସହର
Advertisement
Article Detail0/zeeodisha/odisha1979421

Odisha News: ଅସ୍ଥାୟୀ ପୋଖରୀ ଖୋଳି ପୋତିବାକୁ ଭୁଲିଗଲା ବିଏମସି, ଏବେ ମଶାଙ୍କ ନୂଆ ଠିକଣା ପାଲଟିଛି ବ୍ରହ୍ମପୁର ସହର

Odisha News :  ବ୍ରହ୍ମପୁର ମହାନଗର ନିଗମର ( Berhampur Municipal Corporation) ଚରମ ଅବହେଳା ଏବେ ପଦାରେ ପଡ଼ିଛି । ନିଘୋଡ ନିଦ୍ରାରେ ଆଖି ବୁଜି ଶୋଇଛି ବ୍ରହ୍ମପୁର ମହାନଗର ନିଗମ(Berhampur Municipal Corporation) । ବିଭିନ୍ନ ଅଧାପନ୍ତରିଆ କାର୍ଯ୍ୟକୁ ପୂର୍ଣ୍ଣ କରିବା ବଦଳରେ ତାହାକୁ ଭୁଲି ଯାଉଛନ୍ତି ନିଗମର ଯନ୍ତ୍ରୀ ଓ କର୍ମଚାରୀ। ଯାହାର ପରିଣାମ ସାରା ସହରବାସୀଙ୍କୁ ଭୋଗିବାକୁ ପଡୁଛି । ଯାହାର ଜଳନ୍ତା ଉଦାହରଣ ସହରର ଚାରି କୋଣରେ ଦେଖିବାକୁ ମିଳିଛି। 

Odisha News: ଅସ୍ଥାୟୀ ପୋଖରୀ ଖୋଳି ପୋତିବାକୁ ଭୁଲିଗଲା ବିଏମସି,  ଏବେ ମଶାଙ୍କ ନୂଆ ଠିକଣା ପାଲଟିଛି ବ୍ରହ୍ମପୁର ସହର

Odisha News (ବ୍ରହ୍ମପୁର, ପ୍ରେମାନନ୍ଦ ପୂଜାରୀ ) :  ବ୍ରହ୍ମପୁର ମହାନଗର ନିଗମର ( Berhampur Municipal Corporation) ଚରମ ଅବହେଳା ଏବେ ପଦାରେ ପଡ଼ିଛି । ନିଘୋଡ ନିଦ୍ରାରେ ଆଖି ବୁଜି ଶୋଇଛି ବ୍ରହ୍ମପୁର ମହାନଗର ନିଗମ(Berhampur Municipal Corporation) । ବିଭିନ୍ନ ଅଧାପନ୍ତରିଆ କାର୍ଯ୍ୟକୁ ପୂର୍ଣ୍ଣ କରିବା ବଦଳରେ ତାହାକୁ ଭୁଲି ଯାଉଛନ୍ତି ନିଗମର ଯନ୍ତ୍ରୀ ଓ କର୍ମଚାରୀ। ଯାହାର ପରିଣାମ ସାରା ସହରବାସୀଙ୍କୁ ଭୋଗିବାକୁ ପଡୁଛି । ଯାହାର ଜଳନ୍ତା ଉଦାହରଣ ସହରର ଚାରି କୋଣରେ ଦେଖିବାକୁ ମିଳିଛି। 

Also Read: Bada Osa 2023: ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ

ସୂଚନା ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପାର୍ବଣ ଋତୁରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତିକୁ ବିସର୍ଜନ କରିବା ପାଇଁ ସହରର ୪ ଗୋଟି ସ୍ଥାନ ଯଥା ପାଷ୍ଟ ଗେଟ୍ ତେଲି ଶ୍ମଶାନ, ହାଉସିଂ ବୋର୍ଡ ମିନାକ୍ଷୀ ନଗର, ଗୋଷାଣୀ ନୂଆଗାଁ ଆଗୁଳା ବନ୍ଧ ନିକଟ ଏବଂ ଆମ୍ବପୂଆ ଠାରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିଲା। ସେହି ପୋଖରୀ ଗୁଡିକରେ ପ୍ରଥମେ ଗଣେଶ ପୂଜା ସରିବା ପରେ ସହରର ସମସ୍ତ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ଏହାପରେ ସେହି ଅସ୍ଥାୟୀ ପୋଖରୀକୁ ଭାଙ୍ଗିବା ସହ ସେହି ସ୍ଥାନକୁ ସଫେଇ କରିବା ବଦଳରେ ଉକ୍ତ ଅସ୍ଥାୟୀ ପୋଖରୀ କୁ ଦୁର୍ଗାପୂଜା ସରିବା ପରେ ମା ଜଗତ ଜନନୀ ଙ୍କ ମୂର୍ତ୍ତି ବିସର୍ଜନ ଏବଂ ପରବର୍ତ୍ତୀ ସମୟରେ କାଳୀ ପୂଜା ସରିବା ପରେ ମୂର୍ତ୍ତି ବିସର୍ଜନ ମଧ୍ୟ ହୋଇଥିଲା। 

ତେବେ ଇତି ମଧ୍ୟରେ ପାଖାପାଖି ବହୁ ଦିନ ବିତି ଯାଇଥିଲେ ମଧ୍ୟ ଉକ୍ତ ସ୍ଥାନକୁ ସଫେଇ କରୁନାହାନ୍ତି ମହାନଗର ନିଗମ କର୍ମଚାରୀ। ଅନ୍ୟପଟେ ସେହି ସ୍ଥାନ ଗୁଡିକ ବର୍ତ୍ତମାନ ଆବର୍ଜନାମୟ ହେବା ସହ  ପଚି ସଡି ଦୁର୍ଗନ୍ଧ ସୃଷ୍ଟି ହେବାରେ ଲାଗିଛି। ଏହା ସହ ବହୁ ମୂର୍ତ୍ତିର ଭଗ୍ନାଂଶ ସେଠାରେ ଏଣେ ତେଣେ ପଡ଼ି ରହିଛି। ଯାହା ଫଳରେ ସେହି ସ୍ଥାନ ଗୁଡିକ ମଶାଙ୍କ(Mosquito) ଗନ୍ତାଘର ପାଲଟି ଯାଇଛି। ଯାହାଦ୍ବାରା ସେହି ଅଂଚଳ ସମେତ ଆଖପାଖ ରେ ବସ ବାସ କରୁଥିବା ବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। 

ସେହିପରି ଗୋଷାଣୀ ନୂଆଗାଁ ଅସ୍ଥାୟୀ ପୋଖରୀ ନିକଟରେ ଏକ ବିଦ୍ୟାଳୟ ରହିଥିବା ବେଳେ ଶିଶୁଙ୍କ ଜୀବନ ସହ ମହାନଗର ନିଗମ ଖେଳୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କୂତ୍ରିମ ଭାବେ ଅଳିଆ ଆବର୍ଜ୍ଜନା ଦ୍ବାରା ଦୁଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ବେଳେ ମହାନଗର ନିଗମ କୌଣସି ଦୃଷ୍ଟି ନାହିଁ କି ନିଘା ନାହିଁ। ସୁସ୍ଥ ପରିଚ୍ଛନ୍ନତା ପରିବେଶକୁ ରାଜ୍ୟରେ ପ୍ରଶଂସନୀୟ ହୋଇଥିବା ମହାନଗର ନିଗମ ଏଭଳି ଅବହେଳା କାହିଁକି କରୁଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ଏବେ ପାର୍ବଣ ର ଋତୁ ଶେଷ ହେବାର ଅନେକ ମାସ ବିତିଗଲାଣି , ଫଳରେ ସେହି ପୋଖରୀ ଗୁଡିକ ଏବେ ମଶା ଗୁଡିକର ଗନ୍ତାଘର ପାଲଟିଛି। ତେବେ ଯଥାଶୀଘ୍ର ବିଏମସି କର୍ତ୍ତୃପକ୍ଷ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଉକ୍ତ ଅସ୍ଥାୟୀ ପୋଖରୀ ଗୁଡ଼ିକର ସଫେଇ କରି ବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଫଳରେ ଆଖପାଖ ଅଞ୍ଚଳରେ ପରିଚ୍ଛନ୍ନତା ବଜାୟ ରହିବା ସହ ସୁସ୍ଥ ପରିବେଶ ସୃଷ୍ଟି ହୋଇପାର ବୋଲି ଆଶା ରଖିଛନ୍ତି ବ୍ରହ୍ମପୁର ସହରବାସୀ।