Monsoon Rainfall 2023: ରାଜ୍ୟର ୧୧ ଜିଲ୍ଲାରେ ହୋଇଛି କମ୍ ବୃଷ୍ଟିପାତ, ମରୁଡ଼ି ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ
Advertisement
Article Detail0/zeeodisha/odisha1853000

Monsoon Rainfall 2023: ରାଜ୍ୟର ୧୧ ଜିଲ୍ଲାରେ ହୋଇଛି କମ୍ ବୃଷ୍ଟିପାତ, ମରୁଡ଼ି ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ

Monsoon Season 2023: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ରାଜ୍ୟରେ ସାମଗ୍ରିକ ଭାବରେ ପ୍ରାୟ ୧୪% ବର୍ଷା ହ୍ରାସ ପାଇଥିବାର ରେକର୍ଡ଼ କରାଯାଇଛି।

Monsoon Rainfall 2023: ରାଜ୍ୟର ୧୧ ଜିଲ୍ଲାରେ ହୋଇଛି କମ୍ ବୃଷ୍ଟିପାତ, ମରୁଡ଼ି ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ

Monsoon Rainy Season: ସେପ୍ଟେମ୍ବର ୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ। ହେଲେ ଚଳିତ ମୌସୁମୀ ଋତୁରେ ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୧୧ ଜିଲ୍ଲାରେ କମ୍ ବର୍ଷା ହୋଇଛି। ସେହିପରି ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଚଳିତ ମୌସୁମୀ ଋତୁରେ ରାଜ୍ୟର କେବଳ ଗୋଟିଏ ଜିଲ୍ଲା ବୌଦ୍ଧରେ ୨୧ ପ୍ରତିଶତ ଅଧିକ ବର୍ଷା ହୋଇଛି।

ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ଜିଲ୍ଲା ହେଉଛି ନବରଙ୍ଗପୁର (-୪୧), କେନ୍ଦ୍ରାପଡ଼ା (-୩୭), କଳାହାଣ୍ଡି (-୩୬), ଗଞ୍ଜାମ (-୩୫), ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା (-୨୮), ପୁରୀ, କଟକ (-୨୬), ରାୟଗଡ଼ା (-୨୫), କୋରାପୁଟ (-୨୨)। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ୨୦୨୩ ଜୁନ୍ ୧ ତାରିଖରୁ ୨୦୨୩ ଅଗଷ୍ଟ ୩୦ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବୃଷ୍ଟିପାତ ୯୦୬.୫ ମିଲିମିଟର ତୁଳନାରେ ୭୮୩.୧ ମିଲିମିଟର ବର୍ଷା ହୋଇଛି। ଅର୍ଥାତ୍ ସାମଗ୍ରିକ ଭାବରେ ବୃଷ୍ଟିପାତ ପ୍ରାୟ ୧୪% ହ୍ରାସ ପାଇଥିବାର ରେକର୍ଡ଼ କରାଯାଇଛି। 

ରାଜ୍ୟରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ଏକ ଆକସ୍ମିକ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।