Odisha News: ଓଏମ୍‍ସିକୁ ନୂଆ ଏମ୍‍ଡି, ଯାମିନୀଙ୍କୁ ଜିଏସ୍‍ଟି ଦାୟିତ୍ୱ
Advertisement
Article Detail0/zeeodisha/odisha2528474

Odisha News: ଓଏମ୍‍ସିକୁ ନୂଆ ଏମ୍‍ଡି, ଯାମିନୀଙ୍କୁ ଜିଏସ୍‍ଟି ଦାୟିତ୍ୱ

Odisha News: ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ଅଧିକାର  ସ୍ମିତା ରାଉତଙ୍କୁ  ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ୧୯୯୫ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଚିତ୍ରା ଅରୁମୁଗମ୍‍ଙ୍କୁ ଶ୍ରମ ଓ ଇଏସ୍‍ଆଇ ବିଭାଗର କମିଶନର ଭାବେ ନିଯୁକ୍ତ କରାଯାଇଛି। ସେ ଏହି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହାସହ ସେ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଧାନ ସଚିବ ଭାବେ କାର୍ଯ୍ୟ କରିବେ। 

Odisha News: ଓଏମ୍‍ସିକୁ ନୂଆ ଏମ୍‍ଡି, ଯାମିନୀଙ୍କୁ ଜିଏସ୍‍ଟି ଦାୟିତ୍ୱ
ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍‍ସ୍ତରରେ ଅଦଳବଦଳ କରିଛନ୍ତି। ଏହାଦ୍ୱାରା ୧୨ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କ  ପଦବୀ ବଦଳିଛି। ଶନିବାର ପ୍ରକାଶିତ ଏହି ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଖଣି ନିଗମ ( ଓଏମ୍‍ସି)କୁ ନୂଆ ପରିଚାଳନା ନିର୍ଦ୍ଦେଶକ ମିଳିଛି। ଏବେ ବଲବନ୍ତ ସିଂହ ଏହି ପଦବୀରେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିଲେ। ଏହି ପଦବୀକୁ ଅତିରିକ୍ତ ସଚିବ ସ୍ତରରେ ପରିଗଣିତ କରାଯାଇଛି। ସେହିପରି ୨୦୦୮ ବ୍ୟାଚ୍‍ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ସହ ଜିଏସ୍‍ଟି କମିଶନର ଭାବେ ନିଯୁକ୍ତ କରାଯାଇଛି।
 
 ଓଡ଼ିଶା ଆଦର୍ଶ ବିଦ୍ୟରଳୟ ସଂଗଠନ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱରୁ ତାଙ୍କ ଅବ୍ୟାହତି ଦିଆଯାଇଛି। ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ଅଧିକାର  ସ୍ମିତା ରାଉତଙ୍କୁ  ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ୧୯୯୫ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଚିତ୍ରା ଅରୁମୁଗମ୍‍ଙ୍କୁ ଶ୍ରମ ଓ ଇଏସ୍‍ଆଇ ବିଭାଗର କମିଶନର ଭାବେ ନିଯୁକ୍ତ କରାଯାଇଛି। ସେ ଏହି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହାସହ ସେ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଧାନ ସଚିବ ଭାବେ କାର୍ଯ୍ୟ କରିବେ। 
 
୨୦୧୧ ବ୍ୟାଚ୍‍ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଶ୍ରମ ଆୟୁକ୍ତ ଭାବେ ଦାୟିତ୍ବ  ଦିଆଯାଇଛି।   ସେ ବିଜୟ ଅମୃତା କୁଲାଙ୍ଗେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ କୁଲାଙ୍ଗେ ଏହି ପଦବୀରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ୨୦୧୨ ବ୍ୟାଚ୍‍ ଅଧିକାରୀ ତ୍ରିଲୋଚନ ମାଝୀ ଗୃହ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି। ୨୦୧୨ ବ୍ୟାଚ୍‍ ଅଧକାରୀ ସିଦ୍ଧାର୍ଥ ଦାସଙ୍କୁ ଓଡ଼ିଶା କୋଅପରେଟିଭ୍‌ ସୋସାଇଟିର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ମିଳିଛି। ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ୨୦୧୩ ବ୍ୟାଚ୍‍ ଅଧିକାରୀ ସତ୍ୟବ୍ରତ ରାଉତ। ଓଡ଼ିଶା ଜୀବିକା ମିସନରେ୨୦୧୪ ବ୍ୟାଚ୍ ଅଧିକାରୀ ମୋନିକା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ୨୦୧୪ ବ୍ୟାଚ୍ ଅଧିକାରୀ ଦୀପଙ୍କର ମହାପାତ୍ର କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି।