ଓପିଟିସିଏଲର ମନମୁଖୀ କାର୍ଯ୍ୟ ଯୋଗୁ ବିଦ୍ୟୁତ୍ ଶ୍ରମିକଙ୍କ ଧାରଣା
Advertisement
Article Detail0/zeeodisha/odisha2370568

ଓପିଟିସିଏଲର ମନମୁଖୀ କାର୍ଯ୍ୟ ଯୋଗୁ ବିଦ୍ୟୁତ୍ ଶ୍ରମିକଙ୍କ ଧାରଣା

Odisha News: ବିଜେପି ସରକାରକୁ ବଦନାମ କରିବା ପାଇଁ ଓପିଟିସିଏଲ କର୍ତୁପକ୍ଷଙ୍କ ଏହା ଏକ ଚକ୍ରାନ୍ତ ବୋଲି ଏକତା ମଞ୍ଚ ପ୍ରକାଶ କରିଛି।

ଓପିଟିସିଏଲର ମନମୁଖୀ କାର୍ଯ୍ୟ ଯୋଗୁ ବିଦ୍ୟୁତ୍ ଶ୍ରମିକଙ୍କ ଧାରଣା

ଭୁବନେଶ୍ୱର: ଓପିଟିସିଏଲ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ସାରା ଓଡ଼ିଶାର ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ରାଜରାସ୍ତାକୁ ଆଜିଠାରୁ ଓଲ୍ଲାଇଛନ୍ତି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଧାରଣାରେ ହଜାର ହଜାର ବିଦ୍ୟତ୍ ଶ୍ରମିକ ଓପିଟିସିଏଲ ଆଗରେ ବସିରହିଛନ୍ତି। କର୍ତ୍ତୃପକ୍ଷ ଦାବି ନଶୁଣିବେ ତେବେ ଆସନ୍ତା ୮ତାରିଖରେ ରିଲେ ଅନସନରେ ବସିବେ ବୋଲି କହିଛନ୍ତି। ଯଦି ଓପିଟିସିଏଲ ଓ ରାଜ୍ୟ ସରକାର ନ ଶୁଣନ୍ତି ତେବେ 12.8.24 ଠାରୁ ଅନସନରେ ଅନିର୍ଦ୍ଦିଷ୍ଟ କାଳ ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନେ ବସିରହିବେ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ଏକତା ମଞ୍ଚର ନେତୃବୃନ୍ଦ ରମେଶ ଚନ୍ଦ୍ର ଶତପଥୀ, ପ୍ରଶାନ୍ତ କୁମାର ମହାପାତ୍ର, ସତ୍ୟ ବାଦି ବାଘ, ଲଳିତ ପଟ୍ଟନାୟକ, ପ୍ରଣୟ ନାୟକ, ସଞିବ ବେହେରା, ଶ୍ରୀ କୁଷ୍ଠ ପଟ୍ଟନାୟକ, ବିରେନ୍ଦ୍ର ପ୍ରତାପ ରାୟ, ଅଖ୍ୟୟ କୁମାର ତ୍ରିପାଠୀ, ଜଗନ୍ନାଥ ମହାରଣା, ପବିତ୍ର ଖୁଣ୍ଟିଆ, ପ୍ରକାଶ କରିଛନ୍ତି। 

ଅନ୍ୟପଟେ ଯଦି ସରକାର ତୁରନ୍ତ ହସ୍ତକ୍ଷେପ କରି ସମାଧାନ ନ କରନ୍ତି ତେବେ ଦରକାର ପଡ଼ିଲେ ସାରା ଓଡ଼ିଶା ଅନ୍ଧକାର ମୟ ହେବାକୁ ବେସି ସମୟ ଲାଗିବନି। ରାଜ୍ୟ ସରକାରଙ୍କ ଗୋଟିଏ ଟଙ୍କା ଦେବାକୁ ନଥିବା ବେଳେ ଅଯଥାରେ ଫାଇଲଟିକୁ ମାଡ଼ି ବସିଛନ୍ତି ଯାହାଫଳରେ ବ୍ୟାପକ ଶ୍ରମିକ ଅଶାନ୍ତି ଦେଖାଦେଇଛି। ବିଜେପି ସରକାରକୁ ବଦନାମ କରିବା ପାଇଁ ଓପିଟିସିଏଲ କର୍ତୁପକ୍ଷଙ୍କ ଏହା ଏକ ଚକ୍ରାନ୍ତ ବୋଲି ଏକତା ମଞ୍ଚ ପ୍ରକାଶ କରିଛି। ସେହିପରି ବିଦ୍ୟୁତ୍ ଶ୍ରମିକ କର୍ମଚାରୀମାନଙ୍କ ସମସ୍ୟା ସମାଧାନ ନକରି ରାଜ ରାସ୍ତା ରେ ବସିଥିବା ସମୟରେ ଓପିଟିସିଏଲ ଅଧ୍ୟକ୍ଷ ମାନବସମ୍ବଳ ନିର୍ଦ୍ଦେଶକଙ୍କୁ କିପରି ଛୁଟିରେ ଛାଡ଼ିଲେ ତାହା ସନ୍ଦେହ ଘେରକୁ ଆସିଛି। ଓପିଟିସିଏଲ ଅଧ୍ୟକ୍ଷ ମିଠାଖାଇ ଦୁଇ ଦିନ ପରେ ଆନୋମୋଲି ନିର୍ଦ୍ଦେଶ ନାମା ବାହାରିବ କହି ଅଜଥାରେ ଶକ୍ତି ବିଭାଗକୁ ପଠାଇବା ଉଦ୍ଦେଶ୍ୟ କଣ ବୋଲି କର୍ମଚାରୀ ମାନେ ପ୍ରଶ୍ନ ଉଠାଇଛନ୍ତି। ତେବେ କର୍ମଚାରୀ ମାନଙ୍କୁ କଣ ଓପିଟିସିଏଲ ଅଧ୍ୟକ୍ଷ ମିଛୁଆ ରାଧୁଆ ଗପ ଶୁଣାଉଥିଲେ ବୋଲି ଅଭିଯୋଗ କରିଛନ୍ତି।