ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ: ମନ୍ତ୍ରୀ
Advertisement
Article Detail0/zeeodisha/odisha2609309

ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ: ମନ୍ତ୍ରୀ

Pm awas Yojana: ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ମଧ୍ୟରେ ଏହାର ରି-ସର୍ଭେ କରାଯିବ। ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ ହେବ ନାହିଁ। ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ କେହି ଚାହିଁଲେ ବି ଅଟକାଇ ପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। 

ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ: ମନ୍ତ୍ରୀ

ଭୁବନେଶ୍ଵର: ଜାନୁଆରୀ ୨୪ରୁ ଆବାସ ଯୋଜନା ପାଇଁ ଆରମ୍ଭ ହେବ ସର୍ଭେ। ଉଭୟ ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ଜରିଆରେ ଆବେଦନ କରିପାରିବେ ହିତାଧିକାରୀ। ଏହାସହିତ ଆସନ୍ତା ୨୪ ତାରିଖରେ ଆବାସ ପୋର୍ଟାଲର ବିଧିବଦ୍ଧ ଭାବେ ଶୁଭାରମ୍ଭ କରିବେ ରାଜ୍ୟ ସରକାର ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। 

ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, ବିଜୁ ପକ୍କାଘର ଆଉ ନାହିଁ। ବିଜୁ ପକ୍କାଘରର ଛାପା ବା ସିଲଟ ଘର ଆଗରେ ଅଛି, ଖୁବଶୀଘ୍ର ଲୋକେ ତାକୁ ହଟେଇଦେବେ। ବିଜୁ ପକ୍କା ଘର କୋଉଠି ଥିଲା ? ୩ ଲକ୍ଷ ୧୨ ହଜାର ଦେଇଥିଲେ, କିନ୍ତୁ ବାହା ବାହା ନେଉଥିଲା ପୂର୍ବ ସରକାର। ପୂର୍ବ ସରକାରର ଆନ୍ତରିକତା ନଥିଲା। ବିଜୁ ପକ୍କାଘରର ତାଲିକା ଆମ ପାଖରେ ନାହିଁ। ଆମେ ଓଡ଼ିଆ ହତଭାଗା ହେଲୁ ତାଲିକା ନାହିଁ। ବିଜୁ ପକ୍କା ଘର ନାହିଁ, କିନ୍ତୁ ଛାପା ଅଛି, ଲୋକେ କାଢିବେ , ଛାପା ବା ଘରେ ସିଲଟ ଲଗେଇଛନ୍ତି, ସେ ସିଲଟ ଉଠିବ। 

ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା। କିନ୍ତୁ ଏହାକୁ ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର ରହିଥିଲା। ଏହାକୁ ୧୫ ହଜାର କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ମଧ୍ୟରେ ଏହାର ରି-ସର୍ଭେ କରାଯିବ। ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ ହେବ ନାହିଁ। ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ କେହି ଚାହିଁଲେ ବି ଅଟକାଇ ପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।