Odisha News: ତନ୍ତ୍ର ସାଧନାକୁ ନେଇ ଆତଙ୍କ, ଲାଠିବାଡି ଧରି ଜଗି ରହିଛନ୍ତି ଗ୍ରାମବାସୀ
Advertisement
Article Detail0/zeeodisha/odisha2464361

Odisha News: ତନ୍ତ୍ର ସାଧନାକୁ ନେଇ ଆତଙ୍କ, ଲାଠିବାଡି ଧରି ଜଗି ରହିଛନ୍ତି ଗ୍ରାମବାସୀ

Odisha News:  ଯାହାକୁ ନେଇ ଗ୍ରାମବାସୀ ମାନେ ଆତଙ୍କିତ ହୋଇ ପଡିବା ସହିତ କେହି ସାଧକ ତନ୍ତ୍ର ପ୍ରୟୋଗ କରୁଥାଇ ପାରେ ବୋଲି ଅନୁମାନ କରୁଛନ୍ତି। ଯାହାକି ସପ୍ତାହ ରୁ ଉର୍ଦ୍ଧ ଦିନ ହେବ ଗାଁର ବିଭିନ୍ନ ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ ମାନେ ରାତି ୯ଟା ପରେ ଲାଠିବାଡି ଧରି ଗ୍ରାମକୁ ଯଗି ରହିବା ସହିତ ବିନା ପରିଚୟ ପତ୍ରରେ ଗ୍ରାମ ଭିତରକୁ କାହାରିକୁ ପ୍ରବେଶ କରାଇ ଦେଉ ନାହାଁନ୍ତି। 

Odisha News: ତନ୍ତ୍ର ସାଧନାକୁ ନେଇ ଆତଙ୍କ, ଲାଠିବାଡି ଧରି ଜଗି ରହିଛନ୍ତି ଗ୍ରାମବାସୀ

Odisha News:(ନାରାୟଣ ବେହେରା) ତନ୍ତ୍ର ସାଧନାକୁ ନେଇ ଆତଙ୍କ। ଗ୍ରାମରେ ଦେଉଛନ୍ତି ପହରା, ଲାଠିବାଡି ଧରି ଜଗି ରହିଛନ୍ତି ଗ୍ରାମବାସୀ। ବିନା ପରିଚୟ ପତ୍ରରେ ଗ୍ରାମରେ ପ୍ରବେଶ ନିଷେଧ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା। କୁଜଙ୍ଗ ଥାନା ପାରିଅଙ୍ଗ ଗ୍ରାମରେ। ପାରିଅଙ୍ଗ ଗ୍ରାମରେ କେହି ଜଣେ ସାଧକ ତନ୍ତ୍ର ସାଧନା କରୁଥିବା ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ସେହି ଅଜଣା ତନ୍ତ୍ର ସାଧକକୁ ଗ୍ରାମବାସୀ ଧରିବାକୁ ରାତି ୯ଟା ପରେ ଗ୍ରାମବାସୀ ମାନେ ଲାଠିବାଡି ଧରି ଗ୍ରାମରେ ପହରା ଦେବା ସହିତ ଗାଁର ପ୍ରତି ଛକ ଓ ନିଜ ଘର ଆଗରେ ଜଗି ରହିଛନ୍ତି। ଗ୍ରାମବାସୀ ମାନେ ସେହି ଅଜଣା ତନ୍ତ୍ର ସାଧକକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଲୋକଙ୍କ ଆଖିରେ ଧୂଳି ଦେଇ ଖସି ଯାଉଛି।

ଏମିତିକି ଧରିବାକୁ ଚେଷ୍ଟା କଲେ ମଧ୍ୟ ରାତିର ଘନ ଅନ୍ଧାରରେ କେଉଁଠି ଲୁଚି ଯାଉଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି। ରାତି ୧୧ଟାରୁ ରାତି ୩ଟା ମଧ୍ୟରେ ଗ୍ରାମର ତିନିଛକି ରାସ୍ତା ଓ ସମ୍ବେଦନଶୀଳ ଭଳି ଛକ ରାସ୍ତାରେ ମୁରୁଜ ପଡିବା ସହିତ ପଣା ଘଡ଼ିରେ ବନ୍ଧା ନାଲି କପଡା ଓ ଲେମ୍ବୁରେ ୪ଟି ଲୁହା କଣ୍ଟା ବାଡା ହୋଇ ରହିଛି, ଆଉ ସେହି ସ୍ଥାନରେ ଗଦା ପୁଳା ପୁଳା ରକ୍ତ ପଡିରହିଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଗ୍ରାମବାସୀ ମାନେ ଆତଙ୍କିତ ହୋଇ ପଡିବା ସହିତ କେହି ସାଧକ ତନ୍ତ୍ର ପ୍ରୟୋଗ କରୁଥାଇ ପାରେ ବୋଲି ଅନୁମାନ କରୁଛନ୍ତି। ଯାହାକି ସପ୍ତାହ ରୁ ଉର୍ଦ୍ଧ ଦିନ ହେବ ଗାଁର ବିଭିନ୍ନ ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ ମାନେ ରାତି ୯ଟା ପରେ ଲାଠିବାଡି ଧରି ଗ୍ରାମକୁ ଯଗି ରହିବା ସହିତ ବିନା ପରିଚୟ ପତ୍ରରେ ଗ୍ରାମ ଭିତରକୁ କାହାରିକୁ ପ୍ରବେଶ କରାଇ ଦେଉ ନାହାଁନ୍ତି। 

ପାରିଅଙ୍ଗ ଗ୍ରାମର ପ୍ରାୟ ଦେଢଶହ ପରିବାର ରହୁଥିବା ବେଳେ ପ୍ରତିଘରୁ ଦୁଇରୁ ତିନିଜଣ ପୁରୁଷ ଓ ମହିଳା ସେହି ଅଜଣା ତନ୍ତ୍ର ସାଧକକୁ ଧରିବା ପାଇଁ ରାତିସାରା ଜଗି ରହୁଛନ୍ତି। ଏହିଭଳି ଆସନ୍ତା କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ଜଗି ରହିବେ ବୋଲି ଗ୍ରାମବାସୀ ମାନେ କହୁଥିବା ବେଳେ ଏହି ଘଟଣା କୁ ନେଇ ପୋଲିସ ପ୍ରଶାସନ କୁ ଅବଗତ କରାଇଛନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି। ତେବେ ପାରିଅଙ୍ଗ ଗ୍ରାମ ର ଲୋକେ ଏହି ଘଟଣା କୁ ନେଇ ଆତଙ୍କିତ ଥିବା ବେଳେ ସେହି ତାନ୍ତ୍ରିକ ର ଟାର୍ଗେଟ୍ କେବଳ ଅବିବାହିତ ଝିଅ ହୋଇଥାଇ ପାରେ ଵୋଲି ଚର୍ଚ୍ଚା ହେଉଛି।