CHSE Result 2023: ଏହି ଦିନ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
Advertisement
Article Detail0/zeeodisha/odisha1716980

CHSE Result 2023: ଏହି ଦିନ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

CHSE Result 2023: CBSE ଓ CISCE ପରୀକ୍ଷା ଫଳ ବାହାରି ସାରିଥିବାବେଳେ ଏଯାଏଁ ରାଜ୍ୟ ବୋର୍ଡ଼ର ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିନଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଆଡ଼ମିଶନ ଲାଗି ସମୟ ଗୁଡୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ନେଇ ନୀରବଦ୍ରଷ୍ଟା ସାଜିଛି ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ । 

ସୌ(ସୋସିଆଲ ମିଡିଆ)

CHSE Odisha result 2023: ମଇ ୩୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ । ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ବୁଧବାର ଦିନ ଯୁକ୍ତ ୨ ବିଜ୍ଞାନ (Science) ଓ ବାଣିଜ୍ୟ ଫଳ (CHSE Odisha result 2023) ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ କଳା (Arts) ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ତେବେ ଜୁନ୍ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ।

ସୂଚନାଯୋଗ୍ୟ, ୧୫ ଦିନ ହେବ CBSE ଓ CISCE ପରୀକ୍ଷା ଫଳ ବାହାରି ସାରିଥିବାବେଳେ ଏଯାଏଁ ରାଜ୍ୟ ବୋର୍ଡ଼ର ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିନଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଆଡ଼ମିଶନ ଲାଗି ସମୟ ଗୁଡୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ନେଇ ନୀରବଦ୍ରଷ୍ଟା ସାଜିଛି ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ । ପ୍ରକାଶ ଥାଉ କି, ଗତ ମାର୍ଚ୍ଚ ମାସ ୧ ତାରିଖରେ ଯୁକ୍ତ ୨ ପରୀକ୍ଷା (CHSE Odisha Exam) ଆରମ୍ଭ ହୋଇଥିଲା । ପ୍ରାୟ ୧୯ଟି ସିଟିଂରେ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଚାଲିଥିଲା । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୦ରୁ ୨୨ ମଧ୍ଯରେ ଅନଲାଇନରେ ପରୀକ୍ଷା ଖାତା ଦେଖାଯାଇଥିବାବେଳେ ଏପ୍ରିଲ ୧୦ରୁ ୨୧ ମଧ୍ଯରେ ଅଫଲାଇନରେ ଖାତା ଦେଖାଯାଇଛି । ପ୍ରଥମ ପର୍ଯ୍ୟାୟ ଅନଲାଇନ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫଲାଇନରେ ପ୍ରାୟ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ । ବିଜ୍ଞାନ ଓ ବାଣିଜ୍ୟ ବିଷୟ ଗୁଡ଼ିକର ଇ- ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟ ଗୁଡ଼ିକ ଲାଗି ୬୫ଟି କେନ୍ଦ୍ର କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟ ଅନଲାଇନ ଓ ଅଫଲାଇନ ଖାତା ଦେଖା ହୋଇଥିଲା । ସେହିପରି ୨ୟ ପର୍ଯ୍ୟାୟରେ ଏପ୍ରିଲ ୨୫ରୁ ମଇ ୭ ତାରିଖ ପର୍ଯ୍ୟନ୍ତ ଅନଲାଇନ ଓ ୨୩ ଏପ୍ରିଲରୁ ମଇ ୪ ତାରିଖ ପର୍ଯ୍ୟନ୍ତ ଅଫଲାଇନରେ ଖାତା ମୂଲ୍ୟାୟନ କରାଯାଇଛି । ମୂଲ୍ୟାୟନ୍ ସରିବା ପରେ ଏବେ ରାଜ୍ୟ ବାହାରର ଏକ ଆଇଟି ସେଣ୍ଟରରେ ଏହାର ଡ଼ାଟାବେସ ପ୍ରସ୍ତୁତ କରାଯିବ ସହ ମାର୍କସିଟ୍ ଓ ସାର୍ଟିଫିକେଟ୍ ମଧ୍ଯ ପ୍ରସ୍ତୁତ କରାଯାଇଥିଲା । ପରେ ଏ ସମସ୍ତ କାର୍ଯ୍ୟ ୨୮ ତାରିଖ ସୁଦ୍ଧା ଶେଷ ହୋଇଛି । ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Council of Higher Secondary Education) ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି, ସୋମବାରଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା । ଆସନ୍ତା ଜୁନ୍ ୨୦ ତାରିଖ ଯାଏଁ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମରେ ହେବ ନାମ ଲେଖା । ସାମନ ପୋର୍ଟାଲ www.samsodisha.gov.inରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହୋଇଛି । ଜୁନ୍ ୨୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଳ ପାଇବ । ଏଥିରେ ସ୍ପଟ୍ ଆଡ଼ମିଶମନରେ ସ୍ବଚ୍ଛତା ପାଇଁ ଅନଲାଇନ ଆବେଦନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜୁନ୍ ୨୯ ତାରିଖରୁ ଜୁଲାଇ ୫ ତାରିଖ ମଧ୍ଯରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ । ପରେ ଅର୍ଥାତ୍ ୨୯ ଜୁଲାଇରୁ ପ୍ରଥମ ବର୍ଷର ପାଠପଢା ଆରମ୍ଭ ହେବା ନେଇ ଜଣାପଡ଼ିଛି ।

ଏହା ବି ପଢନ୍ତୁ-Ganjam News: ଦିବ୍ୟାଙ୍ଗ ମହିଳା ହୋଇପାରିଛନ୍ତି ସଫଳ ଉଦ୍ୟୋଗୀ, ପଢନ୍ତୁ ସଫଳତାର କାହାଣୀ