PM Modi To Visit Odisha: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ୧୭ ତାରିଖରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ
Advertisement
Article Detail0/zeeodisha/odisha2425276

PM Modi To Visit Odisha: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ୧୭ ତାରିଖରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

PM Modi To Visit Odisha: ପ୍ରଧାନମନ୍ତ୍ରୀ ଜନତା ମଇଦାନର କାର୍ଯ୍ୟକ୍ରମରେ ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ। ଏହାପରେ ସେ ମଧ୍ୟାହ୍ନ ୧.୨୫ ରେ ଭୁବନେଶ୍ୱର ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଯିବେ।

 

PM Modi To Visit Odisha

PM Modi To Visit Odisha On September 17: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ଆସନ୍ତା ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଗସ୍ତରେ  ଓଡ଼ିଶା ଆସୁଛନ୍ତି । ଏହି ଗସ୍ତ ସମୟରେ ସେ  ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପିଏମ ମୋଦିଙ୍କ ଏହି ସମ୍ପୂର୍ଣ୍ଣ ଗସ୍ତର ସୂଚୀ ବର୍ତ୍ତମାନ ସାମ୍ନାକୁ ଆସିଛି ।

ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୧୭ ତାରିଖ (ମଙ୍ଗଳବାର ଦିନ) ୧୧.୩୫ ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ସଡକ ପଥ ଦେଇ ୧୧.୫୫ ମିନିଟରେ ଭୁବନେଶ୍ୱର ଜନତା ମଇଦାନରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ  ପହଞ୍ଚିବେ। ପ୍ରଧାନମନ୍ତ୍ରୀ ଦିନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ଜନତା ମଇଦାନର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। 

fallback

କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ଜନତା ମଇଦାନର ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ। ଏହାପରେ ସେ ମଧ୍ୟାହ୍ନ ୧.୨୫ ରେ ଭୁବନେଶ୍ୱର ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

Also Read: Abhinav Arora: କିଏ ଏହି ୯ ବର୍ଷୀୟ 'ବାଲ୍ୟ ସାଧୁ', ଗଣପତି ବିସର୍ଜନରେ ଖୁବ୍ କାନ୍ଦିଲେ; ନିଜକୁ କୁହନ୍ତି ବଳରାମଙ୍କ ଅବତାର

Also Read: Vande Bharat Express କୁ ହାତୁଡିରେ ପିଟି ଭାଙ୍ଗିବା ଭିଡିଓ ଭାଇରାଲ୍, କ'ଣ ରହିଛି ଏହା ପଛର ସତ୍ୟତା?